• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
20
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବାତ୍ୟା ‘ଅକ୍ଭାନ’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ: ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ବ୍ୟାପକ ବ୍ୟବସ୍ଥା

Details
Odia Ray Admin
ଓଡିଶା
17 November 2026

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ’ର ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ଜୋରଦାର କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ଏବଂ ତ୍ୱରିତ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ବିପଦପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ନିରାପଦ ତଥା ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପ୍ରସ୍ତୁତିର ଅଂଶସ୍ୱରୂପ ନଳକୂପ, ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସର ବିଶୋଧନ ପାଇଁ ଗ୍ରାମ ପଞ୍ଚାୟତ, ବ୍ଲକ୍ ଓ ସେକ୍ସନ ସ୍ତରରେ ୭,୬୦୦ ବସ୍ତା ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି। ସେହିପରି ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ଜରୁରୀକାଳୀନ ବଣ୍ଟନ ପାଇଁ ୬ ଲକ୍ଷ ୮୦ ହଜାର ପାନୀୟ ଜଳ ବୋତଲର ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ୭୫୦ଟି ଜଳ ଟ୍ୟାଙ୍କର ଏବଂ ୮୬୦ଟି ସିନଟେକ୍ସ ଟାଙ୍କିର ବ୍ୟବସ୍ଥା କରାଯାଇଛି। ଜଳ ଯୋଗାଣ ସୁବିଧା ପାଇଁ ଜଳ ଟ୍ୟାଙ୍କରଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ମୁତୟନ କରାଯିବ। ସେହିପରି ରାସ୍ତା ଜଳମଗ୍ନ ହେବା କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ହେବା ପରିସ୍ଥିତିରେ ସିନଟେକ୍ସ ଟାଙ୍କିଗୁଡ଼ିକୁ ପିକ୍‌ଅପ୍ ଭ୍ୟାନ୍ ଓ ଟ୍ରାକ୍ଟର ମାଧ୍ୟମରେ ପରିବହନ କରାଯିବ। ଏଥିସହ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଭର୍ତ୍ତି ଓ ବଣ୍ଟନ ପାଇଁ ୭୮୦ଟି ଲୋଡିଂ ପଏଣ୍ଟର ବ୍ୟବସ୍ଥା କରାଯାଇଛି। ଟ୍ୟାଙ୍କରରେ ଜଳ ଭର୍ତ୍ତି ପୂର୍ବରୁ ଜଳ ଉତ୍ସର ବିଶୋଧନ ସୁନିଶ୍ଚିତ କରାଯିବ। ବିଦ୍ୟୁତ୍ ବିଭ୍ରାଟ ସମୟରେ ଅତ୍ୟାବଶ୍ୟକ ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ବଜାୟ ରଖିବା ପାଇଁ ଗ୍ରାମ ପଞ୍ଚାୟତ, ବ୍ଲକ୍ ଓ ସେକ୍ସନ ସ୍ତରରେ ଏବଂ ନିର୍ଦ୍ଦିଷ୍ଟ ଲୋଡିଂ ପଏଣ୍ଟରେ ୪୦୦ଟି ଡିଜି ସେଟ୍ ରଖାଯାଇଛି। ଏଥିସହ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ସ୍ତରରେ ଜଳ ବିଶୋଧନ ଓ ନିରାପଦ ପାନୀୟ ଜଳ ବଣ୍ଟନ ପାଇଁ ୧୨ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ମୁତୟନ କରାଯିବ। ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ପାଇଁ ଅଣପ୍ରଭାବିତ ଜିଲ୍ଲାରୁ ୫୦ ଜଣ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ (AE/JE)ଙ୍କୁ ଆବଶ୍ୟକ ସ୍ଥଳେ ପ୍ରଭାବିତ ଜିଲ୍ଲାରେ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯାଇଛି। ଏଥିସହ ବିଦ୍ୟୁତ୍ ମିସ୍ତ୍ରୀ ଓ ଦକ୍ଷ କର୍ମଚାରୀଙ୍କୁ ନେଇ ୮୫୦ଟି ମରାମତି ଟିମ୍‌କୁ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ମୁଖ୍ୟାଳୟରେ ପ୍ରସ୍ତୁତ ରଖାଯାଇଛି। ପାନୀୟ ଜଳ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍ତରରେ ଆବଶ୍ୟକ ଯନ୍ତ୍ରାଂଶ ମଧ୍ୟ ମହଜୁଦ ରଖାଯାଇଛି। ଏଥିସହ ରାଜ୍ୟ, ଡିଭିଜନ୍ ଓ ବ୍ଲକ୍ ସ୍ତରରେ ୨୪×୭ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ବାତ୍ୟା ସମୟରେ ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ପାଇଁ ଡିଜି ସେଟ୍, ଜଳ ଟ୍ୟାଙ୍କର, ମୋବାଇଲ୍ ଭ୍ୟାନ୍, ପାନୀୟ ଜଳ ବୋତଲ ଓ ବ୍ଲିଚିଂ ପାଉଡର ଆଦିର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତ ଡିଭିଜନାଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପର ଲକ୍ଷ୍ୟ ହେଉଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ଅତ୍ୟାବଶ୍ୟକ ଜଳ ଭିତ୍ତିଭୂମିର ସୁରକ୍ଷା କରିବା ଏବଂ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇପାରୁଥିବା ବିପଦପ୍ରବଣ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସମୟୋଚିତ ଭାବେ ନିରାପଦ ପାନୀୟ ଜଳ ପହଞ୍ଚାଇବା।

