• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
13 October 2026

ଭୁବନେଶ୍ୱର: ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ 'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣଠାରେ 'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି | ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ, ସମାବେଶୀ ଓ ସନ୍ତୁଳିତ ସହର ଭାବେ ଗଢ଼ିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ନିଶ୍ଚିନ୍ତରେ ରହିପାରିବେ। ଏହାଛଡ଼ା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାଧ୍ୟମରେ ଗୃହ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ସେମାନେ ନିଜର ଅଂଶ ଟଙ୍କା ପରିଶୋଧ କରି ନିଜ ଘରର ମାଲିକ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ଉପସ୍ଥିତ ରହି ଘାଟିକିଆସ୍ଥିତ 'ନୀଳକଣ୍ଠେଶ୍ୱର ରେସିଡେନ୍ସି'ର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟ ଏବଂ ଗାଡ଼କଣାସ୍ଥିତ 'ମୁକ୍ତେଶ୍ୱର ରେସିଡେନ୍ସି'ର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ସିଧା ସଳଖ ଭାବେ ବାସଗୃହ ଆବଣ୍ଟନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି । ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଏହି ବାସଗୃହଗୁଡ଼ିକ ବସ୍ତି ବାସିନ୍ଦାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିବ | ସମସ୍ତ ବସ୍ତି ବାସିନ୍ଦାଙ୍କୁ ସୁନ୍ଦର ତଥା ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି, ଯାହାଦ୍ୱାରା କେହି ବି ସେମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। ସେମାନେ ଏକ ସଠିକ୍ ଠିକଣା ସହିତ ଏକ ଉପଯୁକ୍ତ ଘର ପାଇବେ, ଯାହା ସେମାନଙ୍କର ଶିକ୍ଷା ଓ ସାମାଜିକ ପ୍ରତିଷ୍ଠା ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ। ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନଙ୍କର ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହେଲା । ଭୁବନେଶ୍ୱରରେ ନିଜର ଏକ ଘରଟିଏ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇଥାଏ, ତେଣୁ ଯେତେବେଳେ ଜଣେ ଗରିବ ଲୋକ ଭୁବନେଶ୍ୱରରେ ନିଜର ଘରଟିଏ ପାଇବ, ସେ ନିଶ୍ଚିତ ଭାବରେ ଅତ୍ୟନ୍ତ ଆନନ୍ଦିତ ହେବ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ୨୪ ବର୍ଷର ସମୟ ଦରକାର ନାହିଁ, ବରଂ ୨୪ ମାସର ସମୟ ହିଁ ଯଥେଷ୍ଟ ଥିଲା | ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ସମସ୍ତଙ୍କୁ ଉତ୍ତମ ଖାଦ୍ୟ, ବାସଗୃହ ଓ ପୋଷାକ ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କର ଏକ ମୌଳିକ ଅଧିକାର । ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ଭୁବନେଶ୍ୱରବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଏବଂ ଆପଣ ସମସ୍ତଙ୍କ ପାଇଁ ଏହା ଏକ ପୂଜା ଭେଟି ଅଟେ । ଆପଣ ମାନଙ୍କୁ ସମ୍ମାନଜନକ ଜୀବନ ଜିଇଁବା ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ । BDAର ଭାଇସ୍‌ ଚେୟାରମ୍ୟାନ୍ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର୍ ଶ୍ରୀ ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ ଓ BDAର ସଚିବ ଶ୍ରୀ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

powered by social2s

ନୂଆ ପାଞ୍ଜି ପାଇଁ ମଗାହେଲା ପାଣ୍ଡୁଲିପି

Details
Odia Ray Admin
ଓଡିଶା
13 October 2026

ପୁରୀ : ନୂଆ ପାଞ୍ଜି ପାଇଁ ପାଣ୍ଡୁଲିପି ମାଗିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ। ୨୦୨୭-୨୮ ମସିହା ନିମନ୍ତେ ପ୍ରସ୍ତୁତ ହେବ ନୂଆ ପାଞ୍ଜି। ଆସନ୍ତା ୨୦ ତାରିଖ ସୁଦ୍ଧା ପାଣ୍ଡୁଲିପି ଦେବାକୁ ଚିଠି କରାଯାଇଛି। ୮ଟି ପାଞ୍ଜି ପ୍ରସ୍ତୁତକାରୀ ସଂସ୍ଥାକୁ ହୋଇଛି ଚିଠି।

