• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
23
Mon, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଓଡିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର ପାଠ୍ୟକ୍ରମ ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ ବୈଠକ

Details
Odia Ray Admin
ଓଡିଶା
28 July 2026

ଭୁବନେଶ୍ୱର: ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର ପାଠ୍ୟକ୍ରମ ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ଶ୍ରୀ ପ୍ରଦିପ ବଳ ସାମନ୍ତ ଙ୍କ ଉପସ୍ଥିତିରେ କମିଶନର-ତଥା ଶାସନ ସଚିବ ଶ୍ରୀମତୀ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ, ଓଡ଼ିଶା, ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ସଦସ୍ୟ ସଚିବ, ସିଡାକ, ଡ଼.ଉମେଶ ଚନ୍ଦ୍ର ନାୟକ, ଉପାଚାର୍ଯ୍ୟଙ୍କ ପ୍ରତିନିଧି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ , ଛତ୍ରପତି ଶ୍ରୀ ବରାଳ , ଅଧ୍ୟାପକ ବି.କେ. ଆର୍ଟ କଲେଜ, ଭୁବନେଶ୍ୱର ଶ୍ରୀ ମାନଗୋବିନ୍ଦ ଜେନା, ସନ୍ତୋଷ ମହାନ୍ତି, ବିଷ୍ନୁପଦ ମହାନ୍ତି, ସୌମ୍ୟା ସୁରଭିତା ସିଂ , ଉପନିର୍ଦ୍ଦେଶକ, ହସ୍ତଶିଳ୍ପ, ପ୍ରମୋଦ କୁମାର ସାହୁ ପ୍ରଧାନ ନିର୍ଦ୍ଦେଶକ ଓ ମୁଖ୍ୟ ସିପେଟ, ଶ୍ରୀମତୀ ବବିତା ମହାନ୍ତି ସିଡ଼ାକ ଏବଂ ଜାତୀୟ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ, ଶିଳ୍ପୀଗୁରୁ ସୁଧୀର ମହାରଣା, ରାମେଶ୍ୱର ମୁଣ୍ଡା, ଭୀମସେନ ଖୁଣ୍ଟିଆ, ପୁରୁଷୋତ୍ତମ ମହାପାତ୍ର ଓ ପନ୍ଦର ଜଣ ସ୍ଥାନୀୟ ମାଷ୍ଟର କ୍ରାଫ୍ଟସ୍ ପର୍ସନ ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ । ଆଜି ବୈଠକରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଦକ୍ଷ କାରିଗର ସୃଷ୍ଟି ଏବଂ ରୋଜଗାରମୁଖୀ କୌଶଳ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ପକ୍ଷରୁ ପ୍ରଶିକ୍ଷଣ ପାଇଁ ଅତିରିକ୍ତ ୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ଏକ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ (Structured Syllabus) ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହା ଆଧାରରେ ଖୁବ୍‌ଶୀଘ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସୂଚନାଯୋଗ୍ୟଯେ ଓଡିଶାରେ ୬୪ଟି ସ୍ୱୀକୃତିପ୍ରାପ୍ତ ହସ୍ତଶିଳ୍ପ ରହିଛି ତନ୍ମଧ୍ୟରୁ ବର୍ତ୍ତମାନ ସିଡ଼ାକ ରେ ଆପ୍ଲିକ (ଚାନ୍ଦୁଆ), ଟେରାକୋଟା , ପଟ୍ଟଚିତ୍ର , Palm Leaf Engravings (ତାଳପତ୍ର ଖୋଦେଇ ), ପଥର ଖୋଦେଇ ଏବଂ କାଠ ଖୋଦେଇ ଭଳି ୬ଟି ହସ୍ତଶିଳ୍ପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସଫଳତାର ସହ ପରିଚାଳିତ ହେଉଛି । ଏହି ସଫଳତାକୁ ଆଧାର କରି ଆହୁରି ୧୫ଟି ହସ୍ତଶିଳ୍ପକୁ ପ୍ରଶିକ୍ଷଣ ପରିସରରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରସ୍ତାବିତ ୧୫ଟି ହସ୍ତଶିଳ୍ପ ମଧ୍ୟରେ Coir Crafts ( ନଡ଼ିଆ କତା କାରିଗରୀ ), Jute Crafts ( ଝୋଟ କାରିଗରୀ ), Solapith(ସୋଲ କାରିଗରୀ ) Coconut Shell Crafts, ( ନଡ଼ିଆ ଖୋଳ କାରିଗରୀ ) Lacquer Crafts (ଲାଖ କାରିଗରୀ ) Bamboo Crafts (ବାଉଁଶ କାରିଗରୀ ), Batik printing (ବାଟିକ ପ୍ରିଣ୍ଟିଂଗ) Tribal Jewellery (ଆଦିବାସୀ ଗହଣା) Palm Leaf decoratives ( ତାଳପତ୍ର ସାଜସଜ୍ଜା