କୋରାପୁଟ/ଜୟପୁର: ଭାଷା ସାହିତ୍ୟର ଉନ୍ନତିରେ ସମାଜର ଉନ୍ନତି ହୋଇଥାଏ । ଯେଉଁ ଜାତିର ଭାଷା ଯେତିକି ସମୃଦ୍ଧ ସେ ଜାତି ସେତିକି ସମୃଦ୍ଧ ବୋଲି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଗତ କାଲି ଓଡ଼ିଶା ର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତାର ଷଷ୍ଠ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଡଃ ସୁନୟନା ମେଡିକାଲ ସାଇନ୍ସ କଲେଜ ପରିସରରେ ମହା ସମାରୋହରେ ପାଳନ କରିଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଉଦଘାଟନ କରିଥିବା ବେଳେ ଆକାଶବାଣୀ କେନ୍ଦ୍ର ଜୟପୁରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ନାୟକ, ଶ୍ରୀଯୁକ୍ତ ସମୀର କୁମାର ମହାପାତ୍ର, ଡ. ଯଜ୍ଞେଶ୍ଵର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ମହିଳା ମଞ୍ଚ ପରିଚାଳିକା ଡ. ଶୋଭାଗିନୀ ନନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ ଓ କବୟିତ୍ରୀ କବିତା ସାହୁ ସ୍ଵାଗତ ଭାଷଣ ଓ ଦିବ୍ୟାନୀ ମାର୍ଥା ଅତିଥି ଙ୍କୁ ସ୍ବାଗତ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲ ର ନିର୍ଦେଶକ ଏନ. ଦାଶରଥି ଓ ରାଜ୍ୟ ପର୍ଯ୍ୟବେକ୍ଷକ ମୋହନ ଭଟ୍ଟ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । ରାଜ୍ୟ ସଂଯୋଜକ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଠିକ୍ ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଜୟନ୍ତ କୁମାର ମହାଳିକ, ଗୋଦାବରୀଶ ଦାସ, ରାଜେନ୍ଦ୍ର କୁମାର ଦୁରିଆ, ସଞ୍ଜୀବ ମୁଣ୍ଡ, ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ଲକ୍ଷ୍ମୀ ଆମ୍ମା ନନ୍ଦଡା, ପ୍ରଶାନ୍ତ ସାରଦାର ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ଆସରରେ ପଦ୍ମିନୀ ମିଶ୍ର, ସବିତା ତ୍ରିପାଠୀ, ସ୍ନେହଲତା ଲେଙ୍କା, ସୁଶୋଭିତା ତୁରୁକ୍, ସବିତା ଶତପଥୀ, ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ପାଖାପାଖି ଅର୍ଦ୍ଧ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ଷାଠିଏ ଜଣ ସାରସ୍ଵତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କବୟିତ୍ରୀ ପୁଷ୍ପାଞ୍ଜଳୀ ଦେବୀ, ଦିବ୍ୟାନି ମାର୍ଥା, ନର୍ମଦା ଦୋରା, ସୁବାସ ଚନ୍ଦ୍ର ତାରିଣୀ ପ୍ରମୁଖ ସହଯୋଗ କରିଥିଲେ ।
ସମାଜର ଉନ୍ନତି ପାଇଁ ଭାଷା ସାହିତ୍ୟର ଉନ୍ନତି ଅପରିହାର୍ଯ୍ୟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

