ଆଜି ଓ ଆସନ୍ତାକାଲି ରତ୍ନଭଣ୍ଡାର ଗଣତି
ପୁରୀ : ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ଓଡ଼ିଶା ସରକାରଙ୍କ ବ୍ୟବସ୍ଥାବଳି ଅନୁଯାୟୀ ହେବ ଗଣତି। ଏହି ଦୁଇ ଦିନ ଭିତରେ ଶେଷ ହୋଇପାରେ ଗଣତି କାର୍ଯ୍ୟ।
ବାକି ରହିଛି ଝୋବା କଣ୍ଠୀର ଗଣତି କାର୍ଯ୍ୟ।
ପୁରୀ : ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ଓଡ଼ିଶା ସରକାରଙ୍କ ବ୍ୟବସ୍ଥାବଳି ଅନୁଯାୟୀ ହେବ ଗଣତି। ଏହି ଦୁଇ ଦିନ ଭିତରେ ଶେଷ ହୋଇପାରେ ଗଣତି କାର୍ଯ୍ୟ।
ବାକି ରହିଛି ଝୋବା କଣ୍ଠୀର ଗଣତି କାର୍ଯ୍ୟ।
ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ରେ ଆଉ ଏକ ରୋମାଞ୍ଚକର ଅଧ୍ୟାୟ ପାଇଁ ମଞ୍ଚ ପ୍ରସ୍ତୁତ। Odisha T20 League CM Trophyର ଦ୍ୱିତୀୟ ସଂସ୍କରଣରେ ୬ଟି ଫ୍ରାଞ୍ଚାଇଜି ଟାଇଟଲ୍ ପାଇଁ ଲଢ଼େଇ କରିବେ। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଓଡ଼ିଶାରେ କ୍ରିକେଟ୍ ଏବଂ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିଜନ୍ ଓ ସମର୍ଥନକୁ ପ୍ରତିଫଳିତ କରି ଏହି ଲିଗ୍କୁ ‘CM Trophy’ ନାମ ଦିଆଯାଇଛି। ରାଜ୍ୟର ଉଦୀୟମାନ କ୍ରିକେଟର୍ମାନଙ୍କୁ ବଡ଼ ମଞ୍ଚରେ ନିଜ ପ୍ରତିଭା ଦେଖାଇବା ପାଇଁ ଏହି ଲିଗ୍ ଏକ ବଡ଼ ସୁଯୋଗ ଦେବ। ୬ଟି ଟିମ୍ ମଧ୍ୟରେ ଟାଇଟଲ୍ ଲଢ଼େଇ.. ଏଥର ଲିଗ୍ରେ ଅଂଶଗ୍ରହଣ କରିବେ— Cuttack Panthers Bhubaneswar Tigers Rourkela Steelers Keonjhar Miners Puri Titans Sambalpur Warriors ମୋଟ ୧୭ଟି ମ୍ୟାଚ୍ ଖେଳାଯିବ ଏବଂ ଏହା ପୂର୍ବରୁ ସେପ୍ଟେମ୍ବର ୬ରେ Players’ Draft ଅନୁଷ୍ଠିତ ହେବ। ଯୁବ କ୍ରିକେଟର୍ଙ୍କ ପାଇଁ ବଡ଼ ମଞ୍ଚ.. ବାରବାଟୀ ଷ୍ଟାଡିୟମ୍ର ଫ୍ଲଡ୍ଲାଇଟ୍ ତଳେ ପ୍ରତିଯୋଗିତାମୂଳକ T20 କ୍ରିକେଟ୍ ଖେଳିବାର ସୁଯୋଗ ପାଇବେ ଓଡ଼ିଶାର ଯୁବ କ୍ରିକେଟର୍ମାନେ। ଅଭିଜ୍ଞ ଖେଳାଳି, କୋଚ୍ ଏବଂ ଫ୍ରାଞ୍ଚାଇଜି ସମର୍ଥନ ମଧ୍ୟରେ ଖେଳି ଯୁବ ପ୍ରତିଭାମାନେ ମ୍ୟାଚ୍ ଅଭିଜ୍ଞତା ହାସଲ କରିବା ସହ ନିଜ କ୍ୟାରିୟର୍ରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଟୁର୍ଣ୍ଣାମେଣ୍ଟର ଟ୍ରଫି ଅନାବରଣ ସହ ଦ୍ୱିତୀୟ ସଂସ୍କରଣର ଔପଚାରିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବ ସଂସ୍କରଣରେ Cuttack Panthers ଚାମ୍ପିଅନ୍ ହୋଇଥିଲା। ଏଥର ୬ଟି ଟିମ୍ ଟ୍ରଫି ହାତେଇବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବେ। “ଯୁବ ଖେଳାଳିଙ୍କୁ ପ୍ରଦର୍ଶନ, ଶିଖିବା ଓ ବଢ଼ିବାର ସୁଯୋଗ ମିଳିବ” OCA ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, “Odisha T20 League CM Trophy ରାଜ୍ୟର କ୍ରିକେଟିଂ ଇକୋସିଷ୍ଟମ୍କୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ଲକ୍ଷ୍ୟ କେବଳ ଏକ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟ ଆୟୋଜନ ନୁହେଁ, ବରଂ ଏଭଳି ଏକ ପ୍ଲାଟଫର୍ମ ସୃଷ୍ଟି କରିବା, ଯେଉଁଠାରେ ଯୁବ ଖେଳାଳି