• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
23
Mon, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଗଣେଶ ପୂଜା ପାଇଁ ପ୍ୟାସନ କ୍ଲବ ପକ୍ଷରୁ ମାଟି ଅନୁକୂଳ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
02 August 2026

ଭୁବନେଶ୍ୱର : ଚଳିତ ବର୍ଷ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ଉପଲକ୍ଷେ ୟୁନିଟ୍-୪, ଏମ୍.ଏଲ୍.ଏ. କଲୋନୀସ୍ଥିତ ପ୍ୟାସନ କ୍ଲବ ପକ୍ଷରୁ ଆଜି ପୂଜାର ଶୁଭାରମ୍ଭ କରାଯାଇଛି । ସକାଳେ କ୍ଲବର ସଦସ୍ୟମାନେ ଭୁବନେଶ୍ୱର ଉପକଣ୍ଠସ୍ଥ ଭାର୍ଗବୀ ନଦୀର ବାଁକୁଆଳ ପଠାରେ ବିଧିବଦ୍ଧ ପୂଜାର୍ଚ୍ଚନା କରି ନଦୀରୁ ପବିତ୍ର ମାଟି ଅନୁକୂଳ କରିଥିଲେ । ଏହାପରେ ଚଳିତ ବର୍ଷର ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା I ସନ୍ଧ୍ୟାରେ ଆୟୋଜିତ ପ୍ରସ୍ତୁତି ବୈଠକରେ କ୍ଲବର କାର୍ଯ୍ୟକାରୀ ସଦସ୍ୟ, ସାଧାରଣ ପରିଷଦ ସଦସ୍ୟ ଏବଂ ଉପଦେଷ୍ଟାମାନଙ୍କ ଉପସ୍ଥିତିରେ ଗତ ବର୍ଷର ପୂଜାର ସଫଳତା ଓ ଚଳିତ ବର୍ଷର ପୂଜା ଆୟୋଜନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଗଣେଶ ପୂଜାକୁ ଭବ୍ୟ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ଆୟୋଜନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା I ଆଜିର ମାଟି ଅନୁକୂଳ ଓ ପ୍ରସ୍ତୁତି ବୈଠକରେ କ୍ଲବର ଉପଦେଷ୍ଟା ନରେନ ସାହୁ,ଡ଼ ନାରାୟଣ ମହାପାତ୍ର ଓ ମନୋଜ ରାଉଳ, କ୍ଲବର ସଭାପତି ତପନ ପଲ୍ଲଇ, ଉପ-ସଭାପତି ପ୍ରଶାନ୍ତ ବଡୁ, ସହ-ସମ୍ପାଦକ କେଦାର ମହାରଣା, କୋଷାଧ୍ୟକ୍ଷ ଗୋପାଳ ଦାସ, ସଂଯୋଜକ ଅଶ୍ବିନୀ କରଙ୍କ ସମେତ କ୍ଲବର ବହୁ କାର୍ଯ୍ୟକାରୀ ଓ ସାଧାରଣ ସଦସ୍ୟ ଉପସ୍ଥିତ ଥିଲେ ।

powered by social2s

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି

Details
Odia Ray Admin
ଓଡିଶା
02 August 2026

ଭୁବନେଶ୍ୱର : ଆସନ୍ତା ୪ ଓ ୫ରେ ଓଡ଼ିଶାର ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ଲାଗି ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି। ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ରହିବ କଟକଣା। ଭାରୀ, ହାଲୁକା ଓ ଦୁଇଚକିଆ ଯାନ ଚଳାଚଳ ଉପରେ ଲାଗିଛି କଟକଣା। ୪ ତାରିଖ ସକାଳେ ରାଷ୍ଟ୍ରପତି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବେ। କାର୍‌ରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବେ। ୪ରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ଓ ୫ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍‌ରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି।

powered by social2s

ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ: ନିଶାମୁକ୍ତ ହୁଅନ୍ତୁ, ବିକଶିତ ଭାରତ ଗଢ଼ନ୍ତୁ

Details
Odia Ray Admin
ଓଡିଶା
02 August 2026

ନୂଆଦିଲ୍ଲୀ: ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ନିଶା କାରବାର ଓ ନିଶା ସେବନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଯୁବର୍ଗ ହିଁ ସମାଜର ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ। ସେ ଆହୁରି କହିଲେ, "ନିଶା ବାପାମାଆଙ୍କ ସ୍ୱପ୍ନ ଛାରଖାର କରିଦିଏ, ମା' କୋଳ ଖାଲି କରିଦିଏ। ନିଶା ଦ୍ୱାରା ରାଷ୍ଟ୍ର ଶକ୍ତି ଦୁର୍ବଳ ହୋଇଥାଏ।" ଯୁବପିଢ଼ି ନିଶାଠାରୁ ଦୂରରେ ରହି ଭଲ ମଣିଷ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ପଡ଼ୋଶୀ ଦେଶମାନେ ନିଶାର ଜାଲ ବିଛାଉଥିବା ନେଇ ସତର୍କ କରାଇ ମୋଦି କହିଛନ୍ତି, "ଡ୍ରଗ୍ସ ଦ୍ୱାରା ହେଉଥିବା କ୍ଷତିକୁ ଯୁବପିଢ଼ି ବୁଝନ୍ତୁ। ନିଶା ଯୁବ ସଂକଳ୍ପକୁ ମାରିଦିଏ, ଏଥିରୁ ନିବୃତ୍ତ ରୁହନ୍ତୁ।"

powered by social2s

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ; ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Details
Odia Ray Admin
ଓଡିଶା
01 August 2026

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ପରିଦର୍ଶନ ପରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି। ପରିସ୍ଥିତି ଧିରେ ଧିରେ ସୁଧୁରୁଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି। ଏଥିସହିତ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ବନ୍ୟା ପରିସ୍ଥିତି ଉପରେ ତାଙ୍କର ସମ୍ପୂର୍ଣ୍ଣ ନଜର ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି । ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ମଧ୍ୟ Zero Casualty କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦ୍ୱାରା ପ୍ରଭାବିତ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୧୭ଟି ODRAF, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବାଦଳ ସାମିଲ ଅଛନ୍ତି। ୭୦୦ଟି ଆଶ୍ରୟ ସ୍ଥଳ ଓ ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା, ପିଇବା ପାଣି ଓ ଡାକ୍ତରୀ ସେବାର ବ୍ୟବସ୍ଥା କରାଯାଇଛି। ଏ ସମସ୍ତ ଜିଲ୍ଲା ଗୁଡିକରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ସେ କହିଥିଲେ। ବନ୍ୟା ପ୍ରପୀଡିତଙ୍କ ସହାୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧାଖାଦ୍ୟ, ପିଇବା ପାଣି ଓ ଔଷଧ ଆଦି ଯୋଗାଇଦିଆଯାଉଛି। କ୍ଷତିଗ୍ରସ୍ତ ରାସ୍ତାଗୁଡିକୁ ମଧ୍ୟ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରି ବନ୍ୟା ପରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଯେପରି ନଉପୁଜେ ସେଥିପାଇଁ ମଧ୍ୟ କଡା ନଜର ରଖାଯାଇଛି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ ଓ ଉଚିତ ପଦକ୍ଷେପ ଯୋଗୁ ବନ୍ୟାଜନିତ ବଡ କ୍ଷୟକ୍ଷତିକୁ ରୋକାଯାଇ ପାରିଛି ବୋଲି ସେ କହିଥିଲେ।

powered by social2s

ଓଡ଼ିଶାରେ ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ'ର ଶୁଭାରମ୍ଭ

Details
Odia Ray Admin
ଓଡିଶା
02 August 2026

ଭୁବନେଶ୍ୱର : ‘ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat) ଦ୍ୱାରା ପରିଚାଳିତ, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ବୋଧିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଦେଖିଥିଲେ। ରାଜ୍ୟପାଳ ଡଃ କମ୍ଭମପାଟି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶପଥପାଠ କରାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଯୁବପିଢ଼ିକୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ କଳିଙ୍ଗ ଷ୍ଟାଡିୟମରୁ ଏକ ଓଜସ୍ୱୀ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାଶକ୍ତର ଶ୍ରେଷ୍ଠ ବିକଳ୍ପ ଭାବେ ବାଛିନେବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ କ୍ରୀଡ଼ା ଆବୋଡ୍ ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳପଡ଼ିଆ ଓ କ୍ଲାସରୁମ୍‌କୁ ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ; ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ ଓ ବିଶେଷ କରି ଯୁବପିଢ଼ି ନିଜେ ଏହି ଆନ୍ଦୋଳନର ବାର୍ତ୍ତାବହ ହୋଇ ବାହାରିଲେ ହିଁ ଏହା ଏକ ଯୁଗାନ୍ତକାରୀ ‘ଜନ-ଆନ୍ଦୋଳନ’ରେ ପରିଣତ ହୋଇପାରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ୧୦୦ ସପ୍ତାହ ଅର୍ଥାତ ଦୁଇ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ-ଆନ୍ଦୋଳନ। ସୂଚନା ଯୋଗ୍ୟଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସୀ ଉପସ୍ଥିତିରେ ଦେଶର ୧୦,୦୦୦ ରୁ ଅଧିକ ସ୍ଥାନରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଏକତ୍ରିତ ହୋଇ ଏକ ସୁସ୍ଥ, ଶୃଙ୍ଖଳିତ, ସଂସ୍କାରପୂର୍ଣ୍ଣ ଓ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ ଯେ, ୨୦४୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ‘Gen Z’ ପିଢ଼ି ଓ ଯୁବଶକ୍ତି ହିଁ ପ୍ରମୁଖ ବିଶ୍ୱକର୍ମା। ନିଶା ଆଜି କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ, ବରଂ ଏହା ମାନସିକ ଓ ଶାରୀରିକ ସାମର୍ଥ୍ୟ ହ୍ରାସ କରିବା ସହ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି ଏବଂ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ବଡ଼ ପ୍ରତିବନ୍ଧକ ସାଜୁଛି। ରାଜ୍ୟରେ ନିଶାଦ୍ରବ୍ୟର ବେଆଇନ୍ କାରବାର ଓ ସିଣ୍ଡିକେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଆପଣାଇଛନ୍ତି। ଓଡ଼ିଶା ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୬ ମଧ୍ୟରେ ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି। ଏହାସହ ୨,୫୭୬ ଟି ମାମଲା ରୁଜୁ କରାଯାଇ ୩,୬୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨,୧୦୬ କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରାଯାଇଛି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶାପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି। କୌଣସି ବି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସମ୍ପ୍ରତି ଯୁବ ସମାଜ ବ୍ରାଉନ୍ ସୁଗାର, କୋକେନ୍, ସିନ୍ଥେଟିକ୍ ଓ ଇଞ୍ଜେକ୍ଟିଙ୍ଗ୍ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଆଡ଼କୁ ଜାଣିଶୁଣି ବା ସଙ୍ଗଦୋଷରୁ ଆକୃଷ୍ଟ ହେବା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି, ଯାହାର ପରିଣାମସ୍ୱରୂପ ଭୁବନେଶ୍ୱରରୁ ସିନ୍ଥେଟିକ୍ ଡ୍ରଗ୍ସ ଜବତ କରାଯିବା ସହ ବାଲେଶ୍ୱରରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡ୍ରଗ୍ସ ମାଫିଆଙ୍କୁ ସ୍ପଷ୍ଟ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବସମାଜକୁ ନିଶା ବିଷ ଦେବାରୁ ନିବୃତ୍ତ ନ ରହିଲେ ବୁଲଡୋଜର ଆକ୍ସନ୍ ଭଳି ଅତ୍ୟନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଜୀବନ ଅତ୍ୟନ୍ତ ମୂଲ୍ୟବାନ୍ ହୋଇଥିବାରୁ ସମସ୍ତ ଯୁବସାଥୀ ‘Say No to Drugs’ ଶପଥ ନେଇ ନିଜକୁ ଏହି ନର୍କରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ପରିଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, NSS, MY Bharat ସ୍ୱେଚ୍ଛାସେବୀ, ଶିଳ୍ପାନୁଷ୍ଠାନ, ବେସରକାରୀ ସଂଗଠନ ଓ ଗଣମାଧ୍ୟମକୁ ଏକଜୁଟ ହୋଇ "ନିଶାକୁ ନା ଏବଂ ଜୀବନ ଓ ପ୍ରଗତିକୁ ହଁ" ନାରା ସହ ଏହି ଜନ-ଆନ୍ଦୋଳନକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ ଯୁବଶକ୍ତିର ସାମର୍ଥ୍ୟ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ, MY Bharat ଯୁବ କ୍ଲବ, NSS ଓ କ୍ରୀଡ଼ା ହଷ୍ଟେଲଗୁଡ଼ିକର ଛାତ୍ରଛାତ୍ରୀମାନେ ହିଁ ଏହି ନିଶାମୁକ୍ତି ଆନ୍ଦୋଳନର ପ୍ରମୁଖ ନାୟକ। ଏହି ଐତିହାସିକ ଅଭିଯାନକୁ ସମଗ୍ର ଓଡ଼ିଶାରେ ଅପୂର୍ବ ପ୍ରତିକ୍ରିୟା ମିଳିଛି। ରାଜ୍ୟର ୪୫୩ଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏହାର ସୀଧାପ୍ରସାରଣ (Live Streaming) କରାଯାଇଥିବା ବେଳେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଓ ଯୁବପିଢ଼ି ଏକତ୍ରିତ ହୋଇ ଏହି ମହତ୍ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।

powered by social2s

ନଈରୁ ମହିଳାଙ୍କ ମୃତଦେହ ଉଦ୍ଧାର

Details
Odia Ray Admin
ଓଡିଶା
02 August 2026

ହିନ୍ଦୋଳ: ଢେଙ୍କାନାଳ ସାପୁଆ ନଈରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚ ହେବାକୁ ଯାଇ ସାପୁଆ ନଈରେ ନିଖୋଜ ହୋଇଯାଇଥିଲେ ମହିଳା। ୪ଦିନ ପରେ ବାଲିରେ ପୋତି ହୋଇପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଭାପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

powered by social2s

ଶକ୍ତିଶାଳୀ ହେବ ସମବାୟ ସଂସ୍ଥା: ଋଣ ଯୋଜନା ଓ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ କେନ୍ଦ୍ରୀୟ ଟିମ୍‌ର ଗୁରୁତ୍ୱ

Details
Odia Ray Admin
ଓଡିଶା
01 August 2026

ଭୁବନେଶ୍ୱର / କଟକ /ଢେଙ୍କାନାଳ: ଓଡ଼ିଶାରେ ସମବାୟ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପଙ୍କଜ କୁମାର ବଂଶଲ ଓଡ଼ିଶାର କଟକ ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଅତିରିକ୍ତ ସଚିବ ଶ୍ରୀ ବଂଶଲ ଓଡ଼ିଶାର ସମବାୟ ସମିତି ସମୂହ ନିବନ୍ଧକ (RCS) ଶ୍ରୀ ମନୀଷ ଅଗ୍ରୱାଲଙ୍କ ସହ କଟକସ୍ଥିତ ‘ଶ୍ରୀ ଜଗନ୍ନାଥ FSCS’ ଗସ୍ତ କରିଥିଲେ। FSCSର ସାଧାରଣ କାର୍ଯ୍ୟକାରିତା, ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ , OSCB ର ମୁଖ୍ୟ ମହାପ୍ରବନ୍ଧକ (CGM) ରୁଦ୍ର ପ୍ରସାଦ ଦାସ , ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ ରାଉତ , DRCS କଟକ ସୁପ୍ରିୟା ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲାସ୍ଥିତ ‘ଗେଙ୍ଗୁଟିଆ PACS’ ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। PACS ଦ୍ୱାରା ସଫଳତାର ସହ ଚାଲୁଥିବା ଖାଉଟି ଷ୍ଟୋର୍, ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ସେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ସମିତିର ଉପଲବ୍ଧ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନୂତନ ବ୍ୟବସାୟିକ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଅଧିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଓଡ଼ିଶାର RCS ଶ୍ରୀ ମନୀଷ ଅଗ୍ରୱାଲ, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ ରାଉତ, NCDC ର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣି , DRCS (ଢେଙ୍କାନାଳ )ଉମା ଶଙ୍କର ଦାସ , ARCS (ଢେଙ୍କାନାଳ) ଅନନ୍ୟା ଶର୍ମା ଏବଂ PACS ର ସଭାପତି ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

powered by social2s

More Articles ...

  1. ଅଗଷ୍ଟ ଦ୍ବିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା
  2. କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର, ଦିଲ୍ଲୀ-କୋଲକାତାରେ ୨୦୦ ଟଙ୍କାରୁ ଅଧିକ ହ୍ରାସ
  3. ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା ବୈଠକ ଅନୁଷ୍ଠିତ
Page 93 of 2251
  • Start
  • Prev
  • 88
  • 89
  • 90
  • 91
  • 92
  • 93
  • 94
  • 95
  • 96
  • 97
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.