ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ(ଶୁଭେନ୍ଦ୍ର ଶତପଥୀ): ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରୋଟାରୀ କ୍ଳବ ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା l ଖବରଦାତା ତଥା ଜଟଣୀ ପ୍ରେସ କ୍ଳବର ସଭାପତି ରବୀନ୍ଦ୍ରନାଥ ମହାକୁଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ଯୋଗ ପ୍ରଦୀପ ପ୍ରଜ୍ଜୁଳନ କରି ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଭାଜପା ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ଜଟଣୀ ନଗରପାଳ ଅନନ୍ତ ବେହେରା, ଭାଜପା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା,ଜଟଣୀ ବାର ଆସୋସିଏସନର ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,ଜଟଣୀ ଲୟର୍ସ ଆସୋସିଏସନର ସମ୍ପାଦକ ବରିଷ୍ଠ ଆଇନଜୀବୀ ଅରୁଣ କୁମାର ସାହୁ,କଂଗ୍ରେସ ନେତା ଅଶୋକ କୁମାର ମଙ୍ଗରାଜ,ଓୟୁଡବ୍ଲୁଜେ ଜିଲ୍ଲା ସଭାପତି ପ୍ରକାଶ ହାତୀ, ଓୟୁଡବ୍ଲୁଜେ ସଦସ୍ୟ ଶୁଭକାନ୍ତ ମହାପାତ୍ର,ଓୟୁଜେ ରାଜ୍ୟ ସଦସ୍ୟ ପ୍ରସନ୍ନ ପାଇକରାୟ,ବିଶିଷ୍ଠ ସାହିତ୍ୟିକ ସୀତାକାନ୍ତ ଶତପଥୀ, ସାହିତ୍ୟିକା ଅଙ୍କିତା ଶର୍ମା,ଓଷ୍ଟା ଜିଲ୍ଲା ସମ୍ପାଦକ ନରେନ୍ଦ୍ର ମୁଦୁଲି, ଜଟଣୀ ପ୍ରଗତି ପରିଷଦର ପ୍ରତିଷ୍ଠାତା ସନ୍ତୋଷ କୁମାର ହୋତା, ଜଟଣୀ ବରିଷ୍ଠ ନାଗରିକ ସେବା ସଙ୍ଘ ସଭାପତି ଅବନି ରାଉତରାୟ,ଓଷ୍ଟା ପୂର୍ବତନ ଜିଲ୍ଲା ସଭାପତି ଅମ୍ବିକାପ୍ରସାଦ ପଟନାୟକ,ଭାଜପା ନଗର ସଭାପତି ତିରୁପତି ଶତପଥି,ଭାଜପା ନଗର ଉପସଭାପତି ଜାନକୀ ପ୍ରଧାନ,ରବି ବେହେରା,ଛଣଘର କୁସୁମାଟି ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ,ଜଟଣୀ ବଡି ମସଜିଦ ସଭାପତି ଏମଡି ଜାଫର ନୁର ପ୍ରମୁଖ ଯୋଗ ଦେଇଥିଲେ l ପ୍ରେସ ଦିବସ ଅବସରରେ "ସାମ୍ବାଦିକ କଣ ସବୁ କାମରେ ଠିକା ନେଛନ୍ତି? ବିଷୟକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ବେଳେ ସମାଜର ସାମଗ୍ରୀକ ବିକାଶ ସହିତ ଦେଶର ଉନ୍ନତିରେ କେବଳ ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ ନୁହେଁ ବରଂ ସମସ୍ତ ଙ୍କ ଭାଗିଦାରୀ ଵା ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଲୱେ ଷ୍ଟେସନର ନାମକୁ ଜଟଣୀ ରେଲୱେ ଷ୍ଟେସନ ନାମରେ ନାମିତ କରିବା ପାଇଁ ରାଷ୍ଟ୍ରପତି,କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆମନ୍ତ୍ରୀତ ଅତିଥି ଏବଂ ଜଟଣୀର ବୁଦ୍ଧିଜୀବୀଙ୍କ ଦସ୍ତଖତ ସମ୍ଭଳିତ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ର ସମ୍ପାଦକ ସୁରେଶ ମହାରଣା,ବରିଷ୍ଠ ଖବରଦାତା ରବି ସ୍ୱାଇଁ, ଶ୍ରୀକାନ୍ତ ପରିଜା,ନୀଳାମ୍ବର ମିଶ୍ର,ଏମ.ଡି.ଇସ୍ମାଇଲ ଅଲି, ଲକ୍ଷ୍ମୀଧର ମହାକୁଡ଼,ଅମରେଶ ରାଉତରାୟ,ହରିହର ସ୍ୱାଇଁ, ଏମ. ଡି.ଫଜଲୁର, ଏମ.ଡି.ଅତିକ, ଏମ.ଡି.ଇଫତିକାର ଅଲି,ଲଳିତ କୁମାର ମହାରଣା,ବିଶ୍ୱଜିତ ସାମନ୍ତରାୟ,ଶୁଭେନ୍ଦ୍ର ଶତପଥୀ, ଗୌତମ ମହାରଣା, ଯଯାତି କେଶରୀ ପ୍ରଧାନ,ମହେଶ ମହେନ୍ଦ୍ର, ଜାଗୃତି ସ୍ୱାଇଁ,ବିଷ୍ଣୁ ସାହୁ, ଦିଲ୍ଲୀପ ନାଇଡ଼ୁ,ମାନସ ରଥ,ଦିଲ୍ଲୀପ ମହାନ୍ତି,ଶୁଭ୍ରାଂଶୁ ଭା୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଯୁବ ସାମ୍ବାଦିକ ସଂଗ୍ରାମ ହୋତା ସଂଯୋଜନା କରିଥିଲା ବେଳେ ଖବରଦାତା ହୃଦାନନ୍ଦ କୋଦମାସିଂ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ସଂଜୀବ ସେଠ ଧନ୍ୟବାଦ ଅର୍ପଣ କରିଥିଲେ l

powered by social2s