powered by social2s

ଭାବପ୍ରବଣ ବୁଦ୍ଧିମତ୍ତା କ୍ଷେତ୍ରରେ ସ୍ଥାୟୀତ୍ୱ ମଡେଲ - ନ.୩. ସମ୍ପର୍କ

Details
Odia Ray Admin
ଓଡିଶା
13 October 2026

ଭୁବନେଶ୍ୱର : ଏକ ସମ୍ପର୍କ ହେଉଛି ଦୁଇ କିମ୍ବା ତତୋଧିକ ବ୍ୟକ୍ତିଙ୍କ ମଧ୍ୟରେ ଏକ ଭାବପ୍ରବଣ, ପାରିବାରିକ, କିମ୍ବା ପ୍ଲାଟୋନିକ୍ ସଂଯୋଗ କିମ୍ବା ବନ୍ଧନ। ଏହି ସଂଯୋଗଗୁଡ଼ିକ, ଯାହା ଅମୂଲ୍ୟ ଧାରଣା କିମ୍ବା ଜିନିଷଗୁଡ଼ିକ ମଧ୍ୟରେ ସାଂରଚନିକ ସମ୍ପର୍କକୁ ମଧ୍ୟ ବର୍ଣ୍ଣନା କରିପାରେ, ସାମାଜିକ ସମର୍ଥନ, ସାଥୀତ୍ୱ ଏବଂ ମାନବ ଜୀବନରେ ନିଜର ଭାବନାର ମୂଳଦୁଆ ଗଠନ କରେ। ସମ୍ପର୍କର ମୁଖ୍ୟ ପ୍ରକାର ରୋମାଣ୍ଟିକ୍: ପ୍ରେମ, ଆକର୍ଷଣ ଏବଂ ପ୍ରାୟତଃ ଯୌନ କିମ୍ବା ଜୀବନବ୍ୟାପୀ ପ୍ରତିବଦ୍ଧତାର ଭାବନା ଦ୍ୱାରା ବର୍ଣ୍ଣିତ ଘନିଷ୍ଠ ସହଭାଗୀତା। ପ୍ଲାଟୋନିକ୍: ନିକଟ, ଅର୍ଥପୂର୍ଣ୍ଣ ବନ୍ଧୁତା ଯାହା ଗଭୀର ଭାବପ୍ରବଣ ଘନିଷ୍ଠତାକୁ ଅନ୍ତର୍ଭୁକ୍ତ କରେ କିନ୍ତୁ କଠିନ ଭାବରେ ଅଣ-ଯୌନ ଏବଂ ଅଣ-ରୋମାଣ୍ଟିକ। ପାରିବାରିକ: ଜୀବବିଜ୍ଞାନ, ବିବାହ, କିମ୍ବା ଆଇନଗତ ଗଠନ ଦ୍ୱାରା ପରିଭାଷିତ ଆତ୍ମୀୟ ବନ୍ଧନ, ଯେପରିକି ପିତାମାତା-ସନ୍ତାନ ଏବଂ ଭାଇଭଉଣୀ ଗତିଶୀଳତା। ବୃତ୍ତିଗତ: ସେୟାର କାର୍ଯ୍ୟ ପରିବେଶ କିମ୍ବା କାରବାର ଉପରେ କେନ୍ଦ୍ରିତ ସଂଯୋଗ, ଯେପରିକି ଡାକ୍ତର-ରୋଗୀ, ନିଯୁକ୍ତିଦାତା-କର୍ମଚାରୀ, କିମ୍ବା ସହକର୍ମୀ ସମ୍ପର୍କ। ସୁସ୍ଥ ସଂଯୋଗ ବଜାୟ ରଖିବା ସୁସ୍ଥ ଆନ୍ତର୍ଜାତୀୟ ସମ୍ପର୍କ ସାଧାରଣତଃ ପାରସ୍ପରିକ ସମ୍ମାନ, ବିଶ୍ୱାସ, ସହାନୁଭୂତି ଏବଂ ଖୋଲା ଯୋଗାଯୋଗ ଉପରେ ନିର୍ମିତ। ସାଇକୋଲୋଜି ଟୁଡେ ରିଲେସନସିପ୍ ମୌଳିକତା ଅନୁଯାୟୀ, ଏକ ସ୍ଥାୟୀ ବନ୍ଧନ ଚାଷ କରିବା ପାଇଁ ଆତ୍ମ-ପ୍ରତିଫଳନ, ପାର୍ଥକ୍ୟକୁ ଗ୍ରହଣ କରିବା ପାଇଁ ଇଚ୍ଛାଶକ୍ତି ଏବଂ ସାଥୀମାନଙ୍କୁ ପ୍ରଶଂସା ଏବଂ ଶୁଣାଯିବା ଅନୁଭବ କରାଇବା ପାଇଁ ଉଦ୍ଦେଶ୍ୟମୂଳକ ପ୍ରୟାସ ଆବଶ୍ୟକ। ସମ୍ପର୍କ ଚ୍ୟାଲେଞ୍ଜଗୁଡ଼ିକୁ ନେଭିଗେଟ୍ କରିବା ସମ୍ପର୍କ ଗତିଶୀଳ ଏବଂ କେତେକ ସମୟରେ ଭୁଲ ଯୋଗାଯୋଗ, ପ୍ରାଥମିକତା ପରିବର୍ତ୍ତନ କିମ୍ବା ସୀମା ଉଲ୍ଲଂଘନ ପରି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ। କ୍ଷତିକାରକ ଢାଞ୍ଚାଗୁଡ଼ିକୁ ସ୍ୱୀକାର କରିବା - ଯେପରିକି ସହ-ନିର୍ଭରଶୀଳତା କିମ୍ବା ବିଷାକ୍ତତା - ଜଣେ ବ୍ୟକ୍ତିଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତାକୁ ସମର୍ଥନ କରେ ତାହା ନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ସମ୍ପର୍କରେ ଭାବପ୍ରବଣ ବୁଦ୍ଧିମତ୍ତା (EQ) ହେଉଛି ଆପଣଙ୍କ ସାଥୀଙ୍କ ସହ ସହାନୁଭୂତିଶୀଳ ଭାବରେ ସମନ୍ୱୟ ରଖିବା ସହିତ ଆପଣଙ୍କ ନିଜ ଭାବନାକୁ ଚିହ୍ନିବା, ବୁଝିବା ଏବଂ ପରିଚାଳନା କରିବାର କ୍ଷମତା। ଏହା ଗଭୀର ଘନିଷ୍ଠତାର ଭିତ୍ତିଭୂମି ଗଠନ କରେ, ଅନିବାର୍ଯ୍ୟ ଦ୍ୱନ୍ଦ୍ୱକୁ ଦୂରେଇ ଯିବା ପରିବର୍ତ୍ତେ ନିକଟତର ହେବାର ସୁଯୋଗରେ ପରିଣତ କରେ। ସମ୍ପର୍କରେ EQ ର ମୁଖ୍ୟ ଉପାଦାନ ମନସ୍ତତ୍ତ୍ୱବିତ୍ ଡାନିଏଲ୍ ଗୋଲମ୍ୟାନଙ୍କ ଭାବପ୍ରବଣ ବୁଦ୍ଧିମତ୍ତାର ମୂଳ ମଡେଲ୍ ଅନେକ ମୁଖ୍ୟ ବୈଶିଷ୍ଟ୍ୟ ମାଧ୍ୟମରେ ଘନିଷ୍ଠ ସହଭାଗୀତା ପାଇଁ ସିଧାସଳଖ ପ୍ରଯୁଜ୍ୟ ହୁଏ: ଆତ୍ମ-ସଚେତନତା: ଆପଣଙ୍କ ନିଜ ଭାବପ୍ରବଣ ଟ୍ରିଗରଗୁଡ଼ିକୁ ଚିହ୍ନିବାର କ୍ଷମତା। ହତାଶାରୁ ଆବେଗପୂର୍ଣ୍ଣ ଭାବରେ ପ୍ରତିକ୍ରିୟା କରିବା ପରିବର୍ତ୍ତେ, ଜଣେ ଭାବପ୍ରବଣ ବୁଦ୍ଧିମାନ ସାଥୀ ସେମାନଙ୍କର ଭାବନାକୁ ଚିହ୍ନଟ ଏବଂ ନାମକରଣ କରିପାରିବେ - ଯେପରିକି "ମୁଁ ଶୁଣିପାରୁନାହିଁ" କେବଳ ଆଘାତ ଦେବା ପରିବର୍ତ୍ତେ। ଆତ୍ମ-ନିୟନ୍ତ୍ରଣ: ମତଭେଦ ସମୟରେ ଆବେଗପୂର୍ଣ୍ଣ ଭାବନାକୁ ପରିଚାଳନା କରିବା, ବିରତି ନେବା ଏବଂ ଏକ ପରିମାପକ ଭାବରେ ପ୍ରତିକ୍ରିୟା ଦେବାର କ୍ଷମତା। ଏହା ଛୋଟ ବିବାଦକୁ ବିସ୍ଫୋରକ ଯୁକ୍ତିରେ ପରିଣତ ହେବାରୁ ରୋକିଥାଏ। ସହାନୁଭୂତି: ଆପଣଙ୍କ ସାଥୀଙ୍କ ଭାବପ୍ରବଣ ଦୁନିଆରେ ପାଦ ଦେବା ଦ୍ୱାରା ତାଙ୍କ ଦୃଷ୍ଟିକୋଣକୁ ବୁଝିବା। ଆପଣଙ୍କୁ ସର୍ବଦା ସେମାନଙ୍କ ସହିତ ସହମତ ହେବାକୁ ପଡ଼ିବ ନାହିଁ, କିନ୍ତୁ ଆପଣ ସେମାନଙ୍କ ଅଭିଜ୍ଞତାକୁ ବୈଧ କରନ୍ତି। ସମ୍ପର୍କ ପରିଚାଳନା: ସ୍ପଷ୍ଟ ଭାବରେ ଯୋଗାଯୋଗ କରିବାର ସକ୍ରିୟ କ୍ଷମତା, ଦ୍ୱନ୍ଦ୍ୱକୁ ଉତ୍ପାଦନକ୍ଷମ ଭାବରେ ସମାଧାନ କରିବା ଏବଂ ଯୁକ୍ତି ପରେ ନିୟମିତ ଭାବରେ ମରାମତି କରିବା। କାହିଁକି EQ ଆପଣଙ୍କ ଚିନ୍ତାଧାରା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ଭାବପ୍ରବଣ ବୁଦ୍ଧିମତା ଏକ ଶୂନ୍ୟ-ସଂଯୋଗ ଖେଳ (ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ଏକ ଯୁକ୍ତି "ଜିତିବାକୁ" ଆବଶ୍ୟକ) ରୁ ଏକ ସହଯୋଗୀ ଦଳ ପ୍ରୟାସରେ ପରିବର୍ତ୍ତନ କରେ। କମ EQ ଥିବା ଦମ୍ପତିମାନେ ପ୍ରାୟତଃ ସମାଲୋଚନା, ପ୍ରତିରକ୍ଷା