କୁଆଖାଇକୁ ଡେଇଁ ମହିଳା ଗୁରୁତର
ଭୁବନେଶ୍ବର: କୁଆଖାଇ ନଦୀକୁ ଡେଇଁ ପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମହିଳା କାହିଁକି ଡେଇଁଲେ ଜଣାପଡ଼ି ନାହିଁ।
ଭୁବନେଶ୍ବର: କୁଆଖାଇ ନଦୀକୁ ଡେଇଁ ପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମହିଳା କାହିଁକି ଡେଇଁଲେ ଜଣାପଡ଼ି ନାହିଁ।
ଭୁବନେଶ୍ବର: ଖୋର୍ଦ୍ଧାରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଥିବା ସୂଚନା। ଦାମୀ କାର୍ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା।
କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ସୁଗଲ ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର। ଅଗ୍ନିକାଣ୍ଡରେ ୩ଟି ଛେଳି ନିଆଁରେ ପୋଡ଼ି ପ୍ରାଣ ହରାଇଛନ୍ତି। ନିଆଁ ଲିଭାଇବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୋଷେଇ ଚାଲିଥିବା ବେଳେ ଫାଟିଥିଲା ସିଲିଣ୍ଡର। ଘରେ ଥିବା ସୁନା, ଗହଣା ଓ ଜରୁରୀ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା।
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଐତିହାସିକ ରବିନ୍ଦ୍ର ମଣ୍ଡପ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ, ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀଙ୍କ ବିରାସତ ପ୍ରତି ଏକ ଭବ୍ୟ ଓ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳିର ସାକ୍ଷୀ ହୋଇଛି । ନୃତ୍ୟଧାମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅଟଳଜୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ପ୍ରତିନିଧି, କଳାକାର, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ଦର୍ଶକଙ୍କୁ ଏକତ୍ରିକ କରିଛି । ଏହି ଉତ୍ସବ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବହୁମୂଖୀ ବ୍ୟକ୍ତିତ୍ୱକୁ ପ୍ରତିଫଳନ କରିଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ତଥ୍ୟପୂଣ୍ଣ କବି ସମ୍ମିଳନୀ ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ପ୍ରଖ୍ୟାତ କବିମାନେ ଅଟଳ ଜୀଙ୍କ ନିଜସ୍ୱ କାବ୍ୟିକ ଆତ୍ମାର ଉତ୍ସାହକୁ ପ୍ରତିଧ୍ୱନିତ୍ୱ କରୁଥିବା କବିତାଗୁଡିକର ଆବୃତି କରିଥିଲେ । ଏହାପରେ ‘ଅଟଳ ବିହାରୀ ବାଜପେୟୀ : ଦ ମେକର ଅଫ୍ ମଡର୍ଣ୍ଣ ଇଣ୍ଡିଆ’ ବିଷୟ ଉପରେ ବିତର୍କ ଓ ପ୍ୟାନେଲ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ଓ ରାଜନେତାମାନେ ଅଂଶଗ୍ରହଣ କରିଥିଲେ ଯିଏ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନୀତି ଏବଂ ଦେଶର ବିକାଶ କ୍ଷେତ୍ରରେ ତାଙ୍କର ସ୍ଥାୟୀ ପ୍ରଭାବ ଉପରେ ଆଲୋଚନା କରିଥିଲେ । ପ୍ରଥମ ସନ୍ଧ୍ୟାରେ ଓଡିଶା ବିଧାନସଭାର ପୂର୍ବତନ ସଦସ୍ୟ, ଡଃ ଅରବିନ୍ଦ ଢାଲି ଅଟଳନାମ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ । ଏଠାରେ ଉପସ୍ଥିତ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଶ୍ରୀ ଅକ୍ଷୟ କୁମାର ସାହୁ , ନୃତ୍ୟାୟାନ ଓଡିଶୀ ଡ୍ୟାନ୍ସର ନୃତ୍ୟ ଗୁରୁ, ପଦ୍ମଶ୍ରୀ, ଦୂର୍ଗା ଚରଣ ରଣବୀର, ନୃତ୍ୟ ବିଦୁଷି, ପ୍ରତିଭା ପଣ୍ଡା ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତଥିଲେ । ଉଦ୍ଘାଟନୀ ସମାରୋହରେ ନୃତ୍ୟଧାମ ପକ୍ଷରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଏବଂ ବିରାସତ ଉପରେ ଏକ ସ୍ମାରକୀ ଓ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚନ କରାଯାଇଥିଲା । ବାଜପେୟୀଙ୍କ ଉପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନୃତ୍ୟଧାମ ପକ୍ଷରୁ ଡଃ ଶୁଭଶ୍ରୀ ପଟ୍ଟନାୟଙ୍କ ନେତୃତ୍ୱରେ ଓ ନୃତ୍ୟାୟନ ପକ୍ଷରୁ ଓଡିଶୀ ନୃତ୍ୟଶିଳ୍ପୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଓ କାର୍ଯ୍ୟ ଉପରେ ଏକ ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ଉପସ୍ଥାପନ କରିଥିଲେ । ଏହି ସନ୍ଧ୍ୟା ଡଃ ଶୁଭଶ୍ରୀଙ୍କ ଦ୍ୱାରା ମଙ୍ଗଳାଚରଣ ସହିତ ଆରମ୍ଭ ହୋଇଥିଲା ।
ଛତିଶଗଡ଼: ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ। ୧୫୩ ମାରଣାସ୍ତ୍ର ସହ ଆତ୍ମସମର୍ପଣ କଲେ ସମସ୍ତ ନକ୍ସଲ।
କଟକ: କାଳୀପୂଜା ଓ ଭସାଣିକୁ ନେଇ କମିଶନରେଟ୍ ପୋଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପ୍ରସ୍ତୁତିକୁ ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ଯେ ଦଶହରା ଭସାଣି ବେଳେ ଗଣ୍ଡଗୋଳ ହୋଇଥିବା ସ୍ଥାନରେ କରାଯିବ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା। ଗୁଜବ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର।
କଟକ: ଓଡ଼ିଶା ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, ୪୩ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୨ ଜଣ ଇନ୍ସପେକ୍ଟର, ୩୪ ଜଣ ଏସ.ଆଇ, ୫୯ ଜଣ ଏ.ଏସ.ଆଇ, ୧୬ ଜଣ ହାବିଲଦାର, ୧୩୧ ଜଣ କନଷ୍ଟେବଳ ଏବଂ ୪୩ ଟି ପୋଲିସ ଶ୍ଵାନ (କେ-୯) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଡ଼ିଜିପି ଶ୍ରୀ ଖୁରାନିଆ ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ପୋଲିସର ମୁଖ୍ୟ ଦାୟିତ୍ଵ ବୋଲି କହିବା ସହ ଦୋଷୀଟିଏ ଉପଯୁକ୍ତ ଦଣ୍ଡ ପାଇବାରେ ପୋଲିସର ମୁଖ୍ୟ ଭୂମିକା ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପୋଲିସର ତଦନ୍ତ ସଠିକ ହୋଇନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ ସେ ଗୁରୁତ୍ଵାରୋପ କରିଥିଲେ । ପୋକସୋ ମାମଲା ଗୁଡିକରେ ତଦନ୍ତଶୈଳୀ, ବୃତ୍ତିଗତ ଦକ୍ଷତା, ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଦୋଷୀ ସାବ୍ୟସ୍ତ ଏବଂ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଏହା ସହ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ, ଚୋରା ବନ୍ଧୁକ କାରବାର, ଗଞ୍ଜେଇ ଚୋରା ଚାଲାଣ, ବ୍ରାଉନ ସୁଗର ଜବତ ଏବଂ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ପୋଲିସ ପକ୍ଷରୁ ଅପରେସନ “ପ୍ରହାର”,“ଗଜ”,“ଚକ୍ର”,“ଅଗ୍ନି”, “ଗରୁଡ” ଭଳି ଅଭିଯାନ ଆରମ୍ଭ କରାଯାଇ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଧ୍ୟ ସେ କହିଥିଲେ। ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା, ହିଂସାକୁ ରୋକିବା ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଡିଜିପି କହିବା ସହିତ ନାଗରିକମାନେ ଯେପରି ଭୟ ଏବଂ ବିପଦରୁ ମୁକ୍ତ ରହିପାରିବେ ତାହା ସୁନିଶ୍ଚିତ କରିବାକୁ ଆମେ ପ୍ରତିଶୃତିବଦ୍ଧ ବୋଲି ମଧ୍ୟ ଡିଜିପି କହିଥିଲେ। ଆଗାମୀ ଦିନରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଫରେନସିକ ତଦନ୍ତ ଏବଂ ସାଇବର ଅପରାଧରେ ଦକ୍ଷତା ହାସଲ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ଆଙ୍ଗୁଳି ଛାପ, କମ୍ପୁଟର ଜ୍ଞାନ କୌଶଳର ଦକ୍ଷତା, ଫଟୋଗ୍ରାଫି, ନିରୀକ୍ଷଣ ପରୀକ୍ଷା, ସାଇବର ଅପରାଧ ଓ ସଂନିରୀକ୍ଷଣ, ପୋଲିସ ଆଇନ କାନୁନ, ପୋଲିସ ରୂପଚିତ୍ର, ମେଡିକୋ-ଲିଗାଲ, ପୋଲିସ ଶ୍ଵାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଶ୍ରୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡି.ଆଇ.ଜି, କ୍ରାଇମବ୍ରାଞ୍ଚ, ଶ୍ରୀ ବି. ଗଙ୍ଗାଧର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।