• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ମହାପ୍ରଭୁଙ୍କ ନୀତିରେ ହେବ ପରିବର୍ତ୍ତନ

Details
Odia Ray Admin
ଓଡିଶା
06 August 2025

ପୁରୀ: ଆନନ୍ଦବଜାର ଶୃଙ୍ଖଳା ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ମହାପ୍ରଭୁଙ୍କ ମଙ୍ଗଳଆଳତୀ ସକାଳ ୬.୩୦ରେ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଲେ ସୁଆରମହାସୁଆର ନିଯୋଗ । ଆନନ୍ଦବଜାରର ଶୃଙ୍ଖଳା ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଉପରେ ନିର୍ଭର କରେ।

powered by social2s

ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ଆଜି ୩ ଜଣ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ

Details
Odia Ray Admin
ଓଡିଶା
05 August 2025

ଭୁବନେଶ୍ୱର: ଆମ ପ୍ରାର୍ଥନା ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି, ଏହାକୁ ପୁଣି ଥରେ ଆପଣେଇବା, ଚତୁର୍ଦ୍ଧା ମୂର୍ତ୍ତି କୁ ସ୍ୱତନ୍ତ୍ର ପୂଜା କରିବା ନୀତିରେ ପ୍ରଭୁ ବଳଭଦ୍ର ଙ୍କ ଜନ୍ମଦିନ ମନ୍ଦିର ବାହାରେ ଓଡିଶା ରେ ପ୍ରଥମ ଥର ପାଳନ ହେବ ଜୟ ଜଗନ୍ନାଥ ପରିବାର ଟ୍ରଷ୍ଟ ସମ୍ପାଦକ ଭଗବାନ ଦାଶ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ମହାନୁଭବ ସୁରେଶ କୁମାର ମିଶ୍ର ଘରେ ଆଜି ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇ ଯାଇଛି। ବିଗତ ଦିନରେ ଆମେ ସମସ୍ତେ ଘରେ ଈଶ୍ବର ଙ୍କୁ ପ୍ରାର୍ଥନା କରୁଥିଲେ। ଈଶ୍ବରଙ୍କୁ ଭଲ ପାଇବା ଓ ପୁଣି ପ୍ରତଦିନ ସକାଳେ ଓ ସନ୍ଧ୍ୟା ରେ ପ୍ରାର୍ଥନା କରିବା ଆରମ୍ଭ କରିବା ଏବଂ ଚଳିତ ବର୍ଷ ଆମେ ରାକ୍ଷୀ ପୂର୍ଣ୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମଦିନ ମନ୍ଦିର ବାହାରେ ସ୍ୱତନ୍ତ୍ର ଭାବେ ପାଳନ କରିବା, ଏଣୁ ଆମେ ଯେପରି ଅନ୍ୟ ଧର୍ମ ର ପୁରୁଷ ଓ ମହିଳା ମାନେ ନିର୍ଦ୍ଧିଷ୍ଟ ଗୋଟେ ଦିନ ନିଜ ଧର୍ମସ୍ଥଳୀ କୁ ଯାଇ ଥାନ୍ତି ସେହି ପରି ଶ୍ରୀଜଗନ୍ନାଥ ସଂସ୍କୃତି ଆମ ସଂସ୍କୃତି କୁ ଲକ୍ଷ୍ୟ ରଖି ପ୍ରତି ମଙ୍ଗଳବାର ଆମେ ମନ୍ଦିର ଦର୍ଶନ କରିବାକୁ ଅଭ୍ୟାସ କରନ୍ତୁ, ଆମକୁ ମଧ୍ୟ ମଙ୍ଗଳବାରକୁ ଶକ୍ତି ଏବଂ ଜ୍ଞାନର ଜାଗରଣ, ଶକ୍ତିର ଦିନ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ହନୁମାନ ଜୀଙ୍କୁ ଦର୍ଶନ କରନ୍ତୁ। ସକାଳ ୮ ଘଟିକା ରୁ ୯ଘଟିକା ମଧ୍ୟରେ କଳିଯୁଗ ମହାମନ୍ତ୍ର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ.. ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ..,ହନୁମାନ ଚାଳିଶା ଓ ମହାଲକ୍ଷ୍ମୀ ଙ୍କ ସ୍ତୁତି ଓ ହନୁମାନ ଚାଳିଶା ପଢନ୍ତୁ ଆପଣମାନେ ସପ୍ତାହରେ ଅତି କମ ରେ ଦିନେ ଆସନ୍ତୁ ଆମର ମନ୍ଦିର ଗୁଡ଼ିକୁ ଶକ୍ତି ଏବଂ ଏକତାର ସ୍ଥାନ ଭାବରେ ବିକଶିତ କରିବା। ଆପଣ ଯେଉଁଠାରେ ଥାଆନ୍ତୁ, ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮ ରୁ ୯ ମଧ୍ୟରେ ମନ୍ଦିର ଦର୍ଶନ କରନ୍ତୁ। ଶ୍ରୀଜଗନ୍ନାଥ ସହସ୍ର ନାମ ଗୀତ ଗୋବିନ୍ଦ ଓ ହନୁମାନ ଆରତୀ ପଠନ କରନ୍ତୁ। ଯଦି ଆପଣ ଘରେ ଅଛନ୍ତି, ତେବେ ଆପଣଙ୍କ ଘର ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଦୋକାନରେ ଅଛନ୍ତି, ତେବେ ଦୋକାନ ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଅଫିସରେ ଅଛନ୍ତି, ତେବେ ଅଫିସ ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଯାତ୍ରାରେ ଅଛନ୍ତି, ତେବେ ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮ ରୁ ୯ ମଧ୍ୟରେ ଆପଣ ଯେଉଁଠାରେ ଥାଆନ୍ତୁ, ନିକଟରେ ଥିବା ଯେକୌଣସି ମନ୍ଦିରକୁ ଯାଆନ୍ତୁ। କଳ୍ପନା କରନ୍ତୁ, ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି। ଯଦି ପ୍ରତ୍ୟେକ ମନ୍ଦିରରେ ସନାତନ ହିନ୍ଦୁ ୫୦ ରୁ ୧୦୦ ଲୋକ ପହଞ୍ଚିବେ ଏବଂ ସେମାନଙ୍କର ଘଣ୍ଟା, ଶଙ୍ଖ ଏବଂ ଆରତୀ ଶବ୍ଦ ଏକତ୍ର ପ୍ରତିଧ୍ୱନିତ ହେବ, ତେବେ ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮:୦୦ ରୁ ୯:ଓଃ ମଧ୍ୟରେ ଏକ ମିଶ୍ରିତ ସଙ୍ଗୀତ ସାରା ଭାରତରେ ପ୍ରତିଧ୍ୱନିତ ହେବ। ଏହି ଶବ୍ଦ ସମଗ୍ର ବିଶ୍ୱରେ ପହଞ୍ଚିବ ଏବଂ ଏହାର ପ୍ରଭାବ ବହୁତ ସୁଦୂରପ୍ରସାରୀ ହେବ। ବିଶ୍ୱାସ କରନ୍ତୁ, ଆଜିର ସମସ୍ତ ସମସ୍ୟା କର୍ପୁର ପରି ଉଡିଯିବ,ଏହିପରି, ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହେଵା, ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ଆଜି ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତ୍ରିଲୋଚନ ନାୟକ, ଚୈତନ୍ୟ ନାୟକ, ପ୍ରଶାନ୍ତ କୁମାର ପାତ୍ର, ଭାରତୀ ଭୂଷଣ ପଟ୍ଟନାୟକ, ବଂଶୀଧର ନାୟକ, ଅଜୟ ଦାସ, ହେମନ୍ତ ବାବୁ, ଅକ୍ଷୟ ସାହୁ, ଶରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ସହସ୍ର ନାମ ଅନ୍ୟାନ୍ୟ ମନ୍ତ୍ର ଓ ସ୍ତୋତ୍ର ପାଠ କରିଥିଲେ ।ଶ୍ରୀଜଗନ୍ନାଥ ସଂସ୍କୃତି ରେ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ଦିନ ହେବ ପୂଜା ପାଇ ଆସୁଛନ୍ତି, ଆସନ୍ତା ୯ ତାରିଖ ରାକ୍ଷୀପୂର୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମ ଉତ୍ସବ ପଡ଼ୁ ଅଛି। ଏହି କାର୍ଯ୍ୟକ୍ରମ ପ୍ରତେକ ଥର ମନ୍ଦିର ଭିତରେ ହୋଇଥାଏ। ଚଳିତ ବର୍ଷ ଓଡିଶା ରେ ପ୍ରଥମ କରି ଚତୁର୍ଦ୍ଧା ମୂର୍ତ୍ତି ର ରାକ୍ଷୀପୂର୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମଦିନ ବାହାରେ ସ୍ୱତନ୍ତ୍ର ଭାବେ ଚନ୍ଦ୍ରଶେଖର ପୁର ଦୁର୍ଗା ମଣ୍ଡପ ଫେଜ ୧ ଭୁବନେଶ୍ୱର ଠାରେ ୮ ସକାଳ ୯ଘଟିକା ରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ପାଳନ କରାଯିବ। ଆପଣ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରୁଅଛୁ। ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ରାକ୍ଷୀ ପୂର୍ଣ୍ଣିମା ଓ ଜନ୍ମଦିନ ପାଳନ କରି ପ୍ରଭୁ କୃପା ଲାଭ କରିବା ହେବେ ବୋଲି କହିଛନ୍ତି ଡ ମହାପାତ୍ର।

powered by social2s

ସମାଜର ଉନ୍ନତି ପାଇଁ ଭାଷା ସାହିତ୍ୟର ଉନ୍ନତି ଅପରିହାର୍ଯ୍ୟ

Details
Odia Ray Admin
ଓଡିଶା
05 August 2025

କୋରାପୁଟ/ଜୟପୁର: ଭାଷା ସାହିତ୍ୟର ଉନ୍ନତିରେ ସମାଜର ଉନ୍ନତି ହୋଇଥାଏ । ଯେଉଁ ଜାତିର ଭାଷା ଯେତିକି ସମୃଦ୍ଧ ସେ ଜାତି ସେତିକି ସମୃଦ୍ଧ ବୋଲି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଗତ କାଲି ଓଡ଼ିଶା ର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତାର ଷଷ୍ଠ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଡଃ ସୁନୟନା ମେଡିକାଲ ସାଇନ୍ସ କଲେଜ ପରିସରରେ ମହା ସମାରୋହରେ ପାଳନ କରିଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଉଦଘାଟନ କରିଥିବା ବେଳେ ଆକାଶବାଣୀ କେନ୍ଦ୍ର ଜୟପୁରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ନାୟକ, ଶ୍ରୀଯୁକ୍ତ ସମୀର କୁମାର ମହାପାତ୍ର, ଡ. ଯଜ୍ଞେଶ୍ଵର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ମହିଳା ମଞ୍ଚ ପରିଚାଳିକା ଡ. ଶୋଭାଗିନୀ ନନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ ଓ କବୟିତ୍ରୀ କବିତା ସାହୁ ସ୍ଵାଗତ ଭାଷଣ ଓ ଦିବ୍ୟାନୀ ମାର୍ଥା ଅତିଥି ଙ୍କୁ ସ୍ବାଗତ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲ ର ନିର୍ଦେଶକ ଏନ. ଦାଶରଥି ଓ ରାଜ୍ୟ ପର୍ଯ୍ୟବେକ୍ଷକ ମୋହନ ଭଟ୍ଟ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । ରାଜ୍ୟ ସଂଯୋଜକ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଠିକ୍ ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଜୟନ୍ତ କୁମାର ମହାଳିକ, ଗୋଦାବରୀଶ ଦାସ, ରାଜେନ୍ଦ୍ର କୁମାର ଦୁରିଆ, ସଞ୍ଜୀବ ମୁଣ୍ଡ, ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ଲକ୍ଷ୍ମୀ ଆମ୍ମା ନନ୍ଦଡା, ପ୍ରଶାନ୍ତ ସାରଦାର ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ଆସରରେ ପଦ୍ମିନୀ ମିଶ୍ର, ସବିତା ତ୍ରିପାଠୀ, ସ୍ନେହଲତା ଲେଙ୍କା, ସୁଶୋଭିତା ତୁରୁକ୍, ସବିତା ଶତପଥୀ, ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ପାଖାପାଖି ଅର୍ଦ୍ଧ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ଷାଠିଏ ଜଣ ସାରସ୍ଵତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କବୟିତ୍ରୀ ପୁଷ୍ପାଞ୍ଜଳୀ ଦେବୀ, ଦିବ୍ୟାନି ମାର୍ଥା, ନର୍ମଦା ଦୋରା, ସୁବାସ ଚନ୍ଦ୍ର ତାରିଣୀ ପ୍ରମୁଖ ସହଯୋଗ କରିଥିଲେ ।

powered by social2s

ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Details
Odia Ray Admin
ଓଡିଶା
05 August 2025

