ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡ଼ ଉଠା ମହାସ୍ନାନ ହୋଇଛି। କଳାହାଟ ଦ୍ୱାର ସମ୍ମୁଖରେ ରକ୍ତ ଛିଟା ପଡ଼ିବାରୁ ପାହାଡ଼ ଉଠା ମହାସ୍ନାନ କରାଯାଇଛି। ସକାଳ ଧୂପର ସମସ୍ତ ଭୋଗ ପୋତାଗଲା।
ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡ଼ ଉଠା ମହାସ୍ନାନ ହୋଇଛି। କଳାହାଟ ଦ୍ୱାର ସମ୍ମୁଖରେ ରକ୍ତ ଛିଟା ପଡ଼ିବାରୁ ପାହାଡ଼ ଉଠା ମହାସ୍ନାନ କରାଯାଇଛି। ସକାଳ ଧୂପର ସମସ୍ତ ଭୋଗ ପୋତାଗଲା।
ପୁରୀ: ହିଡେନ୍ କ୍ୟାମେରା ନେଇ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଜଣେ ଯୁବକ। ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଯାଇଥିଲେ ଯୁବକ। ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଅଟକାଇଲା ପୋଲିସ। ଯୁବକ ଜଣକ ପୁରୀ ଗଜପତି ନଗରର ହୋଇଥିବା ସୂଚନା।
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବର: ଆଜି ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ମହାନ୍ ବୈଜ୍ଞାନିକ,ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ବର୍ଗତ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ଼ଃ କଲାମଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଚେତନା ସ୍ୱତନ୍ତ୍ର ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତି ତ୍ରିପାଠୀ ଏବଂ ଅନ୍ୟ ମାନଙ୍କ ଦ୍ୱାରା ଡ଼ଃ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ଡ଼ଃ ବସନ୍ତ କୁମାର କର, ଜୁଏଲସ୍ ଇଣ୍ଟରନ୍ୟାସନାଲ୍ ର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ପ୍ରଫେସର ନାରାୟଣ ଚ଼ନ୍ଦ୍ର ପତି,ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ମହାପାତ୍ର, ମୁଖ୍ୟବକ୍ତା ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଡ଼ଃ ରାମ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ଦେଶପ୍ରେମ ଓ ଭାରତକୁ ବିକାଶ ପଥରେ ନେବାରେ ତାଙ୍କ ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଡକ୍ଟର କଲାମ ବିଜ୍ଞାନ ଏବଂ ସାର୍ବଜନୀନ ଜୀବନ କ୍ଷେତ୍ରରେ ଏକ ଅଲିଭା ଛାପ ଛାଡି ଯାଇଛନ୍ତି। ତାଙ୍କର ଆଦର୍ଶ ଏବଂ ମୂଲ୍ୟବୋଧ ଆଜିର ସମାଜ ପାଇଁ ପ୍ରେରଣା ଉତ୍ସ ହୋଇ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିସହିତ ଡ଼ଃ କଲାମଙ୍କ ସହ ଅଙ୍ଗାଙ୍ଗୀ ଭାବେ ପରିଚିତ ବୈଜ୍ଞାନିକ କାର୍ତ୍ତିକ ସ୍ୱାଇଁ, ଡଃ ମହାରଣା, ଏନ ସି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ | ପରିଶେଷରେ ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କର ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ଭିନ୍ନକ୍ଷମ ଛାତ୍ରଛାତ୍ରୀ, ସ୍ୱତନ୍ତ୍ର ଶିକ୍ଷା ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସହ ଅନେକ ଜ୍ଞାନୀ ଗୁଣି ବ୍ୟକ୍ତି ଯୋଗ ଦେବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଏଵଂ ଅବଦୁଲ କଲାମ ସ୍ମୃତି ସଂସଦର ସଦସ୍ୟ ଶ୍ରୀ ଭରତ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା |
ଭୁବନେଶ୍ୱର : ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମଞ୍ଚେଶ୍ୱର ସ୍ଥିତ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS)( ଡାଏଲ-112)କୁ ଗସ୍ତ କରି ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ଆଧୁନିକୀକରଣ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ସମସ୍ୟାରେ ପଡ଼ିଥିବା ସାଧାରଣ ଲୋକଙ୍କୁ ଅଳ୍ପ ସମୟ ମଧ୍ୟରେ ତ୍ୱରିତ ସେବା ଯୋଗାଇ ଦେବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଏଥି ନିମନ୍ତେ ଉପଯୁକ୍ତ ମାନବ ସମ୍ବଳ, ଅଧିକ ଜରୁରୀ କାଳୀନ ସହାୟତା ଯାନ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ଯାନ ଗୁଡିକୁ ସୁସଜ୍ଜିତ କରାଯାଇ ERSSକୁ ଅଧିକ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ବିଭାଗଗୁଡିକରେ ନିୟୋଜିତ ଥିବା ଜରୁରୀ କାଳୀନ ଯାନ ଗୁଡିକୁ ମଧ୍ୟ ERSS ସହ ସଂଯୋଗ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ERSSର ଦୃଢ଼ୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ଅର୍ଥ ରାଶିକୁ ସଠିକ ସମୟ ମଧ୍ୟରେ ଖର୍ଚ୍ଚ କରାଯିବା ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ସହ ତୁରନ୍ତ 409ଟି ଜରୁରୀ କାଳୀନ ଯାନକୁ ଭଡା ସୂତ୍ରରେ ଆଣି ERSS କାର୍ଯ୍ୟରେ ନିୟୋଜିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ମୋବାଇଲ ଡାଟା ଟର୍ମିନାଲ, ସ୍ମାର୍ଟ ଫୋନ, ଜିପିଏସ ଭଳି ଅତ୍ୟାଧୁନିକ ଯନ୍ତ୍ରପାତିକୁ ଜରୁରୀ କାଳୀନ ଯାନରେ ଲଗାଯାଇ ERSS ବ୍ୟବସ୍ଥାକୁ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ERSS ରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ERSS ର ନୋଡାଲ ଅଫିସର ଶ୍ରୀ ପ୍ରତୀକ ମହାନ୍ତି ସମୀକ୍ଷା ବୈଠକ ପରିଚାଳନା କରିଥିଲେ। ଉକ୍ତ ବୈଠକରେ ସ୍ୱାସ୍ଥ୍ୟ, ଅଗ୍ନିଶମ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ, ଓକାକ, ଓସଡମା ଆଦି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ବୌଦ୍ଧ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ୩ଟି ସ୍କୁଲର ୯ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ବାଘପାଲି, ପନଖିମାଳ ଓ ବରିଗଡ଼ ସ୍କୁଲର ୯ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ। ୩ ପ୍ରଧାନଶିକ୍ଷକଙ୍କ ମଧ୍ୟ ଦରମା ବନ୍ଦ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ବରୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ୍। ସନ୍ତୋଷଜନକ ଉତ୍ତର ମିଳୁନଥିବାରୁ ନିଆଯାଇଛି ପଦକ୍ଷେପ।
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଶିକ୍ଷା ନିକେତନ ପରିସର ମଧ୍ୟରେ ଜାତୀୟ ଅଭିଭାବକ ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ମିଳନ କରାଯାଇଥିବା ବେଳେ ଏଥିରେ ବାଲିଗୁଡ଼ା ତହସିଲଦାର ଦିପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ୨୦୦୩ ମସିହା ଅକ୍ଷୟ ତୃତିୟା ଦିନ ବାଲିଗୁଡ଼ା ସହରରେ ଏହି ଶିକ୍ଷା ଅନୁଷ୍ଠାନ ଜନ୍ମ ନେଇଥିଲା । ଉତ୍ତମ ଶିକ୍ଷାଦାନ ସହ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବିଭିନ୍ନ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ପ୍ରଥମଥର ପାଇଁ ଶିକ୍ଷା ନିକେତନ ପକ୍ଷରୁ ଜାତୀୟ ଅଭିଭାବକ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ଅଭିଭାବକଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ଭିନ୍ନ ସ୍ୱାଦର ନିଆରା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଜାତୀୟ ଅଭିଭାବକ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ୧୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ । ଏଣୁ ପରସ୍ପର ନିକଟତର ହେବାସହ ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ କରିବା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷାଦାନ ସହ, ଖେଳକୁଦ ଏବଂ ବର୍ଷର ବିଭିନ୍ନ ପର୍ବପର୍ବାଣି ସମୟରେ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସମନ୍ୱୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଢ଼ିବାକୁ ଆମେ ଚେଷ୍ଟିତ ବୋଲି କହିଛନ୍ତି ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ବାଲିଗୁଡ଼ାର ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ୍ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମ୍ପାଦିକା ରେଖାରାଣୀ ମହାପାତ୍ର ,ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ସାହୁ, ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତି ଅଭିଭାବକଙ୍କ ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।