ପ୍ରଦର୍ଶନ କରିପାରିବେ, ଶିଖିପାରିବେ ଏବଂ ଆଗକୁ ବଢ଼ିପାରିବେ।” IPL ସ୍କାଉଟ୍ଙ୍କ ନଜରରେ ରହିବେ ଓଡ଼ିଆ ଖେଳାଳି.. ଲିଗ୍ରେ ଓଡ଼ିଶାର ଖେଳାଳିଙ୍କୁ ଅଧିକ ପରିଚୟ ଦେବା ଉପରେ ମଧ୍ୟ ଗୁରୁତ୍ୱ ରହିବ। ବାରବାଟୀ ଭଳି ବଡ଼ ଭେନ୍ୟୁରେ ମ୍ୟାଚ୍ ଖେଳିବା ସହ ବ୍ୟାପକ ଦର୍ଶକଙ୍କ ନିକଟରେ ମ୍ୟାଚ୍ ପହଞ୍ଚିବା ଫଳରେ ଯୁବ ଖେଳାଳିଙ୍କ ପ୍ରତି ରାଜ୍ୟ ବାହାରର ଟିମ୍ ଓ ସ୍କାଉଟ୍ଙ୍କ ନଜର ପଡ଼ିପାରିବ। ଟୁର୍ଣ୍ଣାମେଣ୍ଟର Event Partner Zeus Worldcast Private Limited ମ୍ୟାଚ୍ ଓ ବ୍ରଡକାଷ୍ଟ ପରିଚାଳନା କରିବ। ମଲ୍ଟି-କ୍ୟାମେରା ସେଟଅପ୍, ହାଇ-କ୍ୱାଲିଟି ଗ୍ରାଫିକ୍ସ ସହ ଦର୍ଶକଙ୍କୁ ୱାର୍ଲ୍ଡ-କ୍ଲାସ୍ ପ୍ରଡକ୍ସନ୍ ଅନୁଭୂତି ଦେବା ଉପରେ ଗୁରୁତ୍ୱ ରହିବ ବୋଲି Zeus Worldcastର ଡାଇରେକ୍ଟର ଗୁଲଶନ କୁମାର ଝୁରାନୀ କହିଛନ୍ତି। ସେ କହିଛନ୍ତି ଯେ ଅନ୍ୟାନ୍ୟ ଲିଗ୍ରୁ ଅନେକ ଖେଳାଳି ଘରୋଇ T20 କ୍ରିକେଟ୍ରୁ IPL ଏବଂ ପରେ ଜାତୀୟ ଦଳ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ୨୦୨୬ ସିଜନ୍ରୁ ଅତି କମ୍ରେ ଦୁଇଜଣ ଖେଳାଳି ଆଗାମୀ IPL ଅକ୍ସନ୍ରେ ସ୍ଥାନ ପାଇବେ ବୋଲି ଆଶା ରହିଛି। JioHotstar ଓ Tarang TVରେ ପ୍ରସାରଣ.. ଲିଗ୍କୁ ରାଜ୍ୟର ଅଧିକରୁ ଅଧିକ କ୍ରିକେଟ୍ପ୍ରେମୀଙ୍କ ନିକଟରେ ପହଞ୍ଚାଇବା ପାଇଁ JioHotstarରେ National OTT Broadcast ଏବଂ Tarang TVରେ Linear Broadcast ହେବ। ସେପ୍ଟେମ୍ବର ୨୯ ତାରିଖ, ଅର୍ଥାତ୍ ଫାଇନାଲ୍ ଦିନରେ ଗ୍ରାଣ୍ଡ ଫାଇନାଲ୍ ପୂର୍ବରୁ ଏକ ମହିଳା ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ଆୟୋଜିତ ହେବ। ୬ଟି ଫ୍ରାଞ୍ଚାଇଜି, ୧୭ଟି ପ୍ରତିଯୋଗିତାମୂଳକ ମ୍ୟାଚ୍ ଏବଂ ନିଜ ପ୍ରତିଭା ପ୍ରମାଣ କରିବାକୁ ପ୍ରସ୍ତୁତ ଯୁବ କ୍ରିକେଟର୍—Odisha T20 League CM Trophy 2026 କେବଳ ଏକ ଘରୋଇ T20 ଟୁର୍ଣ୍ଣାମେଣ୍ଟ ନୁହେଁ, ଏହା ଓଡ଼ିଶାର ନୂଆ ପିଢ଼ିର କ୍ରିକେଟର୍ଙ୍କ ପାଇଁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉଚ୍ଚସ୍ତରୀୟ କ୍ରିକେଟ୍ ଆଡ଼କୁ ପ୍ରଥମ ପଦକ୍ଷେପ ନେବାର ଏକ ବଡ଼ ମଞ୍ଚ।
ଯାଜପୁର: ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଟ୍ରକ ସାଇଡ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ। ଭୁବନେଶ୍ବରରୁ ବାଲେଶ୍ବର ଯିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା।
ପାଲଲହଡା: ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ୧୯ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ସାନବାଗଦରୀ ଗାଁରେ ବ୍ୟାପୁଛି ସ୍କ୍ରବ ଟାଇଫସ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆକ୍ରାନ୍ତ ସୂଚନା। ଗତକାଲି ପରୀକ୍ଷଣ ୪୩ ନମୂନା ମଧ୍ୟରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ଏମ.