ଏବଂ ଭାବପ୍ରବଣତାକୁ ଆଶ୍ରୟ ନେଉଥିଲେ, କିନ୍ତୁ ଉଚ୍ଚ EQ ଥିବା ଦମ୍ପତିମାନେ ସମ୍ପର୍କକୁ ଦୃଢ଼ ଏବଂ ବିଶ୍ୱାସଯୋଗ୍ୟ ରଖିବା ପାଇଁ "ସମର୍ପଣ ପ୍ରୟାସ" (ଯେପରିକି ଏକ କୋମଳ ସ୍ପର୍ଶ, ଏକ ସଠିକ ସମୟାନୁସାରେ ମଜା, କିମ୍ବା ପ୍ରାରମ୍ଭିକ କ୍ଷମା ପ୍ରାର୍ଥନା) ବ୍ୟବହାର କରନ୍ତି। ଏକାଠି EQ ବିକାଶ କରିବା ଭଲ ଖବର ହେଉଛି ଯେ ଭାବପ୍ରବଣ ବୁଦ୍ଧିମତ୍ତା ଏକ ଦକ୍ଷତା ଯାହା ସମୟ ସହିତ ସ୍ଥିର ପ୍ରୟାସ ସହିତ ବିକଶିତ ହୋଇପାରିବ। ଆପଣଙ୍କ ସମ୍ପର୍କରେ ଏହାକୁ ଅଭ୍ୟାସ କରିବାର କିଛି କାର୍ଯ୍ୟକ୍ଷମ ଉପାୟ ଏଠାରେ ଦିଆଯାଇଛି: ଆପଣଙ୍କର ପ୍ରତିକ୍ରିୟାଗୁଡ଼ିକୁ ଧୀର କରନ୍ତୁ: ଯେତେବେଳେ ଏକ ଯୁକ୍ତି ଆରମ୍ଭ ହୁଏ, ସେତେବେଳେ ଆପଣ କେବେ ଭାବପ୍ରବଣ ହୋଇପଡ଼ୁଛନ୍ତି ତାହା ଚିହ୍ନନ୍ତୁ ଏବଂ ଆଲୋଚନାକୁ ଫେରିବା ପୂର୍ବରୁ ଶାନ୍ତ ହେବା ପାଇଁ 20-ମିନିଟ୍ ବିରତି ନିଅନ୍ତୁ। "ମୁଁ" ବିବୃତ୍ତି ବ୍ୟବହାର କରନ୍ତୁ: ଆଙ୍ଗୁଠି ଦେଖାଇବା ପରିବର୍ତ୍ତେ ଆପଣ କିପରି ଅନୁଭବ କରୁଛନ୍ତି ତାହା ଚାରିପାଖରେ ରଖନ୍ତୁ। ଉଦାହରଣ ସ୍ୱରୂପ, "ଆମର କଥା ହେବାକୁ ସମୟ ନ ଥିବାବେଳେ ମୁଁ ବିଚ୍ଛିନ୍ନ ଅନୁଭବ କରୁଛି" "ତୁମେ କେବେ ମୋ ପ୍ରତି ଧ୍ୟାନ ଦିଅନାହିଁ" ଅପେକ୍ଷା ବହୁତ କମ୍ ଅଭିଯୋଗକାରୀ। ସକ୍ରିୟ ଶ୍ରବଣ ଅଭ୍ୟାସ କରନ୍ତୁ: କେବଳ ଆପଣଙ୍କର ନିଜର ଖଣ୍ଡନ ପ୍ରସ୍ତୁତ କରିବା ପାଇଁ ନୁହେଁ, ଆପଣଙ୍କ ସାଥୀଙ୍କ ଭାବପ୍ରବଣ ଅବସ୍ଥାକୁ ବୁଝିବା ପାଇଁ ଶୁଣନ୍ତୁ। ବାହ୍ୟ ସମ୍ବଳ ବ୍ୟବହାର କରନ୍ତୁ: ଯଦି ଆପଣ ପୁରୁଣା, ହତାଶାଜନକ ପଦ୍ଧତିରୁ ବାହାରି ଆସିବାକୁ କଷ୍ଟକର ଅନୁଭବ କରୁଛନ୍ତି, ତେବେ ଏକ ଦମ୍ପତି ଚିକିତ୍ସକଙ୍କ ସହିତ କାମ କରିବା ଦ୍ୱାରା ଏହି ଦକ୍ଷତାଗୁଡ଼ିକୁ ଏକାଠି ନିର୍ମାଣ କରିବା ପାଇଁ ଏକ ସୁରକ୍ଷିତ ସ୍ଥାନ ମିଳିପାରେ। ସ୍ୱୀକୃତିପ୍ରାପ୍ତ ଚିକିତ୍ସା ସମ୍ବଳ ପାଇଁ, ଆପଣ ଗଟ୍ମ୍ୟାନ୍ ରେଫରାଲ୍ ନେଟୱାର୍କ ପରି ନିର୍ଦ୍ଦେଶିକାଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ସୌଜନ୍ୟ: ପରିଚାଳନା ତାଲିମ ପାଇଁ ଜାତୀୟ ଶିକ୍ଷା ବୋର୍ଡ, ବୃତ୍ତିଗତ ଦକ୍ଷତା ଟେନାରୀ, ବି-ସ୍କୁଲ୍ ଫୋରମ୍ ଜ୍ଞାନ କେନ୍ଦ୍ର ଦ୍ୱାରା ପରିଚଳିତା ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ଭାବପ୍ରବଣ ବୁଦ୍ଧିମତ୍ତା କ୍ଷେତ୍ରରେ ସ୍ଥାୟୀତ୍ୱ ମଡେଲ - ନ.୨. ସହାନୁଭୂତି

