• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

୨୦୨୩ ହକି ପୁରୁଷ ବିଶ୍ୱକପ୍‌ର ପୂର୍ବପ୍ରସ୍ତୁତି; ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ୧୧ ଜଣିଆ ପ୍ରତିନିଧି ମଣ୍ଡଳିଙ୍କ ୟୁରୋପ ଗସ୍ତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
08 July 2022

 

 

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟି ପାରିଛନ୍ତି । ଗତ କିଛି ବର୍ଷ ଧରି ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରୀଡ଼ା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବା ଯୋଗୁଁ ବର୍ତ୍ତମାନ ଓଡ଼ିଶା, ସାରା ଦେଶ ତଥା ବିଶ୍ୱରେ ଏକ କ୍ରୀଡ଼ା ହବ୍‌ର ମାନ୍ୟତା ହାସଲ କରିପାରିଛି । ଚମ୍ପିଅନ୍‌ ଟ୍ରଫି ହକିଠାରୁ ଆରମ୍ଭ କରି ପୁରୁଷ ହକି ବିଶ୍ୱକପ୍‌, ପ୍ରୋ-ଲିଗ୍‌ ହକି, ଜୁନିଅର ପୁରୁଷ ହକି ବିଶ୍ୱକପ୍‌, ଏସିଆନ୍‌ ଆଥ୍‌ଲେଟିକ୍ସ ମିଟ୍‌, ଓଡ଼ିଶା ଓପନ୍‌ ଅନ୍ତର୍ଜାତୀୟ ବ୍ୟାଡ଼୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଅନ୍‌ସିପ୍‌, ଜାତୀୟ ପାରା ଆଥ୍‌ଲେଟିକ୍ସ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍‌ ଆଦି ଆହୁରି ଅନେକ କ୍ରୀଡ଼ା ଇଭେଣ୍ଟକୁ କ୍ରୀଡ଼ା ଓ ଯୁବସେବା ବିଭାଗ ସଫଳତାର ସହ ଆୟୋଜନ କରି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ନିକଟରେ ସମସ୍ତ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନେଇ ଗୁଜୁରାଟରେ ଜାତୀୟ ସ୍ତରର କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯେଉଁ ପାରଦର୍ଶିତା ଅର୍ଜନ କରିଛି ସେଥିପାଇଁ ଏହି କର୍ମଶାଳାରେ ଓଡ଼ିଶାକୁ ଢେର ପ୍ରଶଂସା ମିଳିଥିଲା ।

      ଆସନ୍ତା ୨୦୨୩ରେ ଓଡ଼ିଶା ପୁଣିଥରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି । ଏହା ସମଗ୍ର ଓଡ଼ିଆବାସୀଙ୍କ ଲାଗି ଗର୍ବର ବିଷୟ । ରାଜ୍ୟରେ ଅନୁଷ୍ଠିତ ଯେକୌଣସି ଇଭେଣ୍ଟ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବର୍ଗର ଲୋକେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ସେଥିନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସବୁବେଳେ ସଜାଗ ରହିଥାଏ ।    

      ଏହି ଦୃଷ୍ଟିରୁ ଆଗାମୀ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌କୁ ସଫଳ କରିବା ବିଭାଗ ପ୍ରଥମ ଲକ୍ଷ୍ୟ I ଏଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଖୋଦ୍‌ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ୟୁରୋପ ଗସ୍ତରେ ଯାଉଛନ୍ତି । ଏଥିରେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ଶ୍ରୀ ଶୈଳେନ୍ଦ୍ର କୁମାର ଜେନା, ଶ୍ରୀ ରଞ୍ଜିତ ପରିଡା, ଯୁଗ୍ମ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ କୈଳାଶ ଚନ୍ଦ୍ର ଦାସ, ବିଭାଗର ବରିଷ୍ଠ ଅଧିକାରୀଗଣ ତଥା ବିଭିନ୍ନ ଡିସିପ୍ଲିନ୍‌ରେ କାର୍ଯ୍ୟରତ ବିଶେଷଜ୍ଞମାନେ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଅଛନ୍ତି । ବର୍ତ୍ତମାନ ୟୁରୋପର ନେଦରଲ୍ୟାଣ୍ଡ ଏବଂ ସ୍ପେନ୍‌ରେ ମହିଳା ବିଶ୍ୱକପ୍‌ ଆୟୋଜିତ ହେଉଛି ।

     ଆୟୋଜକ ଏଫ୍‌ଆଇଏଚ୍‌ର ନିମନ୍ତ୍ରଣରେ କ୍ରୀଡ଼ା ଓ ଯୁବସେବା ବିଭାଗର ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀବେହେରାଙ୍କ ନେତୃତ୍ୱରେ ଆଜି ଗସ୍ତ କରିଛନ୍ତି । ଏଥିଲାଗି ଏହି ପ୍ରତିନିଧି ମଣ୍ଡଳୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଓ ପରେ Amsterdam ଗସ୍ତ କରିବେ I ସେଠାରେ ପହଞ୍ଚିବା ପରେ ଭାରତ ମ୍ୟାଚ ଦେଖିବାର କାର୍ଯ୍ୟକ୍ରମ ଅଛି । ଏହି ପ୍ରତିନିଧି ମଣ୍ଡଳୀ ସେଠାରେ ପୂରା ୧୦ ଦିନ ରହି ବିଭିନ୍ନ ମ୍ୟାଚ ପରିଦର୍ଶନ କରିବା ସହ ମେଗା ଇଭେଣ୍ଟର ଆୟୋଜନ, ଆତିଥ୍ୟ ଶୈଳୀ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସୁପରିଚାଳନା, ଖେଳର ପ୍ରଚାରପ୍ରସାର, ଖେଳାଳୀମାନଙ୍କ ରହଣି, ଯିବାଆସିବା ଏବଂ ସୁରକ୍ଷା ବ୍ୟବସ୍ଥା ଆଦି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ । 

     ଏହି ପ୍ରତିନିଧି ମଣ୍ଡଳୀ ସେଠାକାର ଖେଳ ପରିଚାଳନାର ବିଭିନ୍ନ ଭଲ ଦିଗକୁ ଅନୁଧ୍ୟାନ କରି ଏହାକୁ କିପରି ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ରେ ପ୍ରତିଫଳିତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବେ । ବିଧାନସଭା ଯୋଗୁଁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ 12 ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି I ଅନ୍ୟ ସଦସ୍ୟମାନେ ପୂରା ୧୦ ଦିନ ସେଠାରେ ରହି ସେଠାକାର ବିଶ୍ୱକପ ହକି ପରିଚାଳନା ଅନୁଧ୍ୟାନ କରିବେ ।

     ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ସବୁବେଳେ କ୍ରୀଡ଼ା ଭ୍ରାତୃତ୍ୱଭାବକୁ ଗୁରୁତ୍ୱ ଦେଇ ଆସିଥିବାବେଳେ ଆଗକୁ ଏହି ଧାରା ବଜାୟ ରହିବ । ସର୍ବଶେଷରେ ରାଉରକେଲା ଓ ଭୁବନେଶ୍ୱରରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ୍‌କୁ କିପରି ଅଧିକ ସରସସୁନ୍ଦର କରି ହେବ ଏବଂ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଓଡିଶା ଦଳ ବିଦେଶ ଗସ୍ତରେ ଯାଉଛନ୍ତି ତାହା କିପରି ସଫଳ ହେବ ସେଥିନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

 

powered by social2s

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Details
Odia Ray Admin
ମନୋରଞ୍ଜନ / କ୍ରୀଡା
04 July 2022

          

 

କଟକ:ଆଜି କଟକ ଦକ୍ଷିଣ ଡାକ ମଣ୍ଡଳସ୍ଥିତ କାର୍ଯ୍ୟାଳୟରେ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଡାକସେବାର ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀଯୁକ୍ତ ସାହୁ ବାଙ୍କୀ ମୁଖ୍ୟ ଡାକଘର ଅଧିନସ୍ତ ତୁଳସୀପୁର ଶାଖା ଡାକଘରେ ଶାଖା ଡାକପାଳ ଭାବେ କାର୍ଯ୍ୟରତ ଅଟନ୍ତି । ଶ୍ରୀ ସାହୁ ୧୪.୦୨.୨୦୦୦ ରେ ଡାକ ବିଭାଗରେ ଯୋଗଦେଇ ଲୋକ ମାନଙ୍କ ପାଖରେ ଡାକ ବିଭାଗର ପ୍ରତେକଟି ସ୍କିମ ପହଞ୍ଚାଇବା ସହିତ ଲୋକ ମାନଙ୍କ ସହ ସୁ ସଂପର୍କ ସ୍ଥାପନ କରି ଡାକ ବିଭାଗର ବିଭିନ୍ନ ଉଲ୍ଲେଖ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରିଛନ୍ତି । ପ୍ରତେକ ଗାଁ ଗହଳିରେ ଘରେ ଘରେ ସେ ସଞ୍ଚୟ ଖାତା,ଡାକ ବୀମା, IPPB, ଆଧାର ର ପ୍ରଚାର ଓ କାୟା ବିସ୍ତାର କରିବା ସହ ଅତି ନିଷ୍ଠାପର ଭାବରେ କାର୍ଯ୍ୟ କରିଥିବାରୁ ଗତ ୨୮.୦୬.୨୦୨୨ ରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ହବିଟାଣ୍ଟ ସେଣ୍ଟର ଠାରେ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ସେରିମନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ଡାକବିଭାଗର DG ଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ସାହୁଙ୍କୁ ମେଘଦୂତ ଆୱାର୍ଡ ଦ୍ୱାରା କେନ୍ଦ୍ର ସଂଚାର ରାଜ୍ୟ ମନ୍ତ୍ରୀ ଶ୍ରୀ ଦେବୁସିଂ ଚହ୍ୱାନ ସମ୍ମାନୀତ କରିଥିଲେ । ସାରା ଭାରତବର୍ଷରେ ଥିବା ୧୩୧୩୧୧ ଗ୍ରାମୀଣ ପୋଷ୍ଟଅଫିସ ରେ କାର୍ଯ୍ୟରତ ପ୍ରାୟ ୪୫୦୦୦୦ ଗ୍ରାମୀଣ ଡାକ କର୍ମଚାରୀମାନଙ୍କୁ ପଛରେ ପକାଇ ଓଡିଶା ପରିମଣ୍ଡଳ ତଥା କଟକ ଦକ୍ଷିଣ ଡାକ ମଣ୍ଡଳର ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଏକମାତ୍ର ଗ୍ରାମୀଣ ଡାକସେବକ ଭାବେ ମେଘଦୂତ ଆୱାର୍ଡ ଅର୍ଜନ କରିଥିଲେ । ସେ ଆୱାର୍ଡ ସେରିମୋନୀ ରୁ ଫେରିବା ପରେ ଆଜି ବିଜୁପଟ୍ଟନାୟକ ଏୟାର ପୋର୍ଟରେ ଓଲ୍ହାଇ ସିଧାସଳଖ କଟକ ଦକ୍ଷିଣ ଡାକ ମଣ୍ଡଳ ଆସି ସମ୍ବର୍ଦ୍ଧିତ ହୋଇଥିଲେ । ମେଘଦୂତ ଆୱାର୍ଡ ୧୯୮୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ଡାକବିଭାଗରେ ଉତ୍କୃଷ୍ଟ କାର୍ଯ୍ୟର ପରିଚୟ ପ୍ରଦାନ କରିବାଲାଗି ଡାକ ବିଭାଗର ସର୍ବୋତ୍ତମ ଜାତୀୟ ସ୍ତରୀୟ ଆୱାର୍ଡ  ମେଘଦୂତ ଆୱାର୍ଡକୁ ଦିଆଯାଇଥାଏ । ଶ୍ରୀଯୁକ୍ତ ସାହୁଙ୍କ ଲାଗି କଟକ ଦକ୍ଷିଣ ମଣ୍ଡଳ ତଥା ଓଡିଶା ପରିମଣ୍ଡଳ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ତାଙ୍କର କାର୍ଯ୍ୟ କରିବାର ଦକ୍ଷତା,ଡାକ ବିଭାଗ ପ୍ରତି ଥିବା ନିଷ୍ଠାପରତା ମନୋଭାବ ଓ ସମସ୍ତ ଜନସାଧାରଣ ଙ୍କ ନିକଟତର ହୋଇ କାମ କରିବା ତାଙ୍କ ପାଇଁ ଏହି ଆୱାର୍ଡ ଆଣି ଦେବା ସହ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଆଗାମୀ ଦିନମାନଙ୍କରେ ପ୍ରେରଣା ଆଣିଦେବ ବୋଲି କଟକ ଦକ୍ଷିଣ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ମତବ୍ୟକ୍ତ କରିବା ସହ ଶ୍ରୀଯୁକ୍ତ ସାହୁଙ୍କର ଉତ୍ତରୋତ୍ତର ଉର୍ନ୍ନତି କାମନା କରିଛନ୍ତି ।

 

 

 

 

powered by social2s

Winners of Trends Raja Rajakumari contest felicitated; Arpita Mohapatra from Bhubaneswar bags first prize in Trends Raja Rajakumari selfie contest

Details
Odia Ray Admin
ମନୋରଞ୍ଜନ / କ୍ରୀଡା
27 June 2022

 

Bhubaneswar(27/06/2022): Trends, India’s largest and fastest growing apparel and accessories specialty chain of Reliance Retail has announced the results of its unique Raja Rajakumari Contest 2022, which added to the gala festivity of popular Raja festival in state of Odisha.

All the six winners of the Raja Rajakumari contest were felicitated in an illustrious Raja Rajakumari Finale event, on Sunday, graced by popular Ollywood stars Sambit Acharya and Sivani Sangita, who have been associated with the contest as celebrity brand ambassadors.

Arpita Mohapatra from Bhubaneswar won the 1st prize in Trends Raja Rajakumari selfie contest, while Sonalini Swain from Semiliguda and Barsha Mohanty from Nabrangpur bagged the 2nd and 3rd prizes, respectively. Similarly, Sayanti Chatterjee from Paradip won the 1st prize in Trends Raja Rajakumari Songs / Video contest, while Nandini Ray from Bhubaneswar and Princess Simran from Dhenkanal bagged the 2nd and 3rd prizes, respectively.

The one-of-its-kind contest received overwhelming response from across the state with several thousand entries received on the designated WhatsApp number as well as on the website www.trendsrajarajakumari.com. While each participant of this contest received two Raja special discount coupons worth Rs. 500 each, the top three winners from each of the two categories won prizes worth of Rs 31,000, Rs 21,000 and Rs 11,000, respectively.

It is worth mentioning here that Trends had curated the 16-days Raja Rajakumari contest from June 4th to June 19th, 2022 with an array of on-ground, in-group housing societies, on-media and in-mall activities. Raja is a festival of celebrating womanhood and celebrated with much fanfare, eagerness and enthusiasm by women where they wear new clothes, drool with swings, served good foods, play amusing games and play with folk songs to observe the occasion.

