ଭୁବନେଶ୍ବର: ଆଜି ସନ୍ଧ୍ୟା ୭ ଘଟିକା ସମୟରେ ଭୁବନେଶ୍ଵର ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି I ଏହି ପୂଜା ରାତି ୯.୩୦ ସମୟରେ ସମ୍ପୁର୍ନ୍ ହୋଇଛି I ଏହି ପୂଜା ରେ ଶ୍ରୀ ଗିରୀଶ ପ୍ରସାଦ ରଥ କର୍ତ୍ତା ଭାବେ ପୂଜା ରେ ସାମିଲ ହୋଇଛନ୍ତି। ପ୍ରଥମେ ମା ଙ୍କ ଚକ୍ଷୁ ଦାନ ହୋଇ ପୂଜା ଆରମ୍ଭ ହୋଇଥିଲା। ଏହି ଉଦ୍ଦେଶ୍ୟରେ ମା ଙ୍କ ପାଇଁ ଅନେକ ପ୍ରକାରର ପିଠା, ମିଠା ଓ ଅର୍ଣ୍ଣ ପ୍ରସାଦ ଭୋଗ ଅର୍ପଣ କରାଯାଇଥିଲା I ବିଶେଷ ଭାବେ ଦହି ପଖାଳ, କାନିକା, ଶାଗଭଜା, ମୂଳା ଭଜା,ଛେନା ତରକାରୀ,ଘାଣ୍ଟ ,ବେଶର,ଦହି ମଞ୍ଜା,ନଡ଼ିଆ ବରା ତରକାରୀ, ପୁରୀ, କ୍ଷୀରି ଓ ଅନେକ ପ୍ରକାରର ପିଠା ପ୍ରସ୍ତୁତ ହୋଇ ଭୋଗ ଅର୍ପଣ କରାଯାଏ। ସମିତି ପକ୍ଷରୁ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରବଚକ ଡଃ ସନ୍ତୋଷ କୁମାର ସାହୁ ମୋହାଦୟ ପ୍ରତିଦିନ ପ୍ରବଚନ ଦେବାର କାର୍ଯ୍ଯକ୍ରମ ରହିଛି I ଏହି ଉଦ୍ଦେଶ୍ୟରେ ସହିଦନଗର ଦୁର୍ଗା ପୂଜା ସମିତି ର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା, ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ, ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ସୁଧିର କୁମାର ଶତପଥୀ, ଉପସଭାପତି ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀ ଉପେନ୍ଦ୍ର ନାଥ ଦାସ, ଯୁଗ୍ମସଂପାଦକ ଶ୍ରୀ ବିଶ୍ଵପ୍ରସାଦ ମହାନ୍ତି, ଭୁବନେଶ୍ବର ଭସାଣି ଉତ୍ସବ ସମିତିର ସାଧରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ,କୋଷାଧ୍ଯକ୍ଷ ସ୍ମୃତି ରଞ୍ଜନ ଜେନା, ସହ କୋଷାଧକ୍ଷ ଗୋପାଳ ମହାନ୍ତି କାର୍ଯ୍ୟକାରୀ ସଭ୍ଯ ଶ୍ରୀ ଆଶିଷ ମହାପାତ୍ର, ଜିତେନ୍ଦ୍ର ରାଓ, ଆଦର୍ଶ ପଟ୍ଟନାୟକ, ଲଳିତ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ଓ ସମୂହ ପ୍ରସାଦ ସେବନ ର ବ୍ଯବସ୍ଥା କରାଯାଇଛି I