ଭୁବନେଶ୍ୱର: ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ। ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବନ ଅଧିକାରୀମାନଙ୍କୁ କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ତଥା ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ। ଏଥିସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି। ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ। ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସୁରକ୍ଷା ମଞ୍ଚ ଇତ୍ୟାଦିର ସହଯୋଗ କାମନା କରିଥିଲେ। ଏଥିସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ପ୍ରତି ଗୁରୁତ୍ୱାରୋପ କରି ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ତେଣୁ, ଅଧିକାରୀ ମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହେଉଛି ଏ ସମାଜର ଜୀବନ ରେଖା। ଏ ସୃଷ୍ଟିର ମୌଳିକତାକୁ ବଜାୟ ରଖିବାରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି। ନୂଆ ସରକାର ଆସିବା ପରେ ଜଙ୍ଗଲ ସଂରକ୍ଷଣ ଓ ଅଭିବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଉଛି। ଆଜି ଓଡିଶାରେ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଯାହା ବି ଅଭିବୃଦ୍ଧି ହୋଇଛି ଏହାର ଶ୍ରେୟ ଆମ ନିଷ୍ଠାପର ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କର। ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ଲୋକଙ୍କ ସହ ଯୋଡିହୋଇ କାମ କରି ବିଭାଗ ପାଇଁ ସୁନାମ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଆମ ରାଜ୍ୟ ହେଉଛି ଏକ ଜୈବ ବିବିଧତା ପୂର୍ଣ୍ଣ ରାଜ୍ୟ। ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ଜଙ୍ଗଲ ଭିତରେ ଏବଂ ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସଚେତନ କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର କୃଷକ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ। ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବିଭାଗର ସଫଳତା ଉପରେ ପର୍ଯ୍ୟବସିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍‌ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ବନଖଣ୍ଡର ବନ ସଂରକ୍ଷକ, ଡିଏଫ୍‌ଓ, ଏସିଏଫଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଉତ୍ସବ ଭାବେ ପାଳନ ହେବ ବଡ଼ ଠାକୁର ବଲଭଦ୍ର ଙ୍କ ଜନ୍ମଦିନ

Details
Odia Ray Admin
ଓଡିଶା
05 August 2025

ଭୁବନେଶ୍ୱର: ବଡ଼ ଠାକୁର ବଲଭଦ୍ର ଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ପ୍ରଭୁ ବଳଭଦ୍ର ଙ୍କ କୃପା ଆଶୀର୍ବାଦ ରୁ ମନ୍ଦିର ବାହାରେ ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଫେଜ ୧, ଭୁବନେଶ୍ୱର ରେ ଅଗଷ୍ଟ ୯ ତାରିଖ ସକାଳ ୯ ଘଟିକା ରୁ ୨ ଘଟିକା ପଯ୍ୟନ୍ତ ସ୍ୱତନ୍ତ୍ର ଉତ୍ସବ ଭାବେ ପାଳନ କରାଯିବ। ଏ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ଯଦି ଆମର ପ୍ରଶଂସାରେ ଶତମୁଖ ହୁଏ, କିନ୍ତୁ ଭଗବାନ ଯଦି ଆମ ଆଡୁ ମୁହଁ ଫେରେଇ ନିଅନ୍ତି। ତାହେଲେ ସେସବୁ ମୂଲ୍ଯହୀନ। ଆମର କେହି ବନ୍ଧୁ ନଥାନ୍ତୁ। ସେ ଜଣେ ଯଦି ଆମର ବନ୍ଧୁ ହୋଇ ପାରିଲେ, ତାହେଲେ ଯଥେଷ୍ଟ। ପୃଥିବୀ ରେ ପ୍ରାୟ ୬୦୦୦ ଜଗନ୍ନାଥ ମନ୍ଦିର ଅଛି। ପ୍ରତେକ ମନ୍ଦିର ରାକ୍ଷୀ ପୁର୍ଣିମା ପାଳନ କରୁଛନ୍ତି। ସେହି ଦିନ କିଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାମର୍ଥ୍ୟ ଅନୁଯାଇ ଆୟୋଜନ କରି ପ୍ରଭୁ ବଲଭଦ୍ର ଜନ୍ମଦିନ ପାଳନ କରିବାକୁ ଅନୁରୋଧ କରୁଅଛୁ। ଆସନ୍ତୁ ଚତୁର୍ଦ୍ଧା ମୂର୍ତ୍ତି କୁ ଭଲ ପାଇବା, ବଡ଼ ଭାଇ ଙ୍କ ଜନ୍ମଦିନ ପାଳନ କରିବା ଓ ପ୍ରଭୁ ଙ୍କ ଚୁଡା ଘଷା ଓ ଡାଲମା କୁ ପ୍ରଭୁ ସାକ୍ଷାତ ଦର୍ଶନ(ପ୍ରସାଦ) ଭାବେ ଗ୍ରହଣ କରିବା ଏହି କାର୍ଯ୍ୟକ୍ରମ କୁ ଆପଣ ସାମର୍ଥ୍ୟ ଅନୁଯାଇ ଅନୁଦାନ ପ୍ରଦାନ କରିବାକୁ ଆମର ବିନମ୍ର ଅନୁରୋଧ ବୋଲି ନିବେଦନ କରିଛନ୍ତି ସେବକ ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ।

