ଜଳିଗଲା କପଡ଼ା ଦୋକାନ
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟ କପଡ଼ା ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡ଼ା ପୋଡ଼ି ନଷ୍ଟ ହୋଇଥିବା ସୂଚନା। ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟ କପଡ଼ା ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡ଼ା ପୋଡ଼ି ନଷ୍ଟ ହୋଇଥିବା ସୂଚନା। ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଭୁବନେଶ୍ବର: ସମାଜସେବୀ ଡ଼ ନାରାୟଣ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ହୁମାନଟେରିଆନ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାଯ୍ୟ ପାଇଁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି। ବୃକ୍ଷ ରୋପଣ,ମା ଆଦିଶକ୍ତି ଓ ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର କରିବା ସହ ବିଭିନ୍ନ ବୃଦ୍ଧ ଓ ବୃଦ୍ଧା ଆଶ୍ରମ ରେ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ଡ଼ ମହାପାତ୍ର ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ୨୦୧୮ ରୁ କରି ଆସୁଛନ୍ତି ନିଜେ ରକ୍ତଦାନକରିବା ସହିତ ରକ୍ତ ସଂଗ୍ରହ ପାଇଁ ଶିବିର କରି ଦରକାର ଥିବା ବ୍ୟକ୍ତି ମାନଙ୍କୁ ରେଡ଼କ୍ରସ ଦ୍ୱାରା ଦିଆ ଯାଉଛି ସମାଜ ରେ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ତାଙ୍କୁ ଖୁସି ରଖିବାକୁ ପ୍ରୟାସ ମଧ୍ୟ ହେଊଛି। ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ କିଛି ବର୍ଷ ପୂର୍ବରୁ ପୋଲିସ ସହିଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା ଏବଂ ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି ବୋଲି କହିଥିଲେ । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆମ ପୋଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ଯୁଦ୍ଧ କରୁଛନ୍ତି। ଆମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ବ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଥିଲେ l ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ l ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୧୯୧ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି। ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଶହୀଦ ହୋଇଥିବା ରାୟଗଡା ଜିଲ୍ଲାର ଦ୍ଵିତୀୟ ଆଇ ଆର୍ ବି ଏନ୍ ର କନେଷ୍ଟବଳ/୪୭୫ ଲକ୍ଷ୍ମଣ ମାଝୀ, ୟୁପିଡି କଟକର ଓ ଏ ପି ଏଫ୍/୩୫୩ ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା । ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୫, ଆରୁଣାଚଳ ପ୍ରଦେଶର ୧ , ଆସମର ୨ , ବିହାରର ୮, ଛତିଶଗଡର ୧୬, ଗୁଜୁରାଟ ୩, ଝାଡ଼ଖଣ୍ଡ ର ୧, କର୍ଣାଟକର ୮, କେରଳର ୧, ମଧ୍ୟପ୍ରଦେଶର ୧୧, ମହାରାଷ୍ଟ୍ରର ୧, ମଣିପୁର ର ୩, ନଗାଲାଣ୍ଡ ର ୧, ଓଡିଶାର ୨, ପଞ୍ଜାବ ର ୩, ରାଜସ୍ଥାନର ୭, ତାମିଲନାଡୁର ୬, ତେଲେଙ୍ଗାନା ର ୫, ତ୍ରିପୁରା ର ୨, ଉତ୍ତରପ୍ରଦେଶ ର ୩, ଉତ୍ତରାଖଣ୍ଡର ୪, ପଶ୍ଚିମବଙ୍ଗର ୧୨, ଚଣ୍ଡୀଗଡ଼ର ୨, ଦିଲ୍ଲୀର ୮, ଜାମ୍ମୁ ଓ କାଶ୍ମୀର ର ୧୪, ଲଦାଖର ୧, ଆସାମ ରାଇଫଲର ୨, ବିଏସଏଫ ର ୨୩ ସିଆଇଏସଏଫ ର ୬, ସିଆରପିଏଫର ୯, ଆଇଟିବିପିର ୫, ଏସଏସବିର ୬, ଏନଡିଆଏଫର ୧ ଏବଂ ଆରପିଏଫର ୯ ଜଣ ଶହୀଦ ହୋଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଣ୍ଟି ନକ୍ସଲ ଅପରେସନ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅରୁଣ ବୋଥ୍ରାଙ୍କ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୩୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ବର: ଆସନ୍ତା କିଛି ଦିନରେ ବଙ୍ଗୋପସାଗରରେ ଲଗାତାର ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଜିଲ୍ଲାମାନେ, ବର୍ଷା ଅନୁଭବ ପଡ଼ିପାରେ। ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଅନୁସାରେ, ଗୋଟିଏ ଲଘୁଚାପ ପୂର୍ବରୁ ସୃଷ୍ଟି ହୋଇସାରିଛି, ଯେତେବେଳେ ଦ୍ୱିତୀୟଟି ଅକ୍ଟୋବର ୨୬ ଓ ତୃତୀୟଟି ଅକ୍ଟୋବର ୨୯ ରେ ସୃଷ୍ଟି ହେବା ସମ୍ଭାବନା ରହିଛି। “ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହେବାର ସମ୍ଭାବନା କମ୍, କିନ୍ତୁ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ,” ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୬–୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ, ସେହିଟି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଥମ ଲଘୁଚାପର ପ୍ରଭାବ ଅଧିକ ନ ହୋଇପାରେ, କିନ୍ତୁ ଦ୍ୱିତୀୟଟି ଅଧିକ ପ୍ରଭାବଶାଳୀ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ତିନୋଟି ଲଘୁଚାପ ସମ୍ବନ୍ଧରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ମା'ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଓ ଦୀପଦାନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପରେ ବହୁ ପ୍ରତିକ୍ଷିତ ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ କାଳୀପୂଜା ଓ ଦୀପଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସମଗ୍ର ଅଞ୍ଚଳ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି। ଏତଦ ବ୍ୟତୀତ ବାଲିଗୁଡା ତଥା ଏହାର ଆଖ ପାଖ ବିଭିନ୍ନ କାଳୀ ଙ୍କ ଶକ୍ତି ପୀଠରେ ସୋମବାର ମଧ୍ୟ ରାତ୍ର ପରେ ରିତିନୀତି ଅନୁଯାଇ ମା’ଙ୍କ ଉପଚାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା l ଏଥିରେ ପୂଜା କର୍ତ୍ତା ଭାବେ ରାଜକିଶୋର ଦାସ ଓ ରୁନୁଦାସ ଦମ୍ପତିଙ୍କ ସମେତ ସମଗ୍ର ଅଞ୍ଚଳ କୁ ଶୁଦ୍ଧି କରଣ କରାଯାଇଥିଲା। ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ l ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେପଟେ ଆଲୋକର ପର୍ବ ଦୀପାବଳି ପାଳନ ଅଞ୍ଚଳର ପୂରପଲ୍ଲୀ ଠୁ ଧରି ସହର ଯାଏଁ ଏହି ପର୍ବ ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରତ୍ୟେକଙ୍କ ଘରେ ବଡ଼ ବଡ଼ିଆ ଙ୍କୁ ନିଜ ପରିବାର ସହ କାଉଁରିଆ କାଠି ଓ ଆଖୁ ଦେଖାଇ ପୂଜା କରୁଛି ତ ପୁଣି କିଏ ନିଜ ଘରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ ଦେଉଛି ତ ପୁଣି କିଏ ବାଣ ଫୁଟାଇ ମଜା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ସେହିପରି ମନ୍ଦିର ଠୁ ଘର ଯାଏଁ ସବୁଠି ଦୀପ ଲଗାଇ ଏହି ଉତ୍ସବ ପାଳନ ହୋଇଥିଲା l କାର୍ତ୍ତିକ ବ୍ରତଧାରୀ ମାନେ ଏହି ଦୀପାବଳି ରେ ଚଉଁରା ମୂଳ ରେ ଗୀତଗୋବିନ୍ଦ ଗାନ କରିବାର ଦେଖା ଯାଇଥିଲା l ମୋଟା ମୋଟି ଭାବରେ କହିବାକୁ ଗଲେ ଅଞ୍ଚଳ ବାସୀ ଏହି ଉତ୍ସବ କୁ ପାଳନ କରିବାକୁ ବେଶ ମସଗୁଲ ଥିବା ଦେଖିବାକୁ ମିଳିଥିଲା l
ପୁରୀ: ଆଜି ପବିତ୍ର ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପୟାଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ। ଏମାର ମଠ ଚକଡାରେ କାଉଁରିଆ ଜାଳୁଛନ୍ତି ଲୋକେ। ଭଡ଼କୁ ଆଖି ଆଗରେ ରଖି ଭୋର୍ ୪ ଟା ରୁ ରାତି ୧୦ ଟା ଯାଏଁ ରହିବ ଟ୍ରାଫିକ୍ କଟକଣା।