ରାସ୍ତାରେ ଜଳିଗଲା କାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଚମଖଣ୍ଡି ନିକଟରେ କାର ପଛରେ ଧକ୍କା ଦେଲା ଆଉ ଏକ କାର। ଦୁର୍ଘଟଣା ପରେ ଜଳିଗଲା ଦୁଇଟି କାର। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଚମଖଣ୍ଡି ନିକଟରେ କାର ପଛରେ ଧକ୍କା ଦେଲା ଆଉ ଏକ କାର। ଦୁର୍ଘଟଣା ପରେ ଜଳିଗଲା ଦୁଇଟି କାର। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।
ଭୁବନେଶ୍ୱର: ଆଜି ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ଓଡ଼ିଶା ସରକାର। ୧୯୭୫ ମସିହା ଜୁନ ୨୫ରେ ଭାରତରେ ଜରୁରୀକାଳୀନ ସ୍ଥିତି ଲାଗୁ ହେବାର ୫୦ ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଳନ ହେବ ଏହି ଦିବସ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।
ପୁରୀ: ପୁରୀ ଶ୍ରୀମନ୍ଦିର ଗାରଦରୁ ଦଶମୂଳ ମୋଦକ ଚୋରି ହୋଇଛି। ଏ ନେଇ କ୍ଷୋଭ ପ୍ରକାଶ କଲେ ବଳଭଦ୍ରଙ୍କ ବାଡଗ୍ରାହୀ। ମୋଟ ୩୧୩ଟି ମୋଦକରୁ ୭୦ଟି ମୋଦକ ଚୋରି ହୋଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡଗ୍ରାହୀ। ଅମୁଣିଆ ମୋଦକ ଚୋରିର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲେଖିଲେ ଚିଠି। ଉପମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ମଧ୍ୟ ଲେଖିଲେ ଚିଠି କରାଯାଇଛି। ମାରା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ କରାଗଲା କଲେ ପ୍ରଶ୍ନ। କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର।
ଭୁବନେଶ୍ୱର: ଭୁବନେଶ୍ବର ରେ ଇ ପି ଏ ଉଇକ୍ଲି ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି।ସେ କିଛି ଦିନ ଧରି ଅସୁସ୍ଥ ଥିବା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ।ଗତକାଲି ରାତ୍ରି ରେ ଖାଇ ପିଇ ସୋଇଥିଲେ କିନ୍ତୁ ସକାଳ ହେବା ପରେ ସେ ଆଉ ଉଠି ନଥିଲେ।ପରିବାର ଲୋକ ତାଙ୍କୁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ରେ ସମ୍ପନ୍ନ ହୋଇଥିଲା।ଏହାପରେ ଆଜି ସନ୍ଧ୍ୟାରେ ଫଟୋ ସାମ୍ବାଦିକମାନଙ୍କ ପକ୍ଷରୁ ଡ଼ଟ୍ କମ୍ ଠାରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅନେକ ସାମ୍ବାଦିକ ଓ ଫଟୋ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପୁରୀ,: ଆସନ୍ତା ଜୁନ ୨୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀସ୍ଥିତ ଟାଉନ୍ହଲ୍ ପରିସରରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଟାଉନ ଥାନାରେ ସ୍ଥାପନ କରାଯିବ । ଏହା ସହ Artificial Intelligence କ୍ୟାମେରା ସହରର ବିଭିନ୍ନ ସ୍ଥାନରେ ଲଗାଯିବ। ବିଶେଷ କରି ଉତ୍ତରା ଛକରୁ ଆରମ୍ଭ କରି ପୁରୀ ,ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି । ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ ବୋଲି ଡିଜିପି କହିଛନ୍ତି। ଏହା ସହ ନିଜର ଦାୟିତ୍ବକୁ ସଠିକ ଭାବେ ସମ୍ପାଦନ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୋଲିସ ବାହିନୀକୁ ନିଜର ବାସସ୍ଥଳୀ, ଏବଂ ଆଖପାଖ ଅଞ୍ଚଳର ପରିବେଶକୁ ପରିଷ୍କାର, ପରିଚ୍ଛନ ତଥା ସ୍ୱଛ ରଖିବାକୁ ପରାମର୍ଶ ଦେବା ସହ ଖାଦ୍ୟ ଓ ପାନୀୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚେ ରଥଯାତ୍ରା ସମୟରେ କର୍ତ୍ତବ୍ଯନିଷ୍ଠ ତଥା ଦାୟିତ୍ଵସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍ରେ ରହୁଥିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ଵ ବହୁମାତ୍ରାରେ ବଢି ଯାଇଥାଏ। କୌଣସି ଅଘଟଣକୁ ଏଡାଇବା ପାଇଁ ବମ୍ ଡିସ୍ପୋଜାଲ୍ ସ୍କ୍ବାର୍ଡ, ପୁରୀର ପ୍ରବେଶ ପଥରେ ଆଣ୍ଟିଟେରୋରିଷ୍ଟ ସ୍କ୍ବାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ କୋଚେ ପରାମର୍ଶ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ୍ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଶୃଙ୍ଖଳିତ ରଥଯାତ୍ରା ସମାପ୍ତ କରିବା ନିମନ୍ତେ ପୋଲିସ୍ ପ୍ରଶାସନର ଅଧିକାରୀ/ କର୍ମଚାରୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କୌଣସି ଅଘଟଣକୁ ପ୍ରତିହତ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ସଜାଗ ରହିଥିବା ସମ୍ପର୍କରେ ଶ୍ରୀ ସଞ୍ଜୟ କୁମାର ମତବ୍ୟକ୍ତ କରିଥିଲେ । ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଯୋଗଯୋଗ) ଶ୍ରୀ ଦୟାଲ ଗଙ୍ଗୱାର, ଟ୍ରାନ୍ସପୋର୍ଟ କମିଶନର ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କାରାଗାର) ଶ୍ରୀ ଅମିତାଭ ଠାକୁର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡଙ୍ଗୀ, ଆଇଜିପି (ଅପରେସନ) ଡ଼. ଦୀପକ କୁମାର, ଆଇଜିପି (ଟ୍ରେନିଂ) ଶ୍ରୀ ଅନୁପ କୁମାର ସାହୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ । । ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ପୁରୀ ଏସ୍ପି ଶ୍ରୀ ଭିନୀତ ଅଗ୍ରୱାଲ ଡିଜିପି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ଵାଗତ କରିଥିଲେ । ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ଏସ. ପ୍ରବୀଣ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଆଇଜି ( ଉତ୍ତର କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟବ୍ରତ ଭୋଇ, ଡି.ଆଇ.ଜି.ପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡି.ଆଇ.ଜି.ପି (ଏସଆଇଡବ୍ଲୁ) ଶ୍ରୀ କେ. ବିଶାଲ ସିଂହ, ଡି.ଆଇ.ଜି.ପି (ଏସଟିଏଫ) ଶ୍ରୀ ପିନାକ ମିଶ୍ର, ଡି.ଆଇ.ଜି.ପି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର, ଏସପି (ରେଲୱେ), କଟକ ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ପାଟଣା : କେନ୍ଦୁଝର ଜିଲ୍ଲାରେ ତେଲ ନଦୀ ପୋଲ ଉପରେ ପ୍ରବାହିତ ହୋଇଛି ବନ୍ୟାଜଳ। ଦାମହୁଡ଼ା-ଠାକୁରମୁଣ୍ଡା ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ପାଣି ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଭୁବନେଶ୍ୱର : ଆଜି ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବିଭିନ୍ନ ସମୟରେ ଅପରାଧୀମାନେ ଟ୍ରେନ ଯୋଗେ ଗଞ୍ଜେଇ, ଅଫିମ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି। ଏ ଭଳି ନିଶା ଦ୍ରବ୍ୟ ବୋଝେଇ ଏବଂ ଓଲ୍ହା ଯାଉଥିବା ଷ୍ଟେସନକୁ ଚିହ୍ନଟ କରି ବିହିତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଜ୍ୟର ଯେଉଁ ଷ୍ଟେସନ ଗୁଡିକରେ ସିସିଟିଭି ନାହିଁ, ସେଠାରେ ସିସିଟିଭି ଲଗା ଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ସିସିଟିଭି ଗୁଡିକର ସମୟ ଅବଧି ବୃଦ୍ଧି କରାଯିବା ଉପରେ ଡିଜିପି ଗୁରୁତ୍ୱ ଦେଇଥିଲେ। . ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲା ମଧ୍ୟ ଦେଇ ରେଳ ଲାଇନ ଯାଇଛି। ଭବିଷ୍ୟତରେ ମାଓବାଦୀ ମାନେ ଏହି ରେଳ ଲାଇନକୁ ମଧ୍ୟ ଟାର୍ଗେଟ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆରପିଏଫ ଓ ଜିଆରପି ଉପଯୁକ୍ତ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଥିଲେ। ବିଭିନ୍ନ ସମୟରେ କିଛି ସ୍ଥାନରେ ଚଳନ୍ତା ଟ୍ରେନ ଉପରକୁ ଢେଲା ପଥର ଫିଙ୍ଗିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ। ଏ ଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ଆଲୋଚନା ହୋଇଥିଲା। ଏହା ସହ ଜିଆରପିର ପୋଲିସ ଅଧିକାରୀଙ୍କୁ ସାଇବର ଅପରାଧ ମୁକାବିଲା ସଂକ୍ରାନ୍ତରେ ସାଇବର ବିଶେଷଜ୍ଞ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ଚଳନ୍ତା ଟ୍ରେନ ଏବଂ ଷ୍ଟେସନ ଗୁଡିକରେ ପକେଟ ମାର, ଚୋରି, ଛିନତାଇ, ଲୁଟ କରୁଥିବା ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀଙ୍କ ଫୋଟଗ୍ରାଫ ରେଳ ଷ୍ଟେସନ ଓ ରେଳବାଇ ଥାନା ସମ୍ମୁଖରେ ଲଗା ଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସେମାନଙ୍କ ଫୋଟଗ୍ରାଫକୁ ଆରପିଏଫକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କ ଫୋଟୋ ସର୍ବସାଧାରଣ ସ୍ଥାନରେ ଲଗା ଯାଇ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନର ଆୟୋଜନ ସରକାର କରିଥାନ୍ତି। ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଟ୍ରେନ ପୁରୀ ଅଭିମୁଖେ ଯାତ୍ରା କରିବ। ସେଥିପାଇଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ଦୃଷ୍ଟିରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏହା ବ୍ୟତୀତ ବିଭିନ୍ନ ସମୟରେ ଟ୍ରେନ ମାଧ୍ୟମରେ ମାନବ ଚୋରା ଚାଲାଣ ରୋକିବାକୁ ରେଳବାଇ, ରେଳବାଇ ଥାନା, ରେଳ ସୁରକ୍ଷା ବଳ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୂର୍ବ ତଟ ରେଳବାଇ ଆଇଜି ଶ୍ରୀ ଆଲୋକ ଭୋରା, ଦକ୍ଷିଣ ପୂର୍ବ ରେଳବାଇ ଆଇଜି ଶ୍ରୀ ସଞ୍ଜୟ ମିଶ୍ର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆଇଜି ମୁନୱାର ଖୁର୍ଷିଦ, ଖୋର୍ଦ୍ଧା ଡିଭିଜନର ରେଳ ଉପ ପ୍ରବନ୍ଧକ ଶ୍ରୀ ପ୍ରଦୀପ ବେହେରା, ଶ୍ରୀ ଦିଲ୍ଲୀପ ରଞ୍ଜନ ପାଲ, କେନ୍ଦ୍ରୀୟ ଗୁଇନ୍ଦା ଉପ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, କଟକ ରେଳବାଇ ଏସପି ବିବେକାନନ୍ଦ ଶର୍ମା, ରାଉରକେଲା ରେଳବାଇ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ବରିଷ୍ଠ ରେଳବାଇ ସୁରକ୍ଷା ଅଧିକ୍ଷକ ଶ୍ରୀ ମିଥୁନ ସୋନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଦେଇଥିଲେ ।