ମୟୁରଭଞ୍ଜରେ ୨ଟି ବାଲି ବୋଝେଇ ଟ୍ରକ ଜବତ
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାରେ ୨ଟି ୧୨ ଚକିଆ ବାଲି ବୋଝେଇ ଟ୍ରକ ଜବତ କରିଛି ପୋଲିସ। ଆସନବଣି ଓ ପାଟବିଲ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି।
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାରେ ୨ଟି ୧୨ ଚକିଆ ବାଲି ବୋଝେଇ ଟ୍ରକ ଜବତ କରିଛି ପୋଲିସ। ଆସନବଣି ଓ ପାଟବିଲ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଖୋଲାଯାଇଛି ରେଙ୍ଗାଲି ଜଳଭଣ୍ଡାରର ଗେଟ୍। ଫଳରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି। ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି। ଦାମନପୁର, ବଳଭଦ୍ରପୁର, ଶ୍ରୀରାମପୁର, ଉଦୟପୁର ଭଳି ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ତେବେ ଡଙ୍ଗା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ଭୁବନେଶ୍ୱର:: କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ୧୦ ବର୍ଷର ବାଳକ କ୍ଷିରୋଦ ଜାମୁଡ଼ାଙ୍କୁ ନୂଆ ଜୀବନ ମିଳିଛି। ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରେ କ୍ଷିରୋଦ ଏକ ସଡ଼କ ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିଲେ । କ୍ଷିରୋଦଙ୍କୁ ପ୍ରଥମେ ହରିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଗଲାପରେ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଟ୍ରମା କେନ୍ଦ୍ରକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଟ୍ରମା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ପରେ ଚିକିତ୍ସକମାନେ ତାଙ୍କ ଦେହରେ ହିମୋଗ୍ଲୋବିନ ମାତ୍ରା କମ ଥିବାର ଲକ୍ଷ୍ୟ କରିଥିଲେ। ତେଣୁ, ବିଶେଷଜ୍ଞ ଡାକ୍ତରମାନେ ତାଙ୍କୁ ଆବଶ୍ୟକୀୟ ଆଶୁ ଚିକିତ୍ସା ଦେଇଥିଲେ । ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ମାନକ ଗୁଡିକ ଅସ୍ତ୍ରୋପଚାର ସ୍ଥିତିକୁ ଆସିଲା ପରେ ଅର୍ଥୋପେଡିକ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିପାଇଁ ଅର୍ଥୋପେଡିକ ପ୍ରଫେସର ଅଶୋକ କୁମାର ନାୟକ, ଆନେସ୍ଥେସିଆ ପ୍ରଫେସର ଦେବାଶିଷ ସ୍ୱାଇଁ, ଡାକ୍ତର ଅନନ୍ତ ନାରାୟଣ ପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ନାୟକଙ୍କୁ ନେଇ ଏକ ବିଶେଷଜ୍ଞ ଟିମ ଗଠନ କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ଏବେ କ୍ଷିରୋଦଙ୍କୁ ଟ୍ରମା କେୟାର ଆଇସିୟୁରେ ୨୪ ଘଣ୍ଟିଆ ନିରୀକ୍ଷଣ ପାଇଁ ରଖାଯାଇଛି । ବିଶେଷଜ୍ଞ ଟିମ କ୍ଷିରୋଦଙ୍କର ଅସ୍ତ୍ରୋପଚାର ପରବର୍ତ୍ତୀ ସ୍ଥିତି ନେଇ ଆତ୍ମସନ୍ତୋଷ ବ୍ୟକ୍ତ କରିବା ସହ ସେ ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ସ୍ଥାପିତ ଓ ପରିଚାଳିତ ହେଉଛି ।
ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ପକ୍ଷରୁ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୟୂରଭଞ୍ଜର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଖୋଲିବ। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ମିଳିଛି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାସିକ ହଷ୍ଟେଲ୍ ଫି' ୨ ହଜାର ଟଙ୍କା ଛାଡ଼ ନିଷ୍ପତ୍ତି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।
ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଅନୁକମ୍ପା ଘୋଷଣା କଲେ ଓଡ଼ିଶା ସରକାର। ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ମିଳିବ ସହାୟତା। ମୃତ୍ୟୁ କ୍ଷେତ୍ରରେ ସମ୍ପର୍କୀୟଙ୍କୁ ୨ ଲକ୍ଷ, ଅକ୍ଷମତା ହେଲେ ୧ ଲକ୍ଷ ମିଳିବ। ୱାର୍ଡ ମେମ୍ବରଙ୍କଠୁ ଜିଲ୍ଲା ପରିଷଦ ସଭାପତି ସମସ୍ତଙ୍କୁ ମିଳିବ ସହାୟତା।
ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବନ୍ଦକୁ ନେଇ ଭୁବନେଶ୍ୱର ଓ କଟକରେ ୮୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ପାଳନ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି। ସାରା ରାଜ୍ୟରେ ସୁରକ୍ଷା ବଢ଼ିଛି। ବିଶେଷ କରି ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର, ସମ୍ବଲପୁର, ବାଲେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କଂଗ୍ରେସ ସହ ୮ଟି ବିରୋଧୀ ଦଳ ଏହି ବନ୍ଦ ପାଳନ କରୁଛନ୍ତି। ସକାଳୁ ସାରା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱର ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ। ଜୟଦେବ ବିହାର, ଆଚାର୍ଯ୍ଯ ବିହାର ଓ ରସୁଲଗଡ଼ ନିକଟ ଜାତୀୟ ରାଜପଥରେ ସହ ସହ ଗାଡ଼ି ଅଟକିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। କଟକ ନେତାଜୀ ବସ୍ ଟର୍ମୀନାଲରେ ସମସ୍ତ ବସ୍ ବନ୍ଦ ରହିଛି। ସେପଟେ ଭଦ୍ରକ ରେଳ ଷ୍ଟେସନରେ ଭଦ୍ରକ - ଦଶପଲ୍ଲା ମେମୁ ଟ୍ରେନ ଅଟକାଇଲେ ବନ୍ଦ ସମର୍ଥକ। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ବସ୍ ଚଳାଚଳ ବନ୍ଦ ରହିଛି।
ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ ସେନେଇ ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ବିଷୟରେ ଆଲୋଚନା କରାଯାଇଛି । ଏଥି ସହିତ ଭୁବନେଶ୍ୱର ସହରର ଦୃଢ଼ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ କମ୍ପ୍ରେସିଭ ମୋବିଲିଟି ପ୍ଲାନ, ରେଳ- ସଡ଼କ ପରିବର୍ତ୍ତନ ପଥ ବିଷୟରେ ବୈଠକରେ ଆଲୋଚନା କରାଯାଇଛି । ଜନସାଧାରଣଙ୍କ ହିତ ଓ ଟ୍ରାଫିକ ଡ଼ିକଞ୍ଜେକ୍ସନକୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର ସିଇଓ କଲ୍ୟାଣ ପଟ୍ଟନାୟକ, ବିକାଶ କୁମାର, ପ୍ରମିତ ଗର୍ଗ ପ୍ରମୁଖଙ୍କ ସହ ଆଲୋଚନା କରାଯାଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ନଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ବୈଠକରେ ଉପସ୍ଥିତ ନିଜର ମତାମତ ଉପସ୍ଥାପନ କରିଥିଲେ ।