powered by social2s

ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

Details
Odia Ray Admin
ଓଡିଶା
17 November 2026

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

powered by social2s

ଭୁବନେଶ୍ୱରରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ୧୦ ଚକିଆ ସିମେଣ୍ଟ ମିକ୍ସର ଟ୍ରକ୍‌

Details
Odia Ray Admin
ଓଡିଶା
17 November 2026

ଭୁବନେଶ୍ୱର: ନାଲ୍‌କୋ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସକୁ ଧକ୍କା ଦେଲା ୧୦ ଚକିଆ ସିମେଣ୍ଟ ମିକ୍ସର ଟ୍ରକ୍‌। ଧକ୍କା ଦେଇ ଆମ୍ବୁଲାନ୍ସକୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେଲା ଟ୍ରକ୍‌। ଆମ୍ବୁଲାନ୍ସରେ ରୋଗୀ ନଥିଲେ, ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି।

powered by social2s

ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Details
Odia Ray Admin
ଓଡିଶା
17 November 2026

ଜଟଣୀ(ଶୁଭେନ୍ଦ୍ର ଶତପଥୀ): ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରୋଟାରୀ କ୍ଳବ ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା l ଖବରଦାତା ତଥା ଜଟଣୀ ପ୍ରେସ କ୍ଳବର ସଭାପତି ରବୀନ୍ଦ୍ରନାଥ ମହାକୁଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ଯୋଗ ପ୍ରଦୀପ ପ୍ରଜ୍ଜୁଳନ କରି ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଭାଜପା ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ଜଟଣୀ ନଗରପାଳ ଅନନ୍ତ ବେହେରା, ଭାଜପା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା,ଜଟଣୀ ବାର ଆସୋସିଏସନର ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,ଜଟଣୀ ଲୟର୍ସ ଆସୋସିଏସନର ସମ୍ପାଦକ ବରିଷ୍ଠ ଆଇନଜୀବୀ ଅରୁଣ କୁମାର ସାହୁ,କଂଗ୍ରେସ ନେତା ଅଶୋକ କୁମାର ମଙ୍ଗରାଜ,ଓୟୁଡବ୍ଲୁଜେ ଜିଲ୍ଲା ସଭାପତି ପ୍ରକାଶ ହାତୀ, ଓୟୁଡବ୍ଲୁଜେ ସଦସ୍ୟ ଶୁଭକାନ୍ତ ମହାପାତ୍ର,ଓୟୁଜେ ରାଜ୍ୟ ସଦସ୍ୟ ପ୍ରସନ୍ନ ପାଇକରାୟ,ବିଶିଷ୍ଠ ସାହିତ୍ୟିକ ସୀତାକାନ୍ତ ଶତପଥୀ, ସାହିତ୍ୟିକା ଅଙ୍କିତା ଶର୍ମା,ଓଷ୍ଟା ଜିଲ୍ଲା ସମ୍ପାଦକ ନରେନ୍ଦ୍ର ମୁଦୁଲି, ଜଟଣୀ ପ୍ରଗତି ପରିଷଦର ପ୍ରତିଷ୍ଠାତା ସନ୍ତୋଷ କୁମାର ହୋତା, ଜଟଣୀ ବରିଷ୍ଠ ନାଗରିକ ସେବା ସଙ୍ଘ ସଭାପତି ଅବନି ରାଉତରାୟ,ଓଷ୍ଟା ପୂର୍ବତନ ଜିଲ୍ଲା ସଭାପତି ଅମ୍ବିକାପ୍ରସାଦ ପଟନାୟକ,ଭାଜପା ନଗର ସଭାପତି ତିରୁପତି ଶତପଥି,ଭାଜପା ନଗର ଉପସଭାପତି ଜାନକୀ ପ୍ରଧାନ,ରବି ବେହେରା,ଛଣଘର କୁସୁମାଟି ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ,ଜଟଣୀ ବଡି ମସଜିଦ ସଭାପତି ଏମଡି ଜାଫର ନୁର ପ୍ରମୁଖ ଯୋଗ ଦେଇଥିଲେ l ପ୍ରେସ ଦିବସ ଅବସରରେ "ସାମ୍ବାଦିକ କଣ ସବୁ କାମରେ ଠିକା ନେଛନ୍ତି? ବିଷୟକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ବେଳେ ସମାଜର ସାମଗ୍ରୀକ ବିକାଶ ସହିତ ଦେଶର ଉନ୍ନତିରେ କେବଳ ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ ନୁହେଁ ବରଂ ସମସ୍ତ ଙ୍କ ଭାଗିଦାରୀ ଵା ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଲୱେ ଷ୍ଟେସନର ନାମକୁ ଜଟଣୀ ରେଲୱେ ଷ୍ଟେସନ ନାମରେ ନାମିତ କରିବା ପାଇଁ ରାଷ୍ଟ୍ରପତି,କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆମନ୍ତ୍ରୀତ ଅତିଥି ଏବଂ ଜଟଣୀର ବୁଦ୍ଧିଜୀବୀଙ୍କ ଦସ୍ତଖତ ସମ୍ଭଳିତ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ର ସମ୍ପାଦକ ସୁରେଶ ମହାରଣା,ବରିଷ୍ଠ ଖବରଦାତା ରବି ସ୍ୱାଇଁ, ଶ୍ରୀକାନ୍ତ ପରିଜା,ନୀଳାମ୍ବର ମିଶ୍ର,ଏମ.ଡି.ଇସ୍ମାଇଲ ଅଲି, ଲକ୍ଷ୍ମୀଧର ମହାକୁଡ଼,ଅମରେଶ ରାଉତରାୟ,ହରିହର ସ୍ୱାଇଁ, ଏମ. ଡି.ଫଜଲୁର, ଏମ.ଡି.ଅତିକ, ଏମ.ଡି.ଇଫତିକାର ଅଲି,ଲଳିତ କୁମାର ମହାରଣା,ବିଶ୍ୱଜିତ ସାମନ୍ତରାୟ,ଶୁଭେନ୍ଦ୍ର ଶତପଥୀ, ଗୌତମ ମହାରଣା, ଯଯାତି କେଶରୀ ପ୍ରଧାନ,ମହେଶ ମହେନ୍ଦ୍ର, ଜାଗୃତି ସ୍ୱାଇଁ,ବିଷ୍ଣୁ ସାହୁ, ଦିଲ୍ଲୀପ ନାଇଡ଼ୁ,ମାନସ ରଥ,ଦିଲ୍ଲୀପ ମହାନ୍ତି,ଶୁଭ୍ରାଂଶୁ ଭା୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଯୁବ ସାମ୍ବାଦିକ ସଂଗ୍ରାମ ହୋତା ସଂଯୋଜନା କରିଥିଲା ବେଳେ ଖବରଦାତା ହୃଦାନନ୍ଦ କୋଦମାସିଂ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ସଂଜୀବ ସେଠ ଧନ୍ୟବାଦ ଅର୍ପଣ କରିଥିଲେ l

powered by social2s

୮ କୋଟିର ବ୍ରାଉନସୁଗାର ଜବତ

Details
Odia Ray Admin
ଓଡିଶା
17 November 2026

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ପୋଲିସ ସୀମା ଅନ୍ତର୍ଗତ ଗୋପାଳ ଗାଁରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ବିକ୍ରି ପାଇଁ ଡିଲ୍ କଲା ବେଳେ ମାଡ଼ିବସିଲା ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ।