Trends is truly democratizing fashion in India, by strengthening its reach and connect with consumers in India-right from metros, mini metros to tier-1 and 2 towns and beyond and is India’s favorite fashion shopping destination. It features exciting range of good quality and fashion merchandise that is relevant to every occasion and at price that are affordable and seen as high value for money.

powered by social2s

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ - ‘ନାଲି ବିନ୍ଦୁ’ ଅଭିଯାନ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
22 June 2022

ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି । ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି । ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ । ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି । ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି । ରଜପର୍ବରେ ଧରଣୀରାଣୀ ରଜସ୍ୱିଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ଏହି ପର୍ବରେ ଏଭଳି ମହାନ ଅଭିଯାନ ଆରମ୍ଭ କରି ଜୀ ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ । ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ଶ୍ରୀ ପ୍ରତୀକ ସିଲ କୁହନ୍ତି, “ ଓଡିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ । ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ । ସେହିଭଳି ଆମେ ସମସ୍ତେ ଚାହିଁଲେ ପ୍ରତିମାସରେ ଛାତ୍ରୀମାନଙ୍କୁ ୫ ଦିନ ସ୍କୁଲ ବନ୍ଦ କରିବାରୁ ରୋକା ଯାଇପାରିବ । ଏ ଦିଗରେ ଆମ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡିବ । ଜୀ ସାର୍ଥକ ଏନେଇ ‘ନାଲି ବନ୍ଧୁ’ ଅଭିଯାନ ଆରମ୍ଭ କରିଛି , ଯେଉଁଥିରେ ସାଧାରଣ ଲୋକେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ ।”

powered by social2s

ବିଶିଷ୍ଟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ପୁଅ ଆତ୍ମନ ପଣ୍ଡାଙ୍କ ପ୍ରଥମ ମ୍ୟୁଜିକ୍ ଭିିଡିଓ “ଫ୍ରିୱିକଥ୍ରୀଡି’

Details
Odia Ray Admin
ମନୋରଞ୍ଜନ / କ୍ରୀଡା
30 June 2022

ଭୁବନେଶ୍ୱର: ୱିକେଡ୍ ନାମରେ ଲୋକପ୍ରିୟ ଭାରତର ପ୍ରଥମ ଡ୍ରିମ୍‌-ପପ୍ ତାରକା ଆତ୍ମନ ପଣ୍ଡାଙ୍କ ପ୍ରଥମ ଟ୍ରାକ ତଥା ମୁଜିକ୍ ଭିଡିଓ “ଫ୍ରିୱିକଥ୍ରୀଡି’ ଉନ୍ମୋଚିତ ହୋଇଛି । ଏଥିପାଇଁ ଆତ୍ମନ ନିଜେ ଲେଖକ, ନିର୍ମାତା ଦାୟିତ୍ୱ ତୁଲାଇଥିବା ବେଳେ ସେ ନିଜେ ତାହାକୁ ପ୍ରସ୍ତୁତ କରିଛନ୍ତି । ୧୮ ବର୍ଷୀୟ ଆତ୍ମନ ହେଉଛନ୍ତି ଏକଧାରାରେ ଜଣେ ଗାୟକ, ଗୀତିକାର, ମ୍ୟୁଜିକ ପ୍ରଡ୍ୟୁସର । ଏବେ ସେ ନୂଆଦିଲ୍ଲୀରେ ରହୁଛନ୍ତି । ସେ ହେଉଛନ୍ତି ବିଶିଷ୍ଟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ପୁଅ । ଇଲେକ୍ଟ୍ରୋନିକ୍‌, ବାସ୍‌-ପ୍ରେରିତ ସ୍ୱର ଆଦିରେ ଡ୍ରିମ୍‌-ପପ୍ କ୍ଷେତ୍ରରେ ସଙ୍ଗୀତ ଅନୁସନ୍ଧାନ କରିବାକୁ ସେ ଭଲ ପାଆନ୍ତି । ଫ୍ରିୱିକଥ୍ରୀଡି ଟ୍ରାକ୍ ଷ୍ଟ୍ରିମିଂ ହେବା ପରଠାରୁ ବେଶ ଚର୍ଚ୍ଚାରେ ରହିଥିବା ବେଳେ ଲକ୍ଷ ଲକ୍ଷ ଥର ଏହାକୁ ଲୋକମାନେ ଦେଖିସାରିଛନ୍ତି ଓ ଖୁବ୍ କମ୍ ସମୟ ମଧ୍ୟରେ ତାହା ରେକର୍ଡ ଭିଉ ହାସଲ କରିଛି । ନିଓ ସିସେଡେଲିଆ ଟୋନ ଷ୍ଟାଇଲ୍‌ରେ “ସିକ୍ସସ୍‌ଥ ଡାଇମେନ୍‌ସନ୍‌’ ମ୍ୟୁଜିକ୍ ଭିିଡିଓକୁ ପ୍ରସ୍ତୁତ କରାଯାଇଛି । କଳାକାର ଭାବେ ନିଜ ଯାତ୍ରା ସମ୍ପର୍କରେ ଆତ୍ମନ ପଣ୍ଡା କହିଛନ୍ତି ଯେ, “ସିକ୍‌ସଥ୍ ଡାଇମେନ୍‌ସନ୍ କୌଣସି ଫୋଟକା ନୁର୍ହେଁ ଏହା ହେଉଛି ଅସୀମିତ ଜୀବନ ଓ ଭଲ ପାଇବା ବଗିଚାର ଏକ ଦୁନିଆ ଯାହା ମୁଁ ଚାହୁଁଛି । ସେହି ଦୁନିଆକୁ ଅତି ସ୍ପଷ୍ଟ ଭାବେ ଏହି ଭିଡିଓରେ ମୁଁ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି ଯାହାକୁ ଲୋକମାନେ ମୋ ସ୍ୱରରୁ ଜାଣିପାରିବେ ଓ ସେହି ବଗିଚାରେ ନିଜର ପରିକଳ୍ପନା ବୁଣିପାରିବେ ।’’ ଜୀବନରେ କୌଣସି ଅସ୍ଥିରତା, ସୀମା କିମ୍ବା ବ୍ରେକ୍ ନଥିବା ଚିନ୍ତାଧାରାରୁ ୱିକେଡ୍‌ର ମ୍ୟୁଜିକ୍ ବିଶେଷ ଭାବେ ଅନୁପ୍ରାଣିତ । ଭିଜୁଆଲ ଆର୍ଟ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ସଙ୍ଗୀତରୁ ଆରମ୍ଭ କରି ଅନ୍ୟାନ୍ୟ ଭିିଡିଓ ପର୍ଯ୍ୟନ୍ତ ତାଙ୍କର ସବୁ କଳାକୃତିରେ ସେ ନିଜର ପରିକଳ୍ପନାକୁ ପରିପ୍ରକାଶ କରିବାକୁ ଚାହୁଛନ୍ତି । ଆତ୍ମନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି କାଇନି ୱେଷ୍ଟ, ଟ୍ରାଭିସ୍ ସ୍କଟ୍ ଓ ଡ୍ରେକ୍‌, ଡାନିଏଲ୍ ସିଜର ଓ ଡ୍ରିମ୍ ପପ୍ ବ୍ୟାଣ୍ଡ୍ ବିଚ୍ ହାଉସ୍ ଭଳି ବିଶ୍ୱସ୍ତରୀୟ କଳାକାର ।

powered by social2s

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ - ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
24 June 2022

 

 

