ବାଲେଶ୍ୱରରେ ୪ ବାଇକ ଚୋର ଗିରଫ
ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା କମର୍ଦ୍ଧା ଥାନା ମହାଗବ ଗାଁରେ ୪ ବାଇକ ଚୋର ଧରା ପଡ଼ିଛନ୍ତି। ବାଇକ ଚୋରି ପାଇଁ ଉଦ୍ୟମ ବେଳେ ଚୋରଙ୍କୁ କାବୁ କରି ପୋଲିସ ଜିମ୍ମା ଦେଲେ ଗାଁ ଲୋକେ। ଚୋରଙ୍କ ଆଉ ଦୁଇ-ତିନି ଜଣ ସହଯୋଗୀ ଫେରାର ହୋଇଥିବା ସୂଚନା।
ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା କମର୍ଦ୍ଧା ଥାନା ମହାଗବ ଗାଁରେ ୪ ବାଇକ ଚୋର ଧରା ପଡ଼ିଛନ୍ତି। ବାଇକ ଚୋରି ପାଇଁ ଉଦ୍ୟମ ବେଳେ ଚୋରଙ୍କୁ କାବୁ କରି ପୋଲିସ ଜିମ୍ମା ଦେଲେ ଗାଁ ଲୋକେ। ଚୋରଙ୍କ ଆଉ ଦୁଇ-ତିନି ଜଣ ସହଯୋଗୀ ଫେରାର ହୋଇଥିବା ସୂଚନା।
ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରୟକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ସଂଘଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏହି ନିୟମର ବ୍ୟକ୍ତିଗତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ମାତ୍ର ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରୟ କରାଯିବା ନେଇ ଥିବା ନିୟମ ବଳବତ୍ତର ରହିବ । ଏତଦ୍ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏ କ୍ଷେତ୍ରରେ ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀଧର ନାୟକ,ବୈଧ ଓଜନ ମାପ ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ଶ୍ରୀ ହରୀଶ ଚନ୍ଦ୍ର ପଟ୍ଟନାୟକ, ବିପ୍ପଣି ଗୁପ୍ତବାର୍ତ୍ତା ଉପନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ରାଜ୍ୟ ସ୍ତରୀୟ ସଂଯୋଜକ ଶ୍ରୀ କମଳ ସିଲ,ଉତ୍କଳ ପେଟ୍ରୋଲିୟମ୍ ଡିଲର ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ ଲାଠ, କୋଷାଧ୍ୟକ୍ଷ ଶ୍ରୀ ମହିନ୍ଦର୍ ସିଂ କଲ୍ସି, ଭୁବନେଶ୍ୱର ପେଟ୍ରୋଲିୟମ୍ ଡିଲର ଆସୋସିଏସନ୍ର ସମ୍ପାଦକ ଏସ୍.କେ. ରହମାନ୍ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ । ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି । ରାଜ୍ୟ ସଚିବାଳୟର ନବନିଯୁକ୍ତ ତାଲିମ ଗ୍ରହଣକାରୀ ଉପବିଭାଗୀୟ ଅଧିକାରୀମାନେ ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଆସିଥିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି କହିଲେ ଯେ ବିଧାନସଭାର କାର୍ଯ୍ୟାବଳୀକୁ ସୁନିଶ୍ଚିତ ତଥା ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ପ୍ରଣୀତ ହୋଇଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ । ଶାସକ ଓ ଶାସିତମାନଙ୍କ ମଧ୍ୟରେ ସୁନ୍ଦର ସମନ୍ୱୟ କ୍ଷେତ୍ରରେ ଅଧିକାରୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଚାକିରି ଜୀବନରେ ଅନୁଭୂତି ଓ ଅଭିଜ୍ଞତା ଅର୍ଜନ କରିବା ପାଇଁ ସୁଯୋଗ ମିଳିଥାଏ । ଏହି ସୁଯୋଗର ସଦ୍ବ୍ୟବହାର କରି ଜନସାଧାରଣ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାରେ ସମସ୍ତେ ଦାୟିତ୍ୱବାନ୍ ହୋଇ କାର୍ଯ୍ୟ କରିବା ଦରକାର । ତା’ହେଲେ ଯାଇ ରାଜ୍ୟର ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରିବ ବୋଲି ବାଚସ୍ପତି ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ, ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର ଓ ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଭିତରକାଠ ପାଖରେ ଜଣେ ଛୋଟ ପିଲା ବାନ୍ତି କରିବାରୁ ବଡ଼ ମହାସ୍ନାନ କରାଯାଇଛି। ବଡ଼ ମହାସ୍ନାନ ଯୋଗୁଁ ବନ୍ଦ ରହିବ ସାଧାରଣ ଦର୍ଶନ। ଦେଢ଼ ଘଣ୍ଟା ଧରି ପ୍ରଭାବିତ ହେବ ସାଧାରଣ ଦର୍ଶନ। ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହେବ ଅନ୍ୟାନ୍ୟ ନୀତି।