କାରିଗରୀ ) Silver Filigree (ରୂପା ତରକସି) , Brass & Bell metal (କଂସା ଓ ପିତ୍ତଳ ବାସନ )Seashell Crafts ( ଶାମୁକା କାରିଗରୀ )Paper Mache (କାଗଜ ମଣ୍ଡ କାରିଗରୀ )Painting of Saora (ସଉରା ଚିତ୍ରଶିଳ୍ପ ଏବଂ Painting of Gond (ଗଣ୍ଡ ଚିତ୍ରଶିଳ୍ପ )ରହିଛି। ଏହି ପ୍ରଶିକ୍ଷଣ ପାଠ୍ୟକ୍ରମକୁ ବଜାର ଚାହିଦା, ରପ୍ତାନି ସମ୍ଭାବନା, କଞ୍ଚାମାଲର ଉପଲବ୍ଧତା, ପାରମ୍ପରିକ ଗୁରୁତ୍ୱ, ଦକ୍ଷ ଗୁରୁ କାରିଗରଙ୍କ ଉପଲବ୍ଧତା ଏବଂ ରୋଜଗାର ସୁଯୋଗ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ଏକ ବର୍ଷିଆ (୧୫୦୦ ଘଣ୍ଟା) ପ୍ରଶିକ୍ଷଣରେ କଞ୍ଚାମାଲର ଉପଯୋଗ , ଡିଜାଇନ୍ ଓ ଡ୍ରଇଂ, ଉତ୍ପାଦ ବିକାଶ, ଗୁଣବତ୍ତା ନିୟନ୍ତ୍ରଣ, ଉଦ୍ୟୋଗୀକରଣ, ଡିଜିଟାଲ୍ ମାର୍କେଟିଂ, ପ୍ରକଳ୍ପ କାର୍ଯ୍ୟ ଏବଂ ଇଣ୍ଟର୍ନସିପ୍ ଭଳି ବିଷୟ ସାମିଲ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାରକରି ଇଣ୍ଟରନସିପ ସଫଳତାର ସହ ସମ୍ପୂର୍ଣ୍ଣକରିବା ପରେ କାରିଗର ଶିକ୍ଷାର୍ଥୀଙ୍କୁ ୪ କ୍ରେଡିଟ ପଏଣ୍ଟସ ପ୍ରଦାନକରିବାର ବ୍ୟବସ୍ଥା ହୋଇଛି ।୧୫୦୦ ଘଣ୍ଟାର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମରେ ୧୪୫୦ ଘଣ୍ଟା practical ଟ୍ରେନିଂ ଓ ୫୦ ଘଣ୍ଟା theory ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ କାରିଗର ସୃଷ୍ଟି, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଉତ୍ପାଦର ଗୁଣବତ୍ତା ବୃଦ୍ଧି, ଉଦ୍ୟୋଗୀକରଣର ପ୍ରୋତ୍ସାହନ ଏବଂ ହସ୍ତଶିଳ୍ପୀଙ୍କ ପାଇଁ ବଜାର ସଂଯୋଗ ଓ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ବୈଠକରେ ପ୍ରଶିକ୍ଷଣ ପାଇଁ ଅତିରିକ୍ତ ୧୫ଟି ହସ୍ତଶିଳ୍ପର ଚିହ୍ନଟ, ପାଠ୍ୟକ୍ରମ ଓ ସିଲାବସ୍ ପ୍ରସ୍ତୁତି ସମୟରେ ଏକ power point presentation ରଖାଯାଇଥିଲା । power point presentation ପରେ ମାନନୀୟ ମନ୍ତ୍ରୀ ଉପସ୍ଥିତ କାରିଗରମାନଙ୍କୁ ନିଜ କଳା ଓ କାରିଗରୀ କୌଶଳକୁ ନବସୃଜନ ସହ ଯୋଡ଼ି ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ସ୍ୱତନ୍ତ୍ର ପରିଚୟକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ। ସେ ମତବ୍ୟକ୍ତ କରିଥିଲେ ଯେ, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ସହ ଏହାର ବଜାର ସମ୍ଭାବନାକୁ ବୃଦ୍ଧି କରିବା ଦିଗରେ ସମସ୍ତ କାରିଗରଙ୍କୁ ଏକାଗ୍ରତାର ସହ କାର୍ଯ୍ୟ କରିବା ଆବଶ୍ୟକ । ଏହାପରେ କାରିଗରମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ କାରିଗରମାନଙ୍କ ଦକ୍ଷତା, ସମସ୍ୟା ଓ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ମତବିନିମୟ ହୋଇଥିଲା। କାରିଗରମାନେ କହିଥିଲେ ଯେ ପ୍ରଶିକ୍ଷଣ ମାଧ୍ୟମରେ କାରିଗରମାନଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ସେମାନଙ୍କ ଜୀବିକା ଓ ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ । ଏହି ଆଲୋଚନାରୁ ଜଣା ପଡିଛି ଯେ ସିଡାକ ଅଧୀନରେ ଓଡ଼ିଶାର ୨୬ ଟି ଜିଲ୍ଲାରେ ୩୯ଟି ତାଲିମ କେନ୍ଦ୍ର ଅଛି । ଗୁରୁ ଶିଷ୍ୟ ପରମ୍ପରା, କ୍ରାଫ୍ଟ ଭିଲେଜ ଟ୍ରେନିଂଗ ପ୍ରୋଗ୍ରାମ, ମାଷ୍ଟର କ୍ରାଫ୍ଟ ପର୍ସନ ପ୍ରୋଗ୍ରାମ ମାଧ୍ୟମରେ କାରିଗରମାନଙ୍କୁ ତାଲିମ ଦିଆଯାଉଛି। ପରିଶେଷରେ ଶ୍ରୀମତୀ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ, ଓଡ଼ିଶା ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s

