ପାରାଦୀପ: ସମୁଦ୍ର ମଧ୍ୟରେ ବଡ଼ ବିପଦରୁ ବର୍ତ୍ତିଗଲା ମାଲବାହୀ ଜାହାଜ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାହାଜ ଭିତରକୁ ପଶିବାରେ ଲାଗିଥିଲା ସମୁଦ୍ର ଜଳ। ଏମ୍ଭି ବିଶ୍ୱ ଉଦୟ ଜାହାଜରେ ଥିବା ୨୭ ନାବିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ଓ କୋଷ୍ଟ ଗାର୍ଡ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି ଜାହାଜକୁ ବଞ୍ଚାଇଛନ୍ତି। ଜାହାଜର ପ୍ରୋପେଲର ଶାଫ୍ଟ ଅଚଳ ହୋଇଯିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ମୋଜାମ୍ବିକ ଯାଉଥିବା ବେଳେ ପାରାଦୀପଠାରୁ ପ୍ରାୟ ୫୦ ନଟିକାଲ ମାଇଲ ଦୂରରେ ଏହି ଅଘଟଣ ଘଟିଥିଲା।
powered by social2s

