• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ କେବଳ ପାଠକବୃଦ୍ଧି ପଛରେ ନ ଧାଇଁ ନିରପେକ୍ଷ, ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ କରି ନିଜର ନୈତିକ ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଲୋକପ୍ରିୟତା ଅର୍ଜନ ପାଇଁ ଅନେକ ସମୟରେ ଭ୍ରମାତ୍ମକ ଖବର ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାମାଜିକ ଗଣମାଧ୍ୟମର ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ସାମ୍ବାଦିକ ଦାୟିତ୍ୱବାନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବାର ଆବଶ୍ୟକତା ରହିଛି । ସବୁ ସମୟରେ ନିଜକୁ ନିୟନ୍ତ୍ରିତ ଓ କଠୋର ଅନୁଶାସନ ମଧ୍ୟରେ ଜଣେ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ କଲେ ଏହାର ପ୍ରଭାବ ଚିରସ୍ଥାୟୀ ରହିଥାଏ ବୋଲି ସେ ମତ ପ୍ରକାଶ କରିବା ସହ ଦେଶ ଓ ଜାତି ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋକପାତ କରି ସେ କାମଳ ସାମ୍ବାଦିକତାରୁ ଊଦ୍ଧ୍ୱର୍କୁ ଯାଇ ସାମ୍ବାଦିକମାନେ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଏବଂ ସମ୍ବେଦନଶୀଳ ଖବର ପ୍ରସାରଣ ବେଳେ ଅଧିକ ଦାୟିତ୍ୱବାନ ହେବା ପ୍ରତ୍ୟେକ ସାମ୍ବାଦିକର ଆଭିମୁଖ୍ୟ ହେବା ଉଚିତ । ବିଭିନ୍ନ ଆଲେଖ୍ୟ ଉପସ୍ଥାପନ କରି ମୌଳିକ ଦାର୍ଶନିକ ଧାରଣାରୁ ଜୀବନ ଓ ସ୍ୱାଧୀନତା ସଂପର୍କରେ ମତ ରଖି ଦାୟିତ୍ୱବାନ ସାମ୍ବାଦିକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ବିଶ୍ୱାଳ ପୌରୋହିତ୍ୟ କରି କହିଥିଲେ ଯେ ଯୁଗ ସହ ତାଳଦେଇ ସମ୍ବାଦ ପରିବେଷଣର ପରିବର୍ତ୍ତନ ହେଉଛି । କିନ୍ତୁ ସାମ୍ବାଦିକତାର ମୌଳିକତାରେ କୌଣସି ପରିବର୍ତ୍ତନ ଆସିନାହିଁ । ବର୍ତ୍ତମାନର ଯୁବଗୋଷ୍ଠୀ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ସାମ୍ବାଦିକତାର ପରିଭାଷାକୁ ପରିବର୍ତ୍ତନ କରିଥିଲେ ସୁଦ୍ଧା ସମ୍ବାଦ ପରିବେଷଣର ମୌଳିକତା ଅକ୍ଷୁଣ୍ଣ ରଖିବାରେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ବିଭିନ୍ନ ପତ୍ରପତ୍ରିକା, ବିଦେଶୀ ଖବରକାଗଜ, ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ପ୍ରାୟ ଏକ ହଜାରଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି । ନିର୍ଦ୍ଦେଶକ (ବୈଷୟିକ) ଶ୍ରୀମତୀ ସ୍ମିତା କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଜାମ୍ବର ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ, ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

powered by social2s

ତିନୋଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରିଟ୍ ୨୦୨୬’ର ଆଭାସୀ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରୁ ଆଭାସୀ ମାଧ୍ୟମରେ ‘ଇକୋ ରିଟ୍ରିଟ୍ ୨୦୨୬’ର ଶୁଭାରମ୍ଭ କରିଛନ୍ତି। ଏଥିସହ ରାଜ୍ୟର ତିନୋଟି ମନୋରମ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ, ଦାରିଙ୍ଗବାଡ଼ି ଏବଂ ହୀରାକୁଦଠାରେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପର୍ଯ୍ୟଟକମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପର୍ଯ୍ୟଟକମାନେ କୌଣସି ସ୍ଥାନକୁ ବୁଲିବାକୁ ଆସିଲେ କେବଳ ସେହି ସ୍ଥାନକୁ ଦେଖନ୍ତି ନାହିଁ, ବରଂ ସେଠାରୁ ମିଳିଥିବା ଅନୁଭୂତିକୁ ସାଙ୍ଗରେ ନେଇ ଫେରନ୍ତି।" ତେଣୁ ପ୍ରତ୍ୟେକ ଆଗନ୍ତୁକଙ୍କ ପାଇଁ ଅନନ୍ୟ, ସମୃଦ୍ଧ ଏବଂ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବା ଉପରେ ଆମର ଧ୍ୟାନ ରହିବା ଉଚିତ ବୋଲି ସେ ସମସ୍ତ ଜିଲ୍ଲା ର ପର୍ୟ୍ୟଟନ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର, ଘରୋଇ ଅଂଶୀଦାର ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ଏକ ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ, ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ‘ଇକୋ ରିଟ୍ରିଟ୍’ ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଏବଂ ଅନୁଭୂତିଭିତ୍ତିକ ପର୍ଯ୍ୟଟନର ଏକ ଅନନ୍ୟ ସମନ୍ୱୟ ପ୍ରଦାନ କରେ। ଏହା ପର୍ଯ୍ୟଟକମାନଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ତମ୍ବୁରେ ରହିବାର ସୁଯୋଗ ଦେବା ସହ ଦୁଃସାହସିକ କ୍ରୀଡ଼ା, ସ୍ଥାନୀୟ ଖାଦ୍ୟ ଏବଂ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବାର ସୁଯୋଗ ଦେଇଥାଏ। ଚଳିତ ବର୍ଷର ସଂସ୍କରଣର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ‘ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ’ର କାର୍ଯ୍ୟକାରୀତା, ଯାହା ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହ ବୃତ୍ତିଗତ ପରିଚାଳନା ସୁନିଶ୍ଚିତ କରିବ। ଏହି ବ୍ୟବସ୍ଥା ଅଧୀନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ ସୁବିଧା ସ୍ଥାପନ ଓ ପରିଚାଳନା ପାଇଁ ମନୋନୀତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିଗୁଡ଼ିକୁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ତମ୍ବୁ (Luxury Tents) ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ୨୫ଟି, ହୀରାକୁଦରେ ୫୦ଟି ଏବଂ ସାତକୋଶିଆରେ ୫୦ଟି ତମ୍ବୁ ସ୍ଥାପନ କରାଯିବ। ଦାରିଙ୍ଗବାଡ଼ି ଏବଂ ସାତକୋଶିଆରେ ଏହି ସୁବିଧା ସର୍ବନିମ୍ନ ୧୫୦ ଦିନ ପାଇଁ କାର୍ଯ୍ୟକ୍ଷମ ରହିବାକୁ ଥିବାବେଳେ ହୀରାକୁଦରେ ଏହା ସର୍ବନିମ୍ନ ୧୨୦ ଦିନ ପାଇଁ ଖୋଲା ରହିବ। ଏହି ପଦକ୍ଷେପ ଦ୍ୱାରା ସ୍ଥାୟୀ ପର୍ଯ୍ୟଟନର ପ୍ରସାର ହେବା ସହ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଉଦ୍ୟୋଗିତାକୁ ପ୍ରୋତ୍ସାହନ ମିଳିବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାର ପରିଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ରଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀମାନେ ଯୋଗ ଦେଇଥିଲେ। 'ଇକୋ ରିଟ୍ରିଟ୍ ୨୦୨୬–୨୭'ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନିଜର ଅଂଶଗ୍ରହଣ ଜଣାଇ କନ୍ଧମାଳ, କଟକ ଏବଂ କୋରାପୁଟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନେ ମଧ୍ୟ ଆଭାସୀ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ। ‘ଇକୋ ରିଟ୍ରିଟ୍ ୨୦୨୬–୨୭’ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ଓଡ଼ିଶାକୁ କେବଳ ଏକ ଭ୍ରମଣ ସ୍ଥଳୀ ଭାବେ ନୁହେଁ, ବରଂ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ଆତିଥ୍ୟ ସହ ପର୍ଯ୍ୟଟକଙ୍କୁ ଯୋଡ଼ୁଥିବା ଏକ ଅନନ୍ୟ ଅନୁଭୂତିର କେନ୍ଦ୍ର ଭାବେ ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି।