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଫଡବ୍ଲୁଏ ବା ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବା କ୍ଷେତ୍ରରେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇଛି। ୭୪ ଲକ୍ଷରୁ ଅଧିକ ଗ୍ରାହକ ଜିଓର ଏଫଡବ୍ଲୁଏ ସେବା ସହିତ ଯୋଡି ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ। ରିଲାଏନ୍ସ ଜିଓ ଏବେ ଆମେରିକାର ଟି-ମୋବାଇଲ କମ୍ପାନୀକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି। ରିଲାଏନ୍ସ ଜିଓ ଏଫଡବ୍ଲୁଏ ଅର୍ଥାତ୍ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ଅଧୀନରେ ଜିଓଏୟାରଫାଇବର ସେବା ପ୍ରଦାନ କରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ତ୍ରୈମାସିକ ଫଳାଫଳ ଘୋଷଣା ଅବସରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜିଓଏୟାରଫାଇବର ସହିତ ଜିଓଫାଇବର ମଧ୍ୟ ବେଶ ଭଲ ପ୍ରଦର୍ଶନ କରୁଛି। ଜିଓ ଦୁଇ କୋଟିରୁ ଅଧିକ ଘର ଓ ପରିସରକୁ ହାଇସ୍ପିଡ଼ ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିଛି। କମ୍ପାନୀ ୫ଜି କ୍ଷେତ୍ରରେ ମଧ୍ୟ ବେଶ ଦ୍ରୁତ ଗତିରେ ଗ୍ରାହକ ଯୋଡିଛି। ୨୧ କୋଟି ୩୦ ଲକ୍ଷରୁ ଅଧିକ ଗ୍ରାହକ ଜିଓ ଟ୍ରୁ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଆର୍ଥିକ ପ୍ରଦର୍ଶନରେ ମଧ୍ୟ କମ୍ପାନୀ ଅନେକ ରେକର୍ଡ ସ୍ଥାପନ କରିଛି। ଜିଓର ଆରପୁ ବା ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ ୨୦୮.୭ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ, କମ୍ପାନୀର ତ୍ରୈମାସିକ ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୪.୮ ପ୍ରତିଶତ ବୃଦ୍ଧି ପାଇ ୭,୧୧୦ କୋଟି ଟଙ୍କାରେ ପହଞ୍ଚିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀର ଆର୍ଥିକ ଫଳାଫଳ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ "ଆମର ଡିଜିଟାଲ୍ ସେବା ବ୍ୟବସାୟ ନିରନ୍ତର ଦୃଢ଼ ଆର୍ଥିକ ଏବଂ ପରିଚାଳନାଗତ ପ୍ରଦର୍ଶନ ସହିତ ଏହାର ବଜାର ସ୍ଥିତିକୁ ଆହୁରି ମଜବୁତ କରିଛି। ମୋବାଇଲ ସେବା, ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ୍ ସଂଯୋଗ, କ୍ଲାଉଡ୍ ଏବଂ ସ୍ମାର୍ଟ ହୋମ୍ସରେ ଜିଓର ବିବିଧ ସେବା ଏହାକୁ ଏକ ବିଶ୍ୱସ୍ତ ଭାରତୀୟ ପ୍ରଯୁକ୍ତିବିଦ୍ୟା ଗ୍ରାହକ ଅଂଶୀଦାର ଭାବରେ ସ୍ଥାପିତ କରିଛି।" ତ୍ରୈମାସିକ ଫଳାଫଳରେ, କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ୩୦ ଜୁନ୍, ୨୦୨୫ ସୁଦ୍ଧା, ମୋଟ ୪୯ କୋଟି ୮୧ ଲକ୍ଷରୁ ଅଧିକ ଗ୍ରାହକ ଜିଓ ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଏହି ତ୍ରୈମାସିକରେ, କମ୍ପାନୀ ନେଟ୍ ଆଧାରରେ ୯୯ ଲକ୍ଷ ନୂତନ ଗ୍ରାହକ ଯୋଡିଛି। ଜିଓ ଗ୍ରାହକମାନେ ପୁଣି ଥରେ ଏହି ତ୍ରୈମାସିକରେ ବ୍ୟାପକ ଡାଟା ବ୍ୟବହାର କରିଛନ୍ତି, ଯାହା ଟେଲିକମ କ୍ଷେତ୍ରରେ ସର୍ବାଧିକ ରହିଛି। ପ୍ରତି ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ୩୭ ଜିବି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଜିଓର ମୋଟ ଡାଟା ଟ୍ରାଫିକ୍ ମଧ୍ୟ ୨୪ ପ୍ରତିଶତ ଅଭିବୃଦ୍ଧି ସହିତ ୫୪.୭ ବିଲିୟନ ଜିବିରେ ପହଞ୍ଚିଛି।
ଭୁବନେଶ୍ବର: ସଂସଦର ମୌସୁମି ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ। ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା ନେଇ ନାରାବାଜି ହୋଇଛି। ପ୍ରବଳ ହଟ୍ଟଗୋଳ ଭିତରେ ଚାଲିଲା ପ୍ରଶ୍ନକାଳ।
କେନ୍ଦୁଝର: କାଉଡ଼ିଆଙ୍କ କାର୍କୁ ଧକ୍କାଦେଲା ଅଜଣା ଗାଡ଼ି। ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡଡୁଆଁବାହାଳ ନିକଟରେ ଦୁର୍ଘଟଣା ଘଟିଛି। ପାଣି ଢାଳି ଆସୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି।