ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ଆଜି ୩ ଜଣ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆମ ପ୍ରାର୍ଥନା ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି, ଏହାକୁ ପୁଣି ଥରେ ଆପଣେଇବା, ଚତୁର୍ଦ୍ଧା ମୂର୍ତ୍ତି କୁ ସ୍ୱତନ୍ତ୍ର ପୂଜା କରିବା ନୀତିରେ ପ୍ରଭୁ ବଳଭଦ୍ର ଙ୍କ ଜନ୍ମଦିନ ମନ୍ଦିର ବାହାରେ ଓଡିଶା ରେ ପ୍ରଥମ ଥର ପାଳନ ହେବ ଜୟ ଜଗନ୍ନାଥ ପରିବାର ଟ୍ରଷ୍ଟ ସମ୍ପାଦକ ଭଗବାନ ଦାଶ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ମହାନୁଭବ ସୁରେଶ କୁମାର ମିଶ୍ର ଘରେ ଆଜି ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇ ଯାଇଛି। ବିଗତ ଦିନରେ ଆମେ ସମସ୍ତେ ଘରେ ଈଶ୍ବର ଙ୍କୁ ପ୍ରାର୍ଥନା କରୁଥିଲେ। ଈଶ୍ବରଙ୍କୁ ଭଲ ପାଇବା ଓ ପୁଣି ପ୍ରତଦିନ ସକାଳେ ଓ ସନ୍ଧ୍ୟା ରେ ପ୍ରାର୍ଥନା କରିବା ଆରମ୍ଭ କରିବା ଏବଂ ଚଳିତ ବର୍ଷ ଆମେ ରାକ୍ଷୀ ପୂର୍ଣ୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମଦିନ ମନ୍ଦିର ବାହାରେ ସ୍ୱତନ୍ତ୍ର ଭାବେ ପାଳନ କରିବା, ଏଣୁ ଆମେ ଯେପରି ଅନ୍ୟ ଧର୍ମ ର ପୁରୁଷ ଓ ମହିଳା ମାନେ ନିର୍ଦ୍ଧିଷ୍ଟ ଗୋଟେ ଦିନ ନିଜ ଧର୍ମସ୍ଥଳୀ କୁ ଯାଇ ଥାନ୍ତି ସେହି ପରି ଶ୍ରୀଜଗନ୍ନାଥ ସଂସ୍କୃତି ଆମ ସଂସ୍କୃତି କୁ ଲକ୍ଷ୍ୟ ରଖି ପ୍ରତି ମଙ୍ଗଳବାର ଆମେ ମନ୍ଦିର ଦର୍ଶନ କରିବାକୁ ଅଭ୍ୟାସ କରନ୍ତୁ, ଆମକୁ ମଧ୍ୟ ମଙ୍ଗଳବାରକୁ ଶକ୍ତି ଏବଂ ଜ୍ଞାନର ଜାଗରଣ, ଶକ୍ତିର ଦିନ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ହନୁମାନ ଜୀଙ୍କୁ ଦର୍ଶନ କରନ୍ତୁ। ସକାଳ ୮ ଘଟିକା ରୁ ୯ଘଟିକା ମଧ୍ୟରେ କଳିଯୁଗ ମହାମନ୍ତ୍ର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ.. ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ..,ହନୁମାନ ଚାଳିଶା ଓ ମହାଲକ୍ଷ୍ମୀ ଙ୍କ ସ୍ତୁତି ଓ ହନୁମାନ ଚାଳିଶା ପଢନ୍ତୁ ଆପଣମାନେ ସପ୍ତାହରେ ଅତି କମ ରେ ଦିନେ ଆସନ୍ତୁ ଆମର ମନ୍ଦିର ଗୁଡ଼ିକୁ ଶକ୍ତି ଏବଂ ଏକତାର ସ୍ଥାନ ଭାବରେ ବିକଶିତ କରିବା। ଆପଣ ଯେଉଁଠାରେ ଥାଆନ୍ତୁ, ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮ ରୁ ୯ ମଧ୍ୟରେ ମନ୍ଦିର ଦର୍ଶନ କରନ୍ତୁ। ଶ୍ରୀଜଗନ୍ନାଥ ସହସ୍ର ନାମ ଗୀତ ଗୋବିନ୍ଦ ଓ ହନୁମାନ ଆରତୀ ପଠନ କରନ୍ତୁ। ଯଦି ଆପଣ ଘରେ ଅଛନ୍ତି, ତେବେ ଆପଣଙ୍କ ଘର ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଦୋକାନରେ ଅଛନ୍ତି, ତେବେ ଦୋକାନ ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଅଫିସରେ ଅଛନ୍ତି, ତେବେ ଅଫିସ ପାଖରେ ଥିବା ମନ୍ଦିରକୁ ଯାଆନ୍ତୁ। ଯଦି ଆପଣ ଯାତ୍ରାରେ ଅଛନ୍ତି, ତେବେ ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮ ରୁ ୯ ମଧ୍ୟରେ ଆପଣ ଯେଉଁଠାରେ ଥାଆନ୍ତୁ, ନିକଟରେ ଥିବା ଯେକୌଣସି ମନ୍ଦିରକୁ ଯାଆନ୍ତୁ। କଳ୍ପନା କରନ୍ତୁ, ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି। ଯଦି ପ୍ରତ୍ୟେକ ମନ୍ଦିରରେ ସନାତନ ହିନ୍ଦୁ ୫୦ ରୁ ୧୦୦ ଲୋକ ପହଞ୍ଚିବେ ଏବଂ ସେମାନଙ୍କର ଘଣ୍ଟା, ଶଙ୍ଖ ଏବଂ ଆରତୀ ଶବ୍ଦ ଏକତ୍ର ପ୍ରତିଧ୍ୱନିତ ହେବ, ତେବେ ପ୍ରତି ମଙ୍ଗଳବାର ସକାଳ ଓ ସନ୍ଧ୍ୟା ୮:୦୦ ରୁ ୯:ଓଃ ମଧ୍ୟରେ ଏକ ମିଶ୍ରିତ ସଙ୍ଗୀତ ସାରା ଭାରତରେ ପ୍ରତିଧ୍ୱନିତ ହେବ। ଏହି ଶବ୍ଦ ସମଗ୍ର ବିଶ୍ୱରେ ପହଞ୍ଚିବ ଏବଂ ଏହାର ପ୍ରଭାବ ବହୁତ ସୁଦୂରପ୍ରସାରୀ ହେବ। ବିଶ୍ୱାସ କରନ୍ତୁ, ଆଜିର ସମସ୍ତ ସମସ୍ୟା କର୍ପୁର ପରି ଉଡିଯିବ,ଏହିପରି, ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହେଵା, ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ଆଜି ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତ୍ରିଲୋଚନ ନାୟକ, ଚୈତନ୍ୟ ନାୟକ, ପ୍ରଶାନ୍ତ କୁମାର ପାତ୍ର, ଭାରତୀ ଭୂଷଣ ପଟ୍ଟନାୟକ, ବଂଶୀଧର ନାୟକ, ଅଜୟ ଦାସ, ହେମନ୍ତ ବାବୁ, ଅକ୍ଷୟ ସାହୁ, ଶରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ସହସ୍ର ନାମ ଅନ୍ୟାନ୍ୟ ମନ୍ତ୍ର ଓ ସ୍ତୋତ୍ର ପାଠ କରିଥିଲେ ।ଶ୍ରୀଜଗନ୍ନାଥ ସଂସ୍କୃତି ରେ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ଦିନ ହେବ ପୂଜା ପାଇ ଆସୁଛନ୍ତି, ଆସନ୍ତା ୯ ତାରିଖ ରାକ୍ଷୀପୂର୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମ ଉତ୍ସବ ପଡ଼ୁ ଅଛି। ଏହି କାର୍ଯ୍ୟକ୍ରମ ପ୍ରତେକ ଥର ମନ୍ଦିର ଭିତରେ ହୋଇଥାଏ। ଚଳିତ ବର୍ଷ ଓଡିଶା ରେ ପ୍ରଥମ କରି ଚତୁର୍ଦ୍ଧା ମୂର୍ତ୍ତି ର ରାକ୍ଷୀପୂର୍ଣିମା ଓ ପ୍ରଭୁ ବଲଭଦ୍ର ଙ୍କ ଜନ୍ମଦିନ ବାହାରେ ସ୍ୱତନ୍ତ୍ର ଭାବେ ଚନ୍ଦ୍ରଶେଖର ପୁର ଦୁର୍ଗା ମଣ୍ଡପ ଫେଜ ୧ ଭୁବନେଶ୍ୱର ଠାରେ ୮ ସକାଳ ୯ଘଟିକା ରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ପାଳନ କରାଯିବ। ଆପଣ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରୁଅଛୁ। ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ରାକ୍ଷୀ ପୂର୍ଣ୍ଣିମା ଓ ଜନ୍ମଦିନ ପାଳନ କରି ପ୍ରଭୁ କୃପା ଲାଭ କରିବା ହେବେ ବୋଲି କହିଛନ୍ତି ଡ ମହାପାତ୍ର।

powered by social2s