ଅବଢ଼ା ବିକ୍ରି ଅଭିଯୋଗ; ଫୁଡ୍ ଆପ୍ ନାଁରେ ଏତଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ ହେବା ପରେ ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ହୋଇଛି ଏତଲା। ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି। ଅନ୍‌ଲାଇନ ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରାଯାଇଛି ବୋଲି ପ୍ରକାଶ କଲେ ଶ୍ରୀମନ୍ଦିର ପ୍ରଶାସନ। ଅବଢ଼ା ବିଜ୍ଞାପନ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଏକ ଫୁଡ୍ ଆପ୍ଲିକେସନର ବିଜ୍ଞାପନ ହୋଇଥିଲା ଭାଇରାଲ୍। ମାତ୍ର ୪୯ ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ରହିଛି।

powered by social2s