ଉତ୍ତର ଓ ପଶ୍ଚିମ ଓଡ଼ିଶା ବନ୍ୟା ପ୍ରଭାବିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା। ଏହି ସୂଚନା ଦେଲେ ସ୍ଵତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ ସିଂହ। ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଏବେ ବି ବିପଦ ଅଛି ବୋଲି କହିଲେ ଦେଓରଞ୍ଜନ ସିଂହ। ବାଲେଶ୍ବରକୁ ପ୍ରାଥମିକତା ଦେବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୦୭୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ମାଗଣା ରନ୍ଧନ ଖାଦ୍ୟ ଯୋଗାଇ ଦିଆଯାଉଛି।

powered by social2s