powered by social2s

ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ଦିନିକିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପରାଷ୍ଟ୍ରପତି ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆଇକନିକ୍ ଟାୱାର ଉଦ୍‌ଘାଟନ କରିବେ।

powered by social2s

ବଙ୍ଗୋପସାଗରରେ ଗଭୀର ଅବପାତ, ଆଜି ବାତ୍ୟା ରୂପ ନେବା ସମ୍ଭାବନା

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ଏହା ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେଇପାରେ। ଆସନ୍ତାକାଲି ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ରାଜ୍ୟରେ ୧୮ରେ ଭାରି ବର୍ଷା ଓ ୧୯ରୁ ୨୧ ଯାଏଁ ଅତି ଭାରି ବର୍ଷା ସମ୍ଭାବନା ରହିଛି।

powered by social2s

ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ

Details
Odia Ray Admin
ଓଡିଶା
16 November 2026

ଭୁବନେଶ୍ୱର: ଗଭୀର ଅବପାତ ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବ। ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳକୁ ଛୁଇଁବ। ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ନେଲୁର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ସ୍ଥାୟୀ ପବନର ବେଗ ୧୨୦ରୁ ୧୩୦ କିମି ପର୍ଯ୍ୟନ୍ତ ରହିବ। ଝଟ୍‌କା ପବନର ବେଗ ୧୪୫ କିମି ପର୍ଯ୍ୟନ୍ତ ରହିପାରେ।

powered by social2s

ଓଲା ଇଲେକ୍ଟ୍ରିକ୍‌କୁ ଉପଭୋକ୍ତା କମିଶନଙ୍କ ଝଟକା: ତ୍ରୁଟିପୂର୍ଣ୍ଣ ସ୍କୁଟର ପାଇଁ ଗ୍ରାହକଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

