ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଖୀ ପୂର୍ଣ୍ଣିମା ନୀତି
ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଖୀ ପୂର୍ଣ୍ଣିମା ନୀତି। ପୃଥିବୀର ସବୁଠାରୁ ବଡ଼ ରାଖୀ ପିନ୍ଧିବେ ମହାପ୍ରଭୁ। ଅନୁଷ୍ଠିତ ହେବ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି। ରାଖୀ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ।
ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଖୀ ପୂର୍ଣ୍ଣିମା ନୀତି। ପୃଥିବୀର ସବୁଠାରୁ ବଡ଼ ରାଖୀ ପିନ୍ଧିବେ ମହାପ୍ରଭୁ। ଅନୁଷ୍ଠିତ ହେବ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି। ରାଖୀ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ।
ଭୁବନେଶ୍ୱର : ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ଇସ୍ତଫା ଗ୍ରହଣ କରି ଗୃହ ମନ୍ତ୍ରାଳୟକୁ ପଠାଇଲେ ଓଡ଼ିଶା ସରକାର। ୨୦୧୩ ବ୍ୟାଚ୍ର ଆଇପିଏସ ଅଧିକାରୀ ଜଗମୋହନ ମୀନା।
---------------- ରାକ୍ଷୀ ନୁହେଁ ଏହା ଯେ ସୁରକ୍ଷା କବଜ ଭାଈ ସାଥେ ଭଉଣୀର ଭାଈ ହାତେ ବାନ୍ଧି ସ୍ନେହ ପ୍ରୀତିର ଡୋର ଶୁଭ ମନାସଇ ତାର ll ନା ମନଗହୀରେ ପାଉଣା ଆଶା ଜମେ ନା ଯେ ଉପହାର ଚାହେଁ ବିପଦେ ଆପଦେ ଦୁଃଖ ସବୁ ସମୟେ ଭାଈ ତାର ସାହା ହୁଏ ll ନିଆରା ସମ୍ପର୍କ ଯେ ଭାଈ ଭଉଣୀର ପବିତ୍ର ଏଇ ବନ୍ଧନ ଧନ ନୁହେଁ ଶ୍ରଦ୍ଧା ସୁସମ୍ପର୍କ ରହିଲେ ରାକ୍ଷୀର ରହିବ ମନ ll ଦ୍ୱାପର ଯୁଗେ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତେ ଦ୍ରୌପଦୀ ବାନ୍ଧିଲେ ଡୋର କୋଟି ବସ୍ତ୍ର ଦେଇ ଶ୍ରୀକୃଷ୍ଣ ଯେ ରଖିଲେ କୃଷ୍ଣାଙ୍କ ରାକ୍ଷୀର ଭାର ll ରାକ୍ଷୀ ପୂର୍ଣ୍ଣିମାରେ ନିଜ ଭାଈର ହାତେ ଭଉଣୀ ବାନ୍ଧନ୍ତି ରାକ୍ଷୀ ଭାଈର କର୍ତ୍ତବ୍ୟ ଭଉଣୀର ସୁରକ୍ଷା ଜଗା ବଳିଆ ତା ସାକ୍ଷୀ ll *ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକ* *(ଯୁବ କବି ତଥା ଇଂରାଜୀ ଅଧ୍ୟାପକ,ସାଇ ଶ୍ରଦ୍ଧା ମହାବିଦ୍ୟାଳୟ,At- ଅଶୋକ ନଗର,* *ପୋ:/ ଜିଲ୍ଲା :କୋରାପୁଟ *ମୋ:8917319377*
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ୨୭ ଅଗଷ୍ଟ ୨୦୨୬ରେ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ସୁବିଧା ଘୋଷଣା କରିଛି କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) । ମହିଳା ମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ସରକାରଙ୍କ ପ୍ରତିବଦ୍ଧତା l ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ଏହି ସୁବିଧା ଉପଲବ୍ଧ ହେବ । ଏହାଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ । GPS ଆଧାରିତ ବସ୍ ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି । CRUTର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମାନ୍ୟବର ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ CRUTର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ । ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ‘ଜିରୋ ଟିକେଟ୍’ (Zero Ticket) ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ CRUT ପକ୍ଷରୁ ଅନୁରୋଧ କରାଯାଇଛି। ପବିତ୍ର ରକ୍ଷା ବନ୍ଧନ ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ମହିଳାମାନଙ୍କୁ ଆମ ବସ୍ ଯାତ୍ରାର ସାଥୀ କରି ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ CRUT ଆହ୍ୱାନ କରିଛି ।
ଭୁବନେଶ୍ୱର : ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ମିଳିବ କ୍ଷତିପୂରଣ। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଆବଣ୍ଟନ ହୋଇଛି। ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାର ପାଇବେ ଘରବାରି ଓ ଜମି ପଟ୍ଟା। ଆଜି ପ୍ରଥମ ପର୍ଯ୍ୟାୟରେ ୯୬ ପରିବାର ପାଇଲେ ଘରବାରି ଓ ଜମି ପଟ୍ଟା। ବେଳାଭୂମି ସମତୁଲକରଣ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ଅର୍ଜିପଲ୍ଲୀ ବନ୍ଦର ନବୀକରଣ ସହ ଗଢ଼ାହେବ ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର।
ନୂଆଦିଲ୍ଲୀ/ଭୁବନେଶ୍ୱର: ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ପରେ ସେଠାରେ ଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି। କ’ଣ କଲେ ସରକାର? ବିପଦରେ ଥିବା ଓଡ଼ିଆଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ନୂଆଦିଲ୍ଲୀ ଓଡ଼ିଶା ନିବାସଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ହେଲ୍ପଲାଇନ୍ ନମ୍ବର: ସହାୟତା ପାଇଁ ନିମ୍ନଲିଖିତ ନମ୍ବରେ ଯୋଗାଯୋଗ କରିପାରିବେ - 011-23012807 - 7428135044 - 8527580245 କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ନେପାଳରେ ଫସି ରହିଥିବା ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।
ଖୋର୍ଦ୍ଧା:(ଶୁଭେନ୍ଦ୍ର ଶତପଥୀ)ଖୋର୍ଦ୍ଧା ଜିଲା ସରଧାପୁର ଗ୍ରାମର ଅକିକ୍ ୱେଲଫେୟାର ଫାଉଣ୍ଡେଶନର ଅଧ୍ୟକ୍ଷ ମହମ୍ମଦ ରଫିକ ନେତୃତ୍ଵରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ୟା ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବିପନ୍ନ ପରିବାରଙ୍କ ନିକଟରେ ଫାଉଣ୍ଡେଶନର ଏକ ଟିମ୍ ପହଞ୍ଚି ରିଲିଫ ସାମଗ୍ରୀ ସହ ଆବଶ୍ୟକ ଔଷଧ ଓ ପାନୀୟ ଜଳ ବଣ୍ଟନ କରିଛନ୍ତି। ୧୦୦ ପ୍ୟାକେଟ ରାସନ ସାମଗ୍ରୀ ଓ ୫୦୦ ବୋତଲ ବିସ୍ଲେରୀ ପାଣି ବଣ୍ଟନ କରାଯାଇଥିଲା।ସେମାନଙ୍କ ଦୁଃଖ,ଅସୁବିଧା,ବୁଝିବା ସହ ମାନସିକ ସାହସ ଦେଇଥିଲେ। ବନ୍ୟା ବିପର୍ଯ୍ୟୟ ସମୟରେ ଖାଦ୍ୟ ଓ ପାଣି ଭଳି ମୌଳିକ ଆବଶ୍ୟକତା ସହ ଔଷଧର ମଧ୍ୟ ଆବଶ୍ୟକତା ରହିଥିବାରୁ ଫାଉଣ୍ଡେଶନ ପକ୍ଷରୁ ଆବଶ୍ୟକ ମେଡିସିନ ମଧ୍ୟ ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭିନ୍ନ ଅଞ୍ଚଳର ଯୁବକ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ବେଣାପାଞ୍ଜରୀରୁ ମହମ୍ମଦ ଫଜଲୁର ରହମାନ,ଜାଫର ଖାଁ ଓ ଅମଜାତ (ଫାର୍ମାସିଷ୍ଟ) ମକୁନ୍ଦପ୍ରସାଦରୁ ଶେଖ ଅବରାରଉଦ୍ଦିନ ଅହମଦ,ଅବଦୁଲ କରିମ୍ , ତରତୁଆରୁ ମହମ୍ମଦ ଇରଫାନ,ମହମ୍ମଦ ମୁନସୀ ୱାହୀଦ,ସହିଦ, ସରଧାପୁରରୁ ମହମ୍ମଦ ସଇଫୁର,ରଥିପୁର ଗ୍ରାମରୁ ମହମ୍ମଦ ସବିର, ସାଲେପୁର ମୌଲାନା ମୋତିଉଲ୍ଲା ରିଲିଫ ବଣ୍ଟନରେ ସହଯୋଗ କରିଥିଲେ।ବନ୍ୟା ବିପର୍ଯ୍ୟୟରେ ଅନେକ ଲୋକ ନିଜ ଘରଦ୍ୱାର,ଜୀବିକା ଓ ଦୈନନ୍ଦିନ ଜୀବନରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ,ସେମାନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କରିବା ସହ ଦୁଃଖରେ ସାଥୀ ହୋଇଥିବାରୁ ଅକିକ ୱେଲଫେୟାର ଫାଉଣ୍ଡେଶନ ର ଏହି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଫାଉଣ୍ଡେଶନ ର ଅଧ୍ୟକ୍ଷ ମହମ୍ମଦ ରଫିକଙ୍କ ପ୍ରୟାସକୁ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।