ଭୁବନେଶ୍ୱର : ନୂଆ ଥିମର ପ୍ରସାର ପାଇଁ ଜୀ ସାର୍ଥକର ଏଲଇଡି ଭ୍ୟାନ ସମସ୍ତ ଜ଼ିଲ୍ଲାରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆଜି ଠାରୁ ଏହାର ଶୁଭାରମ୍ଭ କରାଯାଇଛି । ଏହି ଭ୍ୟାନ ଓଡିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ । ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ  ଏହି ଭ୍ୟାନରେ ସ୍ଥାନ ପାଇଛି । ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ । ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି । ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ ଓଡିଶାର ସମସ୍ତ ଜ଼ିଲ୍ଲାରେ  ପ୍ରଚାର କରିବ । ଏହି ଟାବଲୋରେ ଲାଗିଥିବା ଏଲଇଡିରେ ଲୋକେ ଜୀ ସାର୍ଥକରେ ପ୍ରସାରିତ ସିରିୟଲ ଓ ଫିଲ୍ମର ପ୍ରମୋ ଦେଖିପାରିବେ । 

 

ନୂଆ ନୂଆ କାହାଣୀ ସହ ସିରିୟଲ ଏବଂ ସିନେମା ଓଡିଆ ଦର୍ଶକଙ୍କୁ ଭେଟି ଦେଉଛି ଜୀ ସାର୍ଥକ । ଝିଲି, ସର୍ବଜୀତା ଅନୁ,ବିଜୟିନୀ, ସୁନା ଝିଅ ଓ ଦିଦି ନମ୍ବର ୧  ଭଳି ସିରିୟଲ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଛି । ତେଣୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଓଡିଶାର ପୁର ପଲ୍ଲୀରେ ୨ଟି ଭ୍ୟାନ ପରିଭ୍ରମଣ କରିବ । ବିଭିନ୍ନ ଗେମ ସୋ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ସହ ଜୀ ସାର୍ଥକର ବ୍ରାଣ୍ଡ ପ୍ରମୋସନ ଭିନ୍ନ ଢ଼ଙ୍ଗରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଜୀ ସାର୍ଥକ ପ୍ରତି ଦର୍ଶକଙ୍କ ଭଲପାଇବା ବଢ଼ି ଚାଲିଥିବା ବେଳେ ଏହି ବ୍ରାଣ୍ଡ ଭ୍ୟାନ ଆକ୍ଟିଭିଟି ପୁଣି ନୂଆ ଇତିହାସ ଲେଖିଛି ବୋଲି ମୁଖ୍ୟ ଚ୍ୟାନେଲ ଅଧିକାରୀ ପ୍ରତୀକ ସିଲ କହିଛନ୍ତି ।

 

powered by social2s

ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

Details
Odia Ray Admin
ମନୋରଞ୍ଜନ / କ୍ରୀଡା
21 June 2022

 

 

ଭୁବନେଶ୍ୱର: ଓଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁସାନ୍‌ଙ୍କ  ବିଦ୍ୟାରଣ। ଏଥର ରଥଯାତ୍ରାରେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍  ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି। ଭାବନା ଏ ନୂଆ ପ୍ରେମର, ହୃଦୟ ଭାରି ଜାଣେରେ, ଶହେ ଥିଲି ଶୂନ ହେଲି ପରି କିଛି ରୋମାଣ୍ଟିକ୍ ଓ ବିରହି ଗୀତ ରହିଛି ଏଥିରେ। ରଥଯାତ୍ରା ଅବସରରେ‘ବିଦ୍ୟାରାଣ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା କରିଛନ୍ତି ନିରଞ୍ଜନ ନାୟକ। କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ। ପୂର୍ବରୁ ନିର୍ଦ୍ଦେଶକ ଜେ୍ୟାତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ। ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୈ।ରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କରିଛନ୍ତି। ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି।

 

powered by social2s

More Articles ...

  1. ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’
  2. ଆରମ୍ଭ ହେଲା "ରଜ ମଉଜ -୨୦୨୨"
  3. ଖୁବ୍ ଶୀଘ୍ର "ଗ୍ୟାଙ୍ଗସ୍ ଅଫ୍ ପୁରୀ"
Page 2045 of 2255
  • Start
  • Prev
  • 2040
  • 2041
  • 2042
  • 2043
  • 2044
  • 2045
  • 2046
  • 2047
  • 2048
  • 2049
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.