ଭୁବନେଶ୍ୱରରେ ବାପାକୁ ପଥରେ ଛେଚି ହତ୍ୟା କଲା ପୁଅ

Details
Odia Ray Admin
ଓଡିଶା
28 July 2026

ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ବର ଚକେଇସିହାଣୀ ଅଞ୍ଚଳରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ। ପାରିବାରିକ କଳହରୁ ହତ୍ୟା କରାଯାଇଛି। ଅଭିଯୁକ୍ତ ପୁଅ ପୋଲିସ ଦ୍ୱାରା ଅଟକ ଥିବା ସୂଚନା।

powered by social2s

ଲଗାଣ ବର୍ଷାରେ ଯାଜପୁରରେ ଯାତାୟାତ ବାଧାପ୍ରାପ୍ତ

Details
Odia Ray Admin
ଓଡିଶା
28 July 2026

ଯାଜପୁର: ଲଗାଣ ବର୍ଷାରେ ଯାଜପୁରରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଯାଜପୁର, ଦଶରଥପୁର, ବିଞ୍ଝାରପୁର ଓ ବରୀରେ ବର୍ଷା ଜାରି ରହିଛି।

ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ତଳିଆ ଓ ବସ୍ତି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

powered by social2s

ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ

Details
Odia Ray Admin
ଓଡିଶା
27 July 2026

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ଟ୍ରେନ୍‌ ଟି ବଲାଙ୍ଗିରରୁ ଆସୁଥିବା ବେଳେ ଘଟିଛି ଅଘଟଣ। ଏହା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

powered by social2s

ପ୍ରକୃତି ସଂରକ୍ଷଣ

Details
Odia Ray Admin
ଓଡିଶା
28 July 2026

ଭୁବନେଶ୍ୱର: ପ୍ରକୃତି ସଂରକ୍ଷଣ ହେଉଛି ପୃଥିବୀର ପ୍ରାକୃତିକ ସମ୍ପଦର ସକ୍ରିୟ ଯତ୍ନ ଏବଂ ସୁରକ୍ଷା, ମୁଖ୍ୟତଃ ଜୈବ ବିବିଧତା ବଜାୟ ରଖିବା, ପ୍ରଜାତିକୁ ବିଲୁପ୍ତ ହେବାରୁ ରକ୍ଷା କରିବା ଏବଂ କ୍ଷତିଗ୍ରସ୍ତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା। ମୁଖ୍ୟ ଲକ୍ଷ୍ୟ ଏବଂ ଗୁରୁତ୍ୱ ଜୈବ ବିବିଧତା ସୁରକ୍ଷା: ଜୀବନ