Details
Odia Ray Admin
ଓଡିଶା
16 November 2026

ବ୍ରହ୍ମପୁର: ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ଓ ବାରମ୍ବାର ମରାମତି ସତ୍ତ୍ୱେ ସମସ୍ୟାର ସମାଧାନ ନହେବା ମାମଲାରେ ଓଲା ଇଲେକ୍ଟ୍ରିକ୍‌କୁ ଝଟକା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ। ଗ୍ରାହକ ଜୟତ୍ରୀ ପାଢ଼ୀଙ୍କ ଅଭିଯୋଗର ବିଚାର କରି ଆୟୋଗ ଓଲା ଇଲେକ୍ଟ୍ରିକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ତିନି ପ୍ରତିପକ୍ଷଙ୍କୁ ମିଳିତ ଓ ପୃଥକ୍ ଭାବେ ଦାୟୀ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ଅଭିଯୋଗକାରିଣୀ ୨୦୨୩ ଡିସେମ୍ବର ୨୧ ତାରିଖରେ ଓଲା S1 Pro (ଦ୍ୱିତୀୟ ଜେନେରେସନ୍) ସ୍କୁଟର କିଣିଥିଲେ। କିନ୍ତୁ ଗାଡ଼ି କିଣିବାର ମାତ୍ର ୨୫ରୁ ୩୦ ଦିନ ମଧ୍ୟରେ ଷ୍ଟାର୍ଟିଂ ସମସ୍ୟା, ଡିସପ୍ଲେ ବନ୍ଦ ହୋଇଯିବା, ବ୍ୟାଟେରୀ ତ୍ରୁଟି ଏବଂ ଚାଲୁଥିବା ସମୟରେ ହଠାତ୍ ଗାଡ଼ି ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖାଦେଇଥିଲା। ବାରମ୍ବାର ସର୍ଭିସିଂ ଓ ମରାମତି ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିଲା। ଏନେଇ ଗ୍ରାହକଙ୍କ ପକ୍ଷରୁ ଆଇନଗତ ନୋଟିସ୍ ଦିଆଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା। ଶେଷରେ ୨୩ ଅଗଷ୍ଟ ୨୦୨୪ରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗରେ ମାମଲା ଦାୟର ହୋଇଥିଲା। ମାମଲାର ଶୁଣାଣି ସମୟରେ କମ୍ପାନୀ ପକ୍ଷରୁ ତ୍ରୁଟି ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ କମିଶନ ଉଭୟ ପକ୍ଷର ଦଲିଲ, ଇମେଲ୍, ଜବ୍ କାର୍ଡ ଏବଂ କମ୍ପାନୀର ନିଜସ୍ୱ ସର୍ଭିସ୍ ରେକର୍ଡକୁ ଅନୁଧ୍ୟାନ କରିଥିଲେ। ନୂଆ ଗାଡ଼ିରେ ବାରମ୍ବାର ତ୍ରୁଟି ଦେଖାଦେବା ଏବଂ ମରାମତି ସତ୍ତ୍ୱେ ସମସ୍ୟା ଦୂର ନହେବାକୁ ସେବାରେ ଅବହେଳା ଓ ଅନ୍ୟାୟ ବାଣିଜ୍ୟିକ କାରବାର ବୋଲି ଆୟୋଗ ମତ ଦେଇଛନ୍ତି। **ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:** ୧. ସ୍କୁଟରର ମୂଲ୍ୟ ଓ ପ୍ରୋସେସିଂ ଚାର୍ଜ ବାବଦକୁ ମୋଟ ୧,୪୮,୧୩୯ ଟଙ୍କା ୯ ପ୍ରତିଶତ ବାର୍ଷିକ ସୁଧ ସହ ଫେରସ୍ତ କରିବାକୁ ନିର୍ଦ୍ଦେଶ। ୨. ମାନସିକ ଯନ୍ତ୍ରଣା, ହଇରାଣ ଓ ଯାତାୟାତ ଖର୍ଚ୍ଚ ବାବଦକୁ ୨୫,୦୦୦ ଟଙ୍କା କ୍ଷତିପୂରଣ। ୩. ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ। ୪. ରାୟର ପ୍ରମାଣିତ ନକଲ ପାଇବାର ୪୫ ଦିନ ମଧ୍ୟରେ ଉପରୋକ୍ତ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ। ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ନକଲେ ଦେୟ ରାଶି ଉପରେ ୧୨ ପ୍ରତିଶତ ବାର୍ଷିକ ସୁଧ ଲାଗୁ ହେବ। ଅର୍ଥ ଫେରସ୍ତ ପରେ ଅଭିଯୋଗକାରିଣୀ ସ୍କୁଟରଟିକୁ ମୂଳ ଚାବି ଓ ଚାର୍ଜର ସହ କମ୍ପାନୀକୁ ହସ୍ତାନ୍ତର କରିବେ। ଏଥିସହ ଗାଡ଼ି ଉପରେ ଥିବା HDFC ବ୍ୟାଙ୍କର ଋଣ ବନ୍ଧକ ହଟାଇବା ଦାୟିତ୍ୱ ମଧ୍ୟ କମ୍ପାନୀର ରହିବ। ଏହି ମାମଲାରେ ଅଭିଯୋଗ କାରିଣୀଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟ ଆଇନଜୀବୀ ସୁମୀତ କୁମାର ପଟ୍ଟନାୟକ ଓ ଜିଲ୍ଲା ନ୍ୟାୟାଳୟ ଆଇନଜୀବୀ ଭି.ଈଶ୍ୱର ରାଓ ଦୋରା ମାମଲା ପରିଚାଳନା କରିଥିବା ବେଳେ କମ୍ପାନୀ ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ସାହୁ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ସତୀଶ କୁମାର ପାଣିଗ୍ରାହୀ ଓ ସଦସ୍ୟା ସରିତ୍ରୀ ପଟ୍ଟନାୟକଙ୍କ ଖଣ୍ଡପୀଠ ୨ ନଭେମ୍ବର ୨୦୨୬ରେ ଏହି ରାୟ ପ୍ରଦାନ କରିଛନ୍ତି।