ଡି କ୍ରିଏସନ୍ସ ଆଣ୍ଡ ଗ୍ରୁପ୍ ପକ୍ଷରୁ ୩୦ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ “ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ତାନୀ – ସୁରମଇ ଶାମ୍ ବୀର ଶହୀଦୋଁ କୋ ପ୍ରଣାମ” ଶୀର୍ଷକରେ ଏକ ସ୍ୱତନ୍ତ୍ର ଦେଶଭକ୍ତିମୟ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଶର ସେବା କରିଥିବା ସାହସୀ ସୈନିକ ଓ ସହିଦମାନଙ୍କ ବୀରତ୍ୱ ଏବଂ ସର୍ବୋଚ୍ଚ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଭାବେ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସହିତ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଏହି ଅବସରରେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏମ.ଡି କ୍ରିଏସନ୍ସ ଆଣ୍ଡ ଗ୍ରୁପ୍ ଦ୍ଵାରା ଏହି ଦେଶର ସେବା କରିଥିବା ସାହସୀ ସୈନିକ ଓ ସହିଦମାନଙ୍କ ବୀରତ୍ୱ ଏବଂ ସର୍ବୋଚ୍ଚ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଭାବେ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟିର ପଦକ୍ଷେପ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର; କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର DIG (GC) ଶ୍ରୀ ସୁଧାଂଶୁ ସିଂହ; ସୀମା ସୁରକ୍ଷା ବାହିନୀର DIG ଶ୍ରୀ ଦିବାକର କୁମାର; ସନ ସାଇନ ହସ୍ପିଟାଲର ସିଇଓ ଡକ୍ଟର ତାନସେନ୍ ସାମୱେଲ ଏବଂ ପ୍ଲେବ୍ୟାକ୍ ସିଙ୍ଗର ସୁଶ୍ରୀ ଶୈଳଭାମା ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଅଂଶ ଭାବେ ମୁଖ୍ୟ ଅତିଥି କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ଅବସରପ୍ରାପ୍ତ I.G. ଶ୍ରୀ ସୁବ୍ରତ ମିଶ୍ରଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହିଦ ସଞ୍ଜୟ କୁମାର ରଥ, ସହିଦ ସନ୍ତୋଷ କୁମାର ଜେନା, ସହିଦ ମନୋଜ କୁମାର ବେହେରା ଏବଂ ସହିଦ ଦୟାନିଧି ବେହେରାଙ୍କ ସମେତ ଅନ୍ୟ ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ବ୍ୟକ୍ତିଗତ ଏବଂ ଯୁଗଳବନ୍ଦୀ ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ ଲୋକପ୍ରିୟ ଗୀତ ପରିବେଷଣ କରାଯାଇଥିଲା, ଯେଉଁଥିରେ - ମନୋରଞ୍ଜନଙ୍କ ଦ୍ୱାରା ୱାତନ ପେ ଜୋ ଫିଦା ହୋଗା, ସବ୍ୟସାଚୀଙ୍କ ଦ୍ୱାରା ହର କରମ ଅପନା କରେଙ୍ଗେ, ବିଷ୍ଣୁ ଏବଂ ମମତାଙ୍କ ଦ୍ୱାରା ମୌସୁମୀ ଲେକର ହମ୍ ଦିୱାନା ଦିଲ୍, କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ସଙ୍ଗୀତ ପରିବେଷଣ, ଏକ CRPF ଟିମ୍ ଶୋ ଏହାସହିତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ଅନେକ ପ୍ରିୟ ହିନ୍ଦୀ ଗୀତ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ମନୋରଞ୍ଜନଙ୍କ ଦ୍ୱାରା ପ୍ୟାରିସରେ ସନ୍ଧ୍ୟା, ମନୋଜଙ୍କ ଦ୍ୱାରା କସମେ ଭାଦେ ପ୍ୟାର ୱାଫା, ମୌସୁମୀଙ୍କ ଦ୍ୱାରା ନୈନା ବରସେ ରିମଝିମ, ସବ୍ୟସାଚୀଙ୍କ ଦ୍ୱାରା ଚିତ୍ତି ନା କୋଇ ସନ୍ଦେଶ ଇତ୍ୟାଦି ଅନ୍ତର୍ଭୁକ୍ତ। କାର୍ଯ୍ୟକ୍ରମଟି ଏମ ଡି କ୍ରିଏସନ୍ ଆଣ୍ଡ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀମତୀ ମମତା ଦାଶ ଏବଂ ଏମ ଡି କ୍ରିଏସନ୍ ଆଣ୍ଡ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ଦାଶ ସଂଯୋଜନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଗୁଲସନ୍ ନଦିମ ଏବଂ କଲ୍ୟାଣୀ ପଟ୍ଟନାୟକ।
ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠା ଦିବସ ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାକ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ କ୍ରୀଡ଼ା ସାମ୍ବାଦିକ ‘ସମ୍ବାଦ’ର ପ୍ରଫୁଲ୍ଲ କିଶୋର ସାହୁ, ‘ସକାଳ’ର ତୁଷାର କୁମାର ସେନାପତି ଓ ଡିଜିଟାଲ ମିଡିଆ ‘ସ୍ପୋର୍ଟସ ଟୁଡେ’ ଚକ୍ରଧାରୀ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ୧୧ ବର୍ଷ ଧରି ପ୍ରଫୁଲ କ୍ରୀଡ଼ା ସାମ୍ବାଦିକ କରି ଆସୁଛନ୍ତି। ଓଡ଼ିଶାରେ ଆୟୋଜିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସହ କୋଲକାତାରେ ଆଇପିଏଲ୍ ମ୍ୟଚ୍ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ସେହିଭଳି ସକାଳ ଖବରକାଗଜର କ୍ରୀଡ଼ା ସାମ୍ବାଦିକ ତୁଷାର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରିପୋର୍ଟି କରିଛନ୍ତି। ଚକ୍ରଧର ବିଭିନ୍ନ ଖବରକାଗଜରେ କାମ କରିବାରେ ନିଜେ ‘ସ୍ପୋର୍ଟ୍ସ ଟୁଡେ’ ନାମକ ଏକ ଡିଜିଟାଲ୍ ଚ୍ୟାନେଲ୍ ଖୋଲି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ସେ ମଧ୍ୟ ଜଣେ ପୂର୍ବତନ ଖେଳାଳି ହେବା ସହ ଏବେ ଓଡ଼ିଶା ଟେନିସ ଵଲ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହ ‘ନ୍ୟୁଜ୍୧୮ ଓଡ଼ିଆ’ର ବରିଷ୍ଠ କ୍ୟାମେରାମ୍ୟାନ୍ ଗୌରପ୍ରସାଦ ରାଜଗୁରୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବଡିଂ ବିଲ୍ଡିଂ ପ୍ରତିଯୋଗିତା ସହ ମହିଳାମାନଙ୍କ ମଧ୍ୟରେ ଫେସନ୍ ସୋ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍ ସଂଘର ସଭାପତି ସମୀର ମହାନ୍ତି, ଆଇଜି ପୁଲିସ ଊମାଶଙ୍କର ମିଶ୍ର ଓ ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଚିତ୍ତରଞ୍ଜନ ସ୍ବାଇଁ ଓ ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ ।
ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍ର ଶୁଭାରମ୍ଭ ହେବ । ସର୍ବୋପରି, ଏହି ସଦସ୍ୟତା ଅଭିଯାନ “ସମ୍ବନ୍ଧ” ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଯାହାକି ସମବାୟ ସେବାକୁ ସମସ୍ତ ଘରେ ଘରେ ପହଞ୍ଚାଇବାର ପଥ ସୁଗମ କରିବ ଓ ଗ୍ରାମୀଣ ଜୀବନ ଶୈଳୀକୁ ସହଜ ଓ ଉନ୍ନତ କରିବାରେ ସହାୟ ହେବ । ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ । ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ । ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ୭୬ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ୧ତାରିଖ ଦିନ ଆଭାଷୀ ମାଧ୍ୟମରେ ଆଉ ୨୧ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି କମ ମୂଲ୍ୟରେ ଭଡ଼ା ସୂତ୍ରରେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟ କରିପାରିବେ, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକୁ କୃଷି ସେବା କେନ୍ଦ୍ର ରୂପେ ବିକଶିତ କରାଯାଉଛି ଏବଂ ଏଭଳି ୫୦ଟି କୃଷି ସେବା କେନ୍ଦ୍ରର ଶୁଭାରମ୍ଭ ହେବ ।