powered by social2s

ପାରାଦୀପ ଉପକୂଳରେ ବଡ଼ ଅଘଟଣରୁ ବର୍ତ୍ତିଲା ଜାହାଜ, ୨୭ ନାବିକ ସୁରକ୍ଷିତ

Details
Odia Ray Admin
ଓଡିଶା
17 November 2026

ପାରାଦୀପ: ସମୁଦ୍ର ମଧ୍ୟରେ ବଡ଼ ବିପଦରୁ ବର୍ତ୍ତିଗଲା ମାଲବାହୀ ଜାହାଜ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାହାଜ ଭିତରକୁ ପଶିବାରେ ଲାଗିଥିଲା ସମୁଦ୍ର ଜଳ। ଏମ୍‌ଭି ବିଶ୍ୱ ଉଦୟ ଜାହାଜରେ ଥିବା ୨୭ ନାବିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ଓ କୋଷ୍ଟ ଗାର୍ଡ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି ଜାହାଜକୁ ବଞ୍ଚାଇଛନ୍ତି। ଜାହାଜର ପ୍ରୋପେଲର ଶାଫ୍ଟ ଅଚଳ ହୋଇଯିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ମୋଜାମ୍ବିକ ଯାଉଥିବା ବେଳେ ପାରାଦୀପଠାରୁ ପ୍ରାୟ ୫୦ ନଟିକାଲ ମାଇଲ ଦୂରରେ ଏହି ଅଘଟଣ ଘଟିଥିଲା।

powered by social2s

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସାରକାରଙ୍କ ସୁଦୃଢ଼ ପ୍ରସ୍ତୁତି; ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଜନସାଧାରଣଙ୍କୁ ଆଗୁଆ ସତର୍କ ସୂଚନା ଓ ଜରୁରୀକାଳୀନ ସେବାର ନିରବଚ୍ଛିନ୍ନତା ଉପରେ ଗୁରୁତ୍ୱ