powered by social2s

ଲୋକଭବନରେ ଝାଡଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ଓ ଜନଜାତୀୟ ଗୌରଵ ଦିଵସ ପାଳିତ

Details
Odia Ray Admin
ଓଡିଶା
15 November 2026

ଭୁବନେଶ୍ୱର: ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ପରିଚୟ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି l ରବିବାର ଦିନ ଲୋକଭଵନ ପରିସରସ୍ଥିତ ନ୍ୟୁ ଅଭିଷେକ ହଲ୍ ଠାରେ ଝାଡଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ଓ ଜନଜାତୀୟ ଗୌରଵ ଦିଵସ ପାଳନ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି l ପ୍ରତ୍ୟେକ ଭାଷାକୁ ସମ୍ମାନ, ପ୍ରତ୍ୟେକ ସଂସ୍କୃତିକୁ ଗୁରୁତ୍ୱ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ପ୍ରଗତିର ସୁଯୋଗ ମିଳୁଥିବା ଏକ ଭାରତ ଗଠନ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ମଧ୍ୟ ରାଜ୍ଯପାଳ କହିଛନ୍ତି l ଏହି ଅବସରରେ ରାଜ୍ୟପାଳ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ରହୁଥିବା ଝାଡ଼ଖଣ୍ଡ ରାଜ୍ୟର ଲୋକଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବ ଦୁଇ ରାଜ୍ୟ ମଧରେ ରହିଥିବା ସାଂସ୍କୃତିକ ସମ୍ପର୍କ, ଗୌରବ ଓ ଐତିହ୍ୟର ଉତ୍ସବ ବୋଲି ଅଭିହିତ କରିଥିଲେ। ମହାନ ଜନଜାତି ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ କହିଥିଲେ ଯେ, ତାଙ୍କର ସାହସ, ତ୍ୟାଗ ଓ ଆତ୍ମସମ୍ମାନ ପ୍ରତି ନିଷ୍ଠା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ଆଦିବାସୀଙ୍କ ଅଧିକାର, ସଂସ୍କୃତି ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ଇଂରେଜ ଶାସନ ବିରୋଧରେ ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହା କେବଳ ସ୍ୱାଧୀନତା ସଂଗ୍ରାମ ନଥିଲା, ବରଂ ଜଳ, ଜଙ୍ଗଲ ଓ ଜମି ସହ ଜନଜାତିଙ୍କ ପରିଚୟ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ଏକ ଆନ୍ଦୋଳନ ଥିଲା ବୋଲି ସେ କହିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ଭରପୂର ଝାଡ଼ଖଣ୍ଡର ପ୍ରଶଂସା କରି ରାଜ୍ୟପାଳ ନେତରହାଟ, ହୁଣ୍ଡ୍ରୁ, ଦଶମ, ଜହ୍ନା ଓ ଲୋଧ ଜଳପ୍ରପାତ ସମେତ ରାଜ୍ୟର ଜଙ୍ଗଲ, ପାହାଡ଼ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବେତଲା ଜାତୀୟ ଉଦ୍ୟାନର ଜୈବ ବିବିଧତା ଏବଂ ଦେଓଘରସ୍ଥିତ ବାବା ବୈଦ୍ୟନାଥ ଧାମର ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ମଧ୍ୟ ରାଜ୍ଯପାଳ ଅବତାରଣା କହିଥିଲେ। ଝାଡ଼ଖଣ୍ଡର ମାଟିର ପୁଅ ଭାବେ ଏହି ରାଜ୍ୟ ସହ ତାଙ୍କର ଗଭୀର ଭାବନାତ୍ମକ ସମ୍ପର୍କ ରହିଛି ବୋଲି ରାଜ୍ୟପାଳ କହିଥିଲେ। ଏହାର ପରମ୍ପରା, ଲୋକସଂସ୍କୃତି