Details
Odia Ray Admin
ଓଡିଶା
12 October 2026

ଭୁବନେଶ୍ୱର : ସହାନୁଭୂତି ହେଉଛି ଅନ୍ୟ ବ୍ୟକ୍ତିଙ୍କ ଭାବନା ଏବଂ ଦୃଷ୍ଟିକୋଣକୁ ଚିହ୍ନିବା, ବୁଝିବା ଏବଂ ବାଣ୍ଟିବା କ୍ଷମତା। ଏହା ମାନବ ସଂଯୋଗ ପାଇଁ ଏକ ସେତୁ ଭାବରେ କାର୍ଯ୍ୟ କରେ, ଯାହା ଆପଣଙ୍କୁ ଆପଣଙ୍କ ନିଜ ଭାବନା ଏବଂ ସେମାନଙ୍କ ମଧ୍ୟରେ ସୀମା ବଜାୟ ରଖି ଅନ୍ୟ ଜଣଙ୍କ ଅଭିଜ୍ଞତା ସହିତ ଭାବପ୍ରବଣ ଭାବରେ ପ୍ରତିଧ୍ୱନିତ କରିବାକୁ ଅନୁମତି ଦିଏ। ସହାନୁଭୂତିର ମୁଖ୍ୟ ଉପାଦାନ ସହାନୁଭୂତି ବନାମ ସହାନୁଭୂତି ବନାମ ଦୟା ଲୋକମାନେ ପ୍ରାୟତଃ ଏହି ଶବ୍ଦଗୁଡ଼ିକୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି, କିନ୍ତୁ ଏଗୁଡ଼ିକ ବିଭିନ୍ନ ଭାବପ୍ରବଣ ପ୍ରତିକ୍ରିୟାକୁ ପ୍ରତିନିଧିତ୍ୱ କରନ୍ତି: ସହାନୁଭୂତି: କାହା ସହିତ "ଭାବନା"। ଆପଣ ଭାବପ୍ରବଣ ଅଭିଜ୍ଞତାରେ ଅଂଶୀଦାର ହୁଅନ୍ତି। ସହାନୁଭୂତି: କାହା ପାଇଁ "ଭାବନା"। ଆପଣ ସେମାନଙ୍କ ପରିସ୍ଥିତି ପାଇଁ ଆନ୍ତରିକ ଚିନ୍ତା, ଦୟା କିମ୍ବା ଦୁଃଖ ଅନୁଭବ କରନ୍ତି, କିନ୍ତୁ ଆପଣ ସକ୍ରିୟ ଭାବରେ ଭାବନାକୁ ବାଣ୍ଟି ଦିଅନ୍ତି ନାହିଁ। ସହାନୁଭୂତି ସହିତ କିପରି ଯୋଗାଯୋଗ କରିବେ ପ୍ରାମାଣିକ ସହାନୁଭୂତି ପାଇଁ କେବଳ କ୍ଲିଚେ ବାକ୍ୟାଂଶ ପାଠ କରିବା ନୁହେଁ, ଶୁଣିବା ଏବଂ ବୈଧତା ଆବଶ୍ୟକ କରେ। ଏଥିରେ ଅନ୍ତର୍ଭୁକ୍ତ: ପର୍ଯ୍ୟବେକ୍ଷଣ: କେହି କିପରି ଆଚରଣ କରୁଛନ୍ତି ଏବଂ ସେମାନଙ୍କର ମୂଳଦୁଆ ପରିବର୍ତ୍ତନ ହୋଇଛି କି ନାହିଁ ଦେଖିବା ଲକ୍ଷ୍ୟ କରିବା। ଖୋଲା ପ୍ରଶ୍ନ ପଚାରିବା: ଅନୁମାନ ନକରି ଲୋକମାନଙ୍କୁ ସେମାନଙ୍କର ଭାବନା ବୁଝାଇବା ପାଇଁ ସ୍ଥାନ ଦେବା। ସକ୍ରିୟ ଶ୍ରବଣ: ବ୍ୟକ୍ତି କ’ଣ ବାଣ୍ଟିଛନ୍ତି ତାହା ଉପରେ ଚିନ୍ତନ କରିବା ଏବଂ ସମସ୍ୟାକୁ ତୁରନ୍ତ "ସମାଧାନ" କରିବାକୁ ଚେଷ୍ଟା ନକରି ତାଙ୍କ ଭାବନାକୁ ବୈଧ କରିବା। ଉପସ୍ଥିତିକୁ ପ୍ରାଥମିକତା ଦେବା: ପରାମର୍ଶ ଦେବା ପୂର୍ବରୁ ବ୍ୟକ୍ତିଙ୍କୁ ଜଣାଇବା ଯେ ଆପଣ ଶୁଣିବା ପାଇଁ ସେଠାରେ ଅଛନ୍ତି। ସହାନୁଭୂତିଶୀଳ କଷ୍ଟର ବିପଦ ଯେତେବେଳେ ସହାନୁଭୂତି ଦୃଢ଼ ବନ୍ଧନ ସୃଷ୍ଟି କରେ, ଅନ୍ୟ କାହାର ଭାବପ୍ରବଣ ବୋଝ ସହିତ ଅତ୍ୟଧିକ ଚିହ୍ନଟ "ସହାନୁଭୂତିଶୀଳ କଷ୍ଟ" ସୃଷ୍ଟି କରିପାରେ। ଏହା ସେତେବେଳେ ଘଟେ ଯେତେବେଳେ ଆପଣ ଅନ୍ୟ ବ୍ୟକ୍ତିଙ୍କ ସମସ୍ୟା ଦ୍ୱାରା ଭାବପ୍ରବଣ ହୋଇଯାଆନ୍ତି, ଯାହା ଜ୍ୱଳନ ଏବଂ ଭାବପ୍ରବଣ କ୍ଲାନ୍ତିର କାରଣ ହୋଇପାରେ। ସୁସ୍ଥ ସହାନୁଭୂତି ଅର୍ଥ ହେଉଛି ଅନ୍ୟ ଜଣଙ୍କ ଯନ୍ତ୍ରଣାକୁ ଚିହ୍ନିବା ଏବଂ ସେ ବିଷୟରେ ଯତ୍ନ ନେବା, ବ୍ୟକ୍ତିଗତ ଭାବରେ ଏଥିରେ ବୁଡ଼ି ନ ଯାଇ ସମର୍ଥନ କରିବା ପାଇଁ ଯଥେଷ୍ଟ ଭାବପ୍ରବଣ ପୃଥକୀକରଣ ବଜାୟ ରଖିବା। ଭାବପ୍ରବଣ ବୁଦ୍ଧିମତ୍ତା କ୍ଷେତ୍ରରେ ସହାନୁଭୂତି ହେଉଛି ସାମାଜିକ ସଚେତନତାର ମୂଳଦୁଆ। ଏହା ଅନ୍ୟ ଜଣଙ୍କ ଭାବନା ଏବଂ ଦୃଷ୍ଟିକୋଣକୁ ଚିହ୍ନିବା, ବୁଝିବା ଏବଂ ବାଣ୍ଟିବାର କ୍ଷମତା। ଆପଣଙ୍କ ନିଜସ୍ୱ ଏବଂ ଅନ୍ୟମାନଙ୍କ ଭାବନା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି, ସହାନୁଭୂତି ଆପଣଙ୍କୁ ବିଶ୍ୱାସ ନିର୍ମାଣ କରିବାକୁ, ଦ୍ୱନ୍ଦ୍ୱକୁ ନେଭିଗେଟ୍ କରିବାକୁ ଏବଂ ଅଧିକ ପ୍ରଭାବଶାଳୀ ଭାବରେ ଯୋଗାଯୋଗ କରିବାକୁ ସକ୍ଷମ କରେ। ମନସ୍ତତ୍ତ୍ୱବିତ୍ ଡାନିଏଲ୍ ଗୋଲମ୍ୟାନ୍ ଭାବପ୍ରବଣ ବୁଦ୍ଧିମତ୍ତା ମଧ୍ୟରେ ସହାନୁଭୂତିକୁ ତିନୋଟି ସ୍ୱତନ୍ତ୍ର ଉପାଦାନରେ ବିଭକ୍ତ କରନ୍ତି: ଜ୍ଞାନାତ୍ମକ ସହାନୁଭୂତି: ଅନ୍ୟ ବ୍ୟକ୍ତିଙ୍କ ଭାବନାକୁ ଗ୍ରହଣ ନକରି ତାଙ୍କ ଦୃଷ୍ଟିକୋଣ ଏବଂ ମାନସିକ ଅବସ୍ଥାକୁ ବୁଝିବାର କ୍ଷମତା। ଏହା ଆପଣଙ୍କୁ ଯୁକ୍ତିଯୁକ୍ତ ଭାବରେ ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରେ ଯେ ଜଣେ ସହକର୍ମୀ କିମ୍ବା ବନ୍ଧୁ ଏକ ପରିସ୍ଥିତିକୁ କିପରି ଦେଖିପାରନ୍ତି। ଭାବପ୍ରବଣ ସହାନୁଭୂତି: ଅନ୍ୟ ବ୍ୟକ୍ତିଙ୍କ ଭାବନାକୁ ବିକୃତ ଭାବରେ ଅନୁଭବ କରିବାର କ୍ଷମତା। ଏହା ଆପଣଙ୍କୁ ଭିସରଲ୍, ଶାରୀରିକ ସ୍ତରରେ କାହାର ଆନନ୍ଦ କିମ୍ବା ଯନ୍ତ୍ରଣା ସହିତ ପ୍ରତିଧ୍ୱନିତ କରିବାକୁ ଅନୁମତି ଦିଏ। କରୁଣାପୂର୍ଣ୍ଣ ସହାନୁଭୂତି: କେବଳ ବୁଝିବା ଏବଂ ଅନୁଭବ କରିବା ନୁହେଁ, ବରଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରେରିତ ହେବା। କାହିଁକି ସହାନୁଭୂତି ଗୁରୁତ୍ୱପୂର୍ଣ୍ଣ ସହାନୁଭୂତି ଏକ ଆଭ୍ୟନ୍ତରୀଣ, ଆତ୍ମ-ପ୍ରତିଫଳିତ ଗୁଣରୁ ଭାବପ୍ରବଣ ବୁଦ୍ଧିମତ୍ତାକୁ କାର୍ଯ୍ୟକ୍ଷମ ସାମାଜିକ ଦକ୍ଷତାରେ ପରିଣତ କରେ। ଗାଲପ୍ ଅନୁସାରେ, ଯତ୍ନର ସଂସ୍କୃତି ଗଠନ ପାଇଁ ନିଷ୍ପତ୍ତି ନେବାରେ ଭାବପ୍ରବଣ ସଙ୍କେତକୁ ମୂଲ୍ୟାଙ୍କନ କରିବା ଜରୁରୀ। ନେତୃତ୍ୱ ଏବଂ ଦଳ ସେଟିଂରେ, ସହାନୁଭୂତି ମାନସିକ ସୁରକ୍ଷା, କର୍ମଚାରୀ ପ୍ରତିଧାରଣ ଏବଂ ଉତ୍ତମ ଦ୍ୱନ୍ଦ ସମାଧାନକୁ ଚାଳିତ କରେ। ଏହାକୁ କିପରି ବିକଶିତ କରିବେ କିଛି ଲୋକ ସ୍ୱାଭାବିକ ଭାବରେ ଅନ୍ୟମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି, କିନ୍ତୁ ସହାନୁଭୂତି ସକ୍ରିୟ ଭାବରେ ବିକଶିତ ହୋଇପାରିବ: ସକ୍ରିୟ ଶ୍ରବଣ: କଥାବାର୍ତ୍ତା କରୁଥିବା ସମୟରେ ଆପଣଙ୍କ ପ୍ରତିକ୍ରିୟା ଯୋଜନା ନକରି ବକ୍ତାଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ଅଣ-ମୌଖିକ ସଙ୍କେତଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା: ସ୍ୱରର ସ୍ୱର, ଶରୀର ଭାଷା ଏବଂ ମୁଖମଣ୍ଡଳର ଭାବପ୍ରବଣତା ପ୍ରତି ଧ୍ୟାନ ଦିଅନ୍ତୁ। ନୂତନ ଦୃଷ୍ଟିକୋଣ ଅନୁସନ୍ଧାନ କରିବା: ନିଜକୁ ଏପରି ପରିସ୍ଥିତିରେ ରଖନ୍ତୁ କିମ୍ବା ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଯାହାର ପୃଷ୍ଠଭୂମି ଆପଣଙ୍କଠାରୁ ଭିନ୍ନ। ସୌଜନ୍ୟ: ପରିଚାଳନା ତାଲିମ ପାଇଁ ଜାତୀୟ ଶିକ୍ଷା ବୋର୍ଡ, ବୃତ୍ତିଗତ ଦକ୍ଷତା ଟେନାରୀ, ବି-ସ୍କୁଲ ଫୋରମ୍ ଜ୍ଞାନ କେନ୍ଦ୍ର ଦ୍ୱାରା ପରିଚଳିତ, ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

