"ଖୁସିୟୋ କା ଘର" ଵୃଦ୍ଧାଶ୍ରମ ବା ଜରାଶ୍ରମ ରେ ଆଲିଶା ଫାଉଣ୍ଡେସନ ଦ୍ୱାରା ପାଳିତ ହୋଇ ଯାଇଛି ଜାତୀୟ ପିତା ମାତା ଦିବସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର ର ପଟିଆ ସ୍ଥିତ "ଖୁସିୟୋ କା ଘର " ଵୃଦ୍ଧାଶ୍ରମ ବା ଜରାଶ୍ରମ ରେ, ଆଲିଶା ଫାଉଣ୍ଡେସନ ଦ୍ୱାରା ପାଳିତ ହୋଇ ଯାଇଛି ଜାତୀୟ ପିତା ମାତା ଦିବସ କାର୍ଯ୍ୟକ୍ରମ l ଏହି ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ତଥା ଅଧକ୍ଷ୍ୟା, ଅନ୍ନଦା ପ୍ରଭା ରାୟ ଓ ଅନ୍ୟ ସଦସ୍ୟ ତଥା ଶ୍ରୀ ଅଶୋକ କୁମାର ଦାସ, ପ୍ରଶାନ୍ତ କୁମାର ମହାପାତ୍ର, ଦୁର୍ଗାମଣି ମହାପତ୍ର, ସୋଫିଆ ସ୍ୱାଇଁ ଆଦିଙ୍କ ସହଯୋଗ ରେ ବୃଦ୍ଧାଶ୍ରମର ବୃଦ୍ଧ ମାନଙ୍କୁ ପୂଜା କରିବା ସହିତ ନୂତନ ବସ୍ତ୍ର ପରିଧାନ ଓ ଖାଦ୍ୟ ପେୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା l ଵୃଦ୍ଧାଶ୍ରମ ର ବୃଦ୍ଧ ପିତାମାତା ଏହି କାର୍ଯ୍ୟକ୍ରମ ରେ ଅତ୍ୟନ୍ତ ଖୁସି ହୋଇ ଥିବାରୁ, ସେହି ଅନୁଷ୍ଠାନ ର ପ୍ରତିଷ୍ଠାତା "ଶ୍ରୀ ସୁଜିତ କୁମାର ପରିଡା", ଆଲିଶା ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଦିନର ପ୍ରସାର ନିମନ୍ତେ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆ ଯିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କୁ ନିବେଦନ ରଖିବା ହେଊଛି ଆଲିଶା ଫାଉଣ୍ଡେସନ ର ମୁଖ୍ୟ ଉଦ୍ୟେଶ l ଡିସେମ୍ବର ମାସ ୨୧ ତାରିଖରେ ଭୁବନେଶ୍ୱର ର ଉତ୍କଳ ମଣ୍ଡପରେ ବିଭିନ୍ନ ଜିଲ୍ଲାର ମାତା ପିତା ଙ୍କୁ ସମ୍ମାନିତ କରାଯିବ Grand finale ଆକାରରେ, ଏହାର ଘୋଷଣା ମଧ୍ୟ କରା ଯାଇଛି l

powered by social2s