ଓ ପରିଶ୍ରମୀ ଜନସାଧାରଣଙ୍କ ପାଇଁ ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରି ରାଜ୍ଯପାଳ କହିଥିଲେ ଯେ, ଉଭୟ ରାଜ୍ୟର ଐତିହାସିକ, ଭୌଗୋଳିକ ଓ ସାଂସ୍କୃତିକ ମୂଳଦୁଆ ସମାନ। ବିଶେଷକରି ଜନଜାତି ଐତିହ୍ୟ ଉଭୟ ରାଜ୍ୟକୁ ଯୋଡ଼ି ରଖିଛି। ସୀମାନ୍ତ ଅଞ୍ଚଳର ଲୋକମାନେ ଦୀର୍ଘଦିନ ଧରି ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ବଜାୟ ରଖିଛନ୍ତି। ପ୍ରକୃତି ପ୍ରତି ସମ୍ମାନ ଓ ସାମୂହିକ ଭାବନା ଉଭୟ ରାଜ୍ୟର ସାଧାରଣ ମୂଲ୍ୟବୋଧ ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ସାଂସ୍କୃତିକ ପରିଚୟ ସମ୍ପର୍କରେ କହି ସେ ଉଲ୍ଲେଖ କରିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ପରମ୍ପରା ସମାନତା, କରୁଣା, ସେବା ଓ ମାନବିକତାର ଚିରନ୍ତନ ବାର୍ତ୍ତା ପ୍ରଦାନ କରେ। ରଥଯାତ୍ରାରେ ସମାଜର ସମସ୍ତ ବର୍ଗର ଲୋକଙ୍କ ଅଂଶଗ୍ରହଣ ଏକତା, ଭାଇଚାରା ଓ ସାମୂହିକ ଭକ୍ତିଭାବର ପ୍ରତୀକ ବୋଲି ସେ କହିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଏକ ଭାରତ, ଶ୍ରେଷ୍ଠ ଭାରତ' ପରିକଳ୍ପନା ଦେଶର ବିବିଧ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ପାଇଁ ଲୋକଙ୍କୁ ପ୍ରେରିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ବିକାଶରେ ଝାଡ଼ଖଣ୍ଡର ଲୋକମାନଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସେମାନେ ନିଜର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ସହ ଉଭୟ ରାଜ୍ୟ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ନିଜସ୍ୱ ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖି ସାମୂହିକ ଆକାଂକ୍ଷା ନେଇ ଆଗକୁ ବଢ଼ିବା ହିଁ ଜାତୀୟ ଏକତାର ପ୍ରକୃତ ଭାବନା ବୋଲି ରାଜ୍ୟପାଳ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାରେ ରହୁଥିବା ଝାଡ଼ଖଣ୍ଡର ମୂଳ ବାସିନ୍ଦାମାନେ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିରେ ସିଆରପିଏଫ୍‌ ଡିଆଇଜି ରବୀନ୍ଦ୍ର କୁମାର ମଧ୍ୟ ନିଜ ଅନୁଭବ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

powered by social2s

More Articles ...

  1. ଯାତ୍ରୀଙ୍କ ଛାତିରେ ପଶିଲା ଲୁହା ରଡ୍
  2. ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ “ପ୍ରିଭିତ୍ତି’୨୬” ଆୟୋଜିତ
  3. ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଘୂର୍ଣ୍ଣିବଳୟ
Page 6 of 2249
  • Start
  • Prev
  • 1
  • 2
  • 3
  • 4
  • 5
  • 6
  • 7
  • 8
  • 9
  • 10
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.