ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଉତ୍ସବ ଭାବେ ପାଳନ ହେବ ବଡ଼ ଠାକୁର ବଲଭଦ୍ର ଙ୍କ ଜନ୍ମଦିନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବଡ଼ ଠାକୁର ବଲଭଦ୍ର ଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ପ୍ରଭୁ ବଳଭଦ୍ର ଙ୍କ କୃପା ଆଶୀର୍ବାଦ ରୁ ମନ୍ଦିର ବାହାରେ ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଫେଜ ୧, ଭୁବନେଶ୍ୱର ରେ ଅଗଷ୍ଟ ୯ ତାରିଖ ସକାଳ ୯ ଘଟିକା ରୁ ୨ ଘଟିକା ପଯ୍ୟନ୍ତ ସ୍ୱତନ୍ତ୍ର ଉତ୍ସବ ଭାବେ ପାଳନ କରାଯିବ। ଏ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ଯଦି ଆମର ପ୍ରଶଂସାରେ ଶତମୁଖ ହୁଏ, କିନ୍ତୁ ଭଗବାନ ଯଦି ଆମ ଆଡୁ ମୁହଁ ଫେରେଇ ନିଅନ୍ତି। ତାହେଲେ ସେସବୁ ମୂଲ୍ଯହୀନ। ଆମର କେହି ବନ୍ଧୁ ନଥାନ୍ତୁ। ସେ ଜଣେ ଯଦି ଆମର ବନ୍ଧୁ ହୋଇ ପାରିଲେ, ତାହେଲେ ଯଥେଷ୍ଟ। ପୃଥିବୀ ରେ ପ୍ରାୟ ୬୦୦୦ ଜଗନ୍ନାଥ ମନ୍ଦିର ଅଛି। ପ୍ରତେକ ମନ୍ଦିର ରାକ୍ଷୀ ପୁର୍ଣିମା ପାଳନ କରୁଛନ୍ତି। ସେହି ଦିନ କିଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାମର୍ଥ୍ୟ ଅନୁଯାଇ ଆୟୋଜନ କରି ପ୍ରଭୁ ବଲଭଦ୍ର ଜନ୍ମଦିନ ପାଳନ କରିବାକୁ ଅନୁରୋଧ କରୁଅଛୁ। ଆସନ୍ତୁ ଚତୁର୍ଦ୍ଧା ମୂର୍ତ୍ତି କୁ ଭଲ ପାଇବା, ବଡ଼ ଭାଇ ଙ୍କ ଜନ୍ମଦିନ ପାଳନ କରିବା ଓ ପ୍ରଭୁ ଙ୍କ ଚୁଡା ଘଷା ଓ ଡାଲମା କୁ ପ୍ରଭୁ ସାକ୍ଷାତ ଦର୍ଶନ(ପ୍ରସାଦ) ଭାବେ ଗ୍ରହଣ କରିବା ଏହି କାର୍ଯ୍ୟକ୍ରମ କୁ ଆପଣ ସାମର୍ଥ୍ୟ ଅନୁଯାଇ ଅନୁଦାନ ପ୍ରଦାନ କରିବାକୁ ଆମର ବିନମ୍ର ଅନୁରୋଧ ବୋଲି ନିବେଦନ କରିଛନ୍ତି ସେବକ ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ।

powered by social2s