ଖରିଆର ରୋଡ୍‌ ମ୍ୟୁନିସିପାଲିଟି, କୋମନା ଏନ୍ ଏ ସି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆପଡ଼ା : ନୂଆପଡ଼ା ଜିଲା ଖରିଆର ରୋଡ୍‌ ହେଲା ମ୍ୟୁନିସିପାଲିଟି ଓ କୋମନା କୁ ଏନ୍ ଏ ସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିନାପାଲିକୁ ମଧ୍ୟ ଏନ୍ ଏ ସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି। ମିନି ଷ୍ଟାଡିୟମରେ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ୧୫୯ କୋଟି ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜଳସେଚନ ପାଇଁ ୮୦୨ କୋଟି ଟଙ୍କାର ପ୍ରକଳ୍ପ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

powered by social2s