Details
Odia Ray Admin
ଓଡିଶା
13 October 2026

ପୁରୀ: ଆଜି ଭୋର୍ ସମୟରେ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଡ୍ରୋନ୍‌ରେ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ କରାଯାଉଛି। କିଏ ଡ୍ରୋନ୍ ଉଡ଼ାଇଛି ତାହା ଜଣାପଡ଼ିନାହିଁ। ବାରମ୍ବାର ଡ୍ରୋନ୍ ଉଡ଼ିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

powered by social2s

ଓଡ଼ିଶାକୁ ମିଳିଲେ ନୂଆ ରାଜ୍ୟପାଳ

Details
Odia Ray Admin
ଓଡିଶା
12 October 2026

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାଡ଼ଖଣ୍ଡର ପଲାମୁ ଲୋକସଭା ଆସନର ପୂର୍ବତନ ସାଂସଦ ହେଉଛନ୍ତି ବ୍ରଜ ମୋହନ ରାମ। ସେ ବର୍ତମାନର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କ ସ୍ଥାନ ନେବେ।

powered by social2s

ଶ୍ରୀ ସେତୁ ନିକଟରେ ଥଇଥାନ ହେବେ ବଡଦାଣ୍ଡ ଉଠା ଦୋକାନୀ

Details
Odia Ray Admin
ଓଡିଶା
12 October 2026

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଏବଂ ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ବୈଠକରୁ ପ୍ରକାଶ ପାଇଛି। ଏହି ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍‌ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ 'ସାଗର ବିଜେ' ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ କୌଣସି ଅବହେଳା ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହେବ। ପୁରୀ ସହରର ଗୌରବ ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ସଂବେଦନଶୀଳତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଏବଂ ଆବାସିକ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ଜରୁରୀ। ପ୍ରତ୍ୟେକଟି ଯୋଜନାର ଶେଷ ଫଳପ୍ରଦତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ପ୍ରକାରର ଅବହେଳା, ବିଳମ୍ବ କିମ୍ବା ଅନିୟମିତତାକୁ ଆଦୌ ସହ୍ୟ କରାଯିବ ନାହିଁ। ସମସ୍ତ ବିଭାଗୀୟ ଅଫିସର, ଜିଲ୍ଲାପାଳ ଓ ଏସ.ପି.ଙ୍କୁ କ୍ଷେତ୍ରସ୍ତରରେ ନିଜେ ତଦାରଖ କରି ନିର୍ଦ୍ଧାରିତ ସମୟସୀମା (time-bound execution) ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାଗୁଡ଼ିକ ଯେପରି କେବଳ କାଗଜପତ୍ରରେ ସୀମିତ ନରହି ପ୍ରତ୍ୟକ୍ଷ ଭାବେ ପୁରୀବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବ, ସେହି ନିଷ୍ଠା ଓ ଦାୟିତ୍ୱବୋଧର ସହ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ , ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର , ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

powered by social2s

More Articles ...

  1. ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ
  2. ଆଈ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର ର ଆହ୍ଵାନ “ସମସ୍ତେ ସଚେତନ ହେଲେ ଶିଶୁ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ପ୍ରତିରୋଧ ସମ୍ଭବ”
  3. ଆଈ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର ର ଆହ୍ଵାନ “ସମସ୍ତେ ସଚେତନ ହେଲେ ଶିଶୁ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ପ୍ରତିରୋଧ ସମ୍ଭବ”
Page 33 of 2249
  • Start
  • Prev
  • 28
  • 29
  • 30
  • 31
  • 32
  • 33
  • 34
  • 35
  • 36
  • 37
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.