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବା ଏବଂ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ।ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଭାରତ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସଦ୍ୟତମ ପାଣିପାଗ ସୂଚନା ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ସମ୍ପର୍କରେ ଆଲୋଚନା କରାଯିବା ସହ ରାଜ୍ୟରେ ଆଗୁଆ ପ୍ରସ୍ତୁତି, ଜନସୁରକ୍ଷା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସୂଚନଯୋଗ୍ୟ ଯେ, ଭାରତ ପାଣିପାଗ ବିଭାଗ (IMD), ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ଜାରି ପାଣିପାଗ ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ-ପୂର୍ବ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ଅଧିକ ଘନୀଭୂତ ହୋଇ ଆଜି ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରର କେନ୍ଦ୍ରୀୟ ଦକ୍ଷିଣ ଏବଂ ତତ୍‌ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ବାତ୍ୟାର ରୂପ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା (Severe Cyclonic Storm) ରେ ପରିଣତ ହୋଇପାରେ। ପରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୦ ନଭେମ୍ବର ମଧ୍ୟାହ୍ନ ସମୟରେ ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ଏହା ଏକ ଅତି ଭୀଷଣ ବାତ୍ୟା (Very Severe Cyclonic Storm)ର ରୂପ ନେଇପାରେ। ବାତ୍ୟା ସମୟରେ ଲ୍ୟାଣ୍ଡଫଲ ସ୍ଥଳରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୧୮ ନଭେମ୍ବରରେ ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି। ୧୮ ନଭେମ୍ବରରୁ ୧୯ ନଭେମ୍ବର ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ ଆଦି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ପବନ ହୋଇପାରେ। ୨୦ ନଭେମ୍ବରରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ନଭେମ୍ବରରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିବା ସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)କୁ ୨୪ ଘଣ୍ଟିଆ ସକ୍ରିୟ ରଖିବା, ନୋଡାଲ ଅଧିକାରୀ ନିଯୁକ୍ତି ଓ ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରିବା ସହ ବିପଦସଂକୁଳ ପରିବାର ଏବଂ ସ୍ଥାନାନ୍ତରଣ ସମୟରେ ସହାୟତା ଆବଶ୍ୟକ କରୁଥିବା ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଓ ଜେନେରେଟର ଭଳି ବିକଳ୍ପ ବ୍ୟବସ୍ଥାର ଯାଞ୍ଚ ସହ ଆବଶ୍ୟକ ଯାନବାହନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ସ୍ଥଳେ ପାଣିପାଗ ବିଭାଗର ସତର୍କ ସୂଚନା ଓ ଜିଲ୍ଲାପାଳଙ୍କ ବିପଦ ଆକଳନ ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ। ଭୂସ୍ଖଳନ ଜନିତ ବିପଦ ସମ୍ପ୍ରତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିନିମନ୍ତେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ନେଇ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ପୂର୍ବରୁ ଚିହ୍ନଟ ବିପଦପ୍ରବଣ ସ୍ଥାନରୁ ଜନସାଧାରଣଙ୍କ ସ୍ଥାନାନ୍ତରଣ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ମୁକାବିଲା ପାଇଁ ODRAF ଓ NDRFର ମୋଟ ୭୪ଟି ଟିମ୍, ଯଥା ୬୦ଟି ODRAF ଟିମ୍ ଓ ୧୪ଟି NDRF ଟିମ୍ ମୁତୟନ ପାଇଁ ପ୍ରସ୍ତୁତି ଯୋଜନା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଟିମ୍‌ଗୁଡ଼ିକୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ତଥା ଅନ୍ୟାନ୍ୟ ଜିଲ୍ଲାରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ସ୍ଥାନରେ ପୂର୍ବରୁ ମୁତୟନ କରିବା ପାଇଁ ଯୋଜନା ରହିଛି। ଏଥିସହ ଅଗ୍ନିଶମ ସେବା ବିଭାଗର ଉଦ୍ଧାରକାରୀ ଦଳ, ଯାନବାହନ, ଡଙ୍ଗା, ଆଲୋକୀକରଣ ଓ ଅନ୍ୟାନ୍ୟ ଜରୁରୀ ଉପକରଣର ଉପଲବ୍ଧତା ଯାଞ୍ଚ କରିବାକୁ କୁହାଯାଇଛି। ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳପ୍ରବାହ, ନଦୀର ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଦୁର୍ବଳ ନଦୀବନ୍ଧ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ରାସ୍ତା, ପୋଲ, କଲଭର୍ଟ ଓ ପାହାଡ଼ିଆ ରାସ୍ତାର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଗଛ କାଟିବା ଯନ୍ତ୍ର, ଆର୍ଥମୁଭର୍ ଓ ଜରୁରୀକାଳୀନ ମରାମତି ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକୁ ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯଥେଷ୍ଟ ମହଜୁଦ ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଦ୍ୟୁତ୍ ଓ ଟେଲିକମ୍ ବିଭାଗକୁ ବିପଦପ୍ରବଣ ବିଦ୍ୟୁତ୍ ସବ୍‌ଷ୍ଟେସନ୍, ଟେଲିକମ୍ ଟାୱାର ଚିହ୍ନଟ କରିବା ସହ ମରାମତି ଦଳ, ଆବଶ୍ୟକ ଯନ୍ତ୍ରପାତି ଓ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ହସ୍ପିଟାଲ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଓ ଜନସାଧାରଣଙ୍କ ମଧ୍ୟରେ ସତର୍କତା ସହ ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ଡାକ୍ତରୀ ଦଳ, ଆମ୍ବୁଲାନ୍ସ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍, ଅକ୍ସିଜେନ୍ ଓ ଜଳ ଯୋଗାଣ ବ୍ୟବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। କୃଷି ବିଭାଗକୁ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରୁଥିବା ଫସଲ ଚିହ୍ନଟ କରି ଚାଷୀମାନଙ୍କୁ ଆଗୁଆ ପରାମର୍ଶ ଦେବା ସହ ପଶୁସମ୍ପଦର ସୁରକ୍ଷା ପାଇଁ ନିରାପଦ ସ୍ଥାନ, ଗୋଖାଦ୍ୟ, ପାନୀୟ ଜଳ ଓ ପ୍ରାଣୀ ଚିକିତ୍ସା ଦଳ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ଉପକୂଳରେ ୧୮ ନଭେମ୍ବରରୁ ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ଏବଂ ପବନର ବେଗ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ସତର୍କ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଓ ମାଛଧରା ଡଙ୍ଗାଗୁଡ଼ିକର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ସହ ମେରାଇନ୍ ପୋଲିସ୍ ଓ ତଟରକ୍ଷୀ ବାହିନୀ ସହ ସମନ୍ୱୟ ରଖିବାକୁ କୁହାଯାଇଛି। ଏଥିସହ SATARK, Early Warning Dissemination System (EWDS), ସାଇରନ୍, SMS ଓ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ନିକଟରେ ତ୍ୱରିତ ଓ ସଠିକ୍ ସତର୍କ ସୂଚନା ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି। ଜରୁରୀ ପରିସ୍ଥିତିରେ ଆଇନଶୃଙ୍ଖଳା ରକ୍ଷା, ଯାତାୟାତ ନିୟନ୍ତ୍ରଣ, ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସ୍ଥାନାନ୍ତରିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବୈଠକରେ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା, ନିଜ ନିଜ ବିଭାଗର ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ଯେକୌଣସି ଜରୁରୀ ଆବଶ୍ୟକତା ବା ଅଭାବ ସମ୍ପର୍କରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ତୁରନ୍ତ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

powered by social2s

More Articles ...

  1. ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ; କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ
  2. ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ
  3. ତିନୋଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରିଟ୍ ୨୦୨୬’ର ଆଭାସୀ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Page 4 of 2248
  • Start
  • Prev
  • 1
  • 2
  • 3
  • 4
  • 5
  • 6
  • 7
  • 8
  • 9
  • 10
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.