powered by social2s

୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ

Details
Odia Ray Admin
ଓଡିଶା
05 August 2025

ଭୁବନେଶ୍ଵର: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା । ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ । ଓଡ଼ିଶାର ହସ୍ତତନ୍ତ - ଐତିହ୍ୟର ସୂତ୍ରଧର ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ । ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ପାଳନ, ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ “ଏକତା” ଉତ୍ସବ ଆୟୋଜନ ଏବଂ ଏହି ଉପଲକ୍ଷେ ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜନ କରାଯିବ । ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଏ ସମ୍ପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି । ଜାତୀୟ ହସ୍ତତନ୍ତ ଦିବସକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭ ଅଗଷ୍ଟ ୨୦୨୫ରେ ଉଦଘାଟନ କରିବେ । ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚିତ୍ର ଜଗତର ସ୍ଵନାମଧନ୍ୟ ତାରକା ଶ୍ରୀମତୀ ମାଧୁରୀ ଦୀକ୍ଷିତ ନେନେ ଯୋଗଦାନ କରିବେ । ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ EKTA କାର୍ଯ୍ୟକ୍ରମ (EKTA- Exhibition cum Knowledge Sharing for Textile Advantage) (ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଗଷ୍ଟ ୮ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଅଗଷ୍ଟ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାଶନ୍ ସୋ, ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜନ ହେବ । ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ । ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିବେ । ରାଜ୍ୟର ବିବିଧ ହସ୍ତତନ୍ତ ଅସ୍ମିତା ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ । ଫୁଡ୍ କୋର୍ଟ, ପ୍ଲେ ଜୋନ୍, ଆଦିର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକରୁ ଫଳପ୍ରଦ ଫଳାଫଳ ପାଇବା ପାଇଁ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ମାନ୍ୟବର ମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

powered by social2s

ଶ୍ରୀମନ୍ଦିରରେ ଯାଞ୍ଚ କଡ଼ାକଡ଼ି ହେବ: ଆଇନ୍ ମନ୍ତ୍ରୀ

Details
Odia Ray Admin
ଓଡିଶା
05 August 2025

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ଘଟଣାକୁ ନେଇ ଆଇନ୍ ମନ୍ତ୍ରୀ କହିଛନ୍ତି ଯେ, ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ। ହିଡେନ କ୍ୟାମେରା ଘଟଣାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନ ମନ୍ତ୍ରୀ। ସେ ପ୍ରକାଶ କରିଛନ୍ତି ଯେ, ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣିହେବ। -ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ବିଚାର କରୁଛୁ। ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ଦଣ୍ଡ ଦିଆଯିବ।

powered by social2s

More Articles ...

  1. ଅପାରଗ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର
  2. ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା; ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ବିଦ୍ୟାଳୟ
  3. ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ଜାରି
Page 385 of 2256
  • Start
  • Prev
  • 380
  • 381
  • 382
  • 383
  • 384
  • 385
  • 386
  • 387
  • 388
  • 389
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.