ଏହା ସହିତ ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା ପାଇଁ ୪୬ଟି ଖାଉଟି କେନ୍ଦ୍ର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ସେବା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦ଟି ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ । ସ୍ୱଚ୍ଛତା ଓ କ୍ଷମତା ବୃଦ୍ଧି ପାଇଁ ପ୍ୟାକ୍ସଗୁଡିକୁ ଜାତୀୟ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ ସଫ୍ଟୱେର୍ (NLPS)ରେ ସାମିଲ କରାଯାଉଥିବା ବେଳେ ୨୦୦ଟି ପ୍ୟାକ୍ସକୁ ମଙ୍ଗଳବାର ଏଥିରେ ସାମିଲ କରାଯିବ । ଅବଶିଷ୍ଟ ସମସ୍ତ ସମିତି ପାଇଁ ଏହି ପ୍ରକ୍ରିୟା ଜାରି ରହିଛି ଓ ଏହା ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂରଣ ହେବ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପରିକଳ୍ପନା ସ୍ବରୂପ ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା ୧୦୦ଟି ମଡେଲ ମଣ୍ଡି ସ୍ଥାପିତ ହେବ । ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା ୩୮ଟି ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ ୨ଟି, ଖୋର୍ଦ୍ଧାରେ ୧ଟି ଏବଂ ପୁରୀରେ ୧ଟି ସମେତ ମୋଟ ୪ଟି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ଆଭାଷୀ ମାଧ୍ୟମରେ ସ୍ଥାପନ କରାଯିବ । ଅବଶିଷ୍ଟ ମଣ୍ଡି ପାଇଁ ସ୍ଥାନ ଚିହ୍ନଟ ସହ ଡିପିଆର ମଧ୍ୟ ଚୂଡ଼ାନ୍ତ ସରିଛି । ଏହା ବ୍ୟତୀତ, କେନ୍ଦ୍ର ସରକାରଙ୍କ ସମବାୟ ବିଭାଗର ‘ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା’ ଅଧୀନରେ ପ୍ରଥମ ଦଫାରେ ନିର୍ମାଣ ହେବାକୁ ଥିବା ୧୯ଟି ଗୋଦାମ ମଧ୍ୟରୁ ୩ଟିର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।
ଗତ ମାର୍ଚ୍ଚ ମାସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ ଅବସରରେ ୧୨ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାସହିତ ରାଜ୍ୟ ପଣ୍ୟାଗାର ନିଗମ (OSWC) ରେ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଚାଷୀ ଭାଇଭଉଣୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରି ଗ୍ରାମାଞ୍ଚଳରେ ସମବାୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସମସ୍ତ ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ଓଡ଼ିଶାର ସମବାୟ ଆନ୍ଦୋଳନକୁ ଆହୁରି ଅଧିକ ଗତିଶୀଳ କରିବା ସହ ଜାତୀୟ ସ୍ତରରେ ଏହାକୁ ଏକ ନୂତନ ପରିଚୟ ପ୍ରଦାନ କରିବ ।