ଜଗତସିଂହପୁରରେ ଭାଙ୍ଗିଲା ଲାଇଟ୍ ଗେଟ୍; ୨ ଗୁରୁତର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାରରେ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍ ଗେଟ୍। ଲାଇଟ୍ ଗେଟ୍ ଭାଙ୍ଗିବାକୁ ୨ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଆହତଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗେଟ୍ ଭାଙ୍ଗି ପଡ଼ିବାରୁ ଜଗତସିଂହପୁର-ମାଛଗାଁ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
