ଭୁବନେଶ୍ୱର: ଅଭିଜ୍ଞ ଡାକ୍ତର ମାନକ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମେଡ଼ିସିନ ପରାମର୍ଶ, ଓ ଡେଣ୍ଟିଷ୍ଟ, ରକ୍ତ ପରୀକ୍ଷା, ଆଖି ପରୀକ୍ଷା,ଶ୍ୱାସ ନଳୀ ପରୀକ୍ଷା, ହୋମିଓପାଥି ଡ଼ ରବୀନ କର ଙ୍କ ପରାମର୍ଶ ଅନୁଯାଇ ଔଷଧ ମାଗଣା ବଣ୍ଟନ, କାର୍ଯ୍ୟକ୍ରମ ଆଜି ସକାଳ ୯ଟା ରୁ ୧୨:୩୦ ମି ପର୍ଯ୍ୟନ୍ତ ଡ଼ୁମଡ଼ୁମା ଭୁବନେଶ୍ୱର ଠାରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଓ ଗ୍ଲୋରି ଅସ ଫାଉଣ୍ଡେସନ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୬୫ ଜଣ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡ଼ ନାରାୟଣ ମହାପାତ୍ର, ବିଜୟ ପଣ୍ଡା ଓ ସୁମିତ୍ରା ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଭାବେ ଏକାମ୍ର କ୍ଷେତ୍ର ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭବେ ଯୋଗ ଦେଇଥିଲେ। ଫାଉଣ୍ଡେସନ ର ମହିଳା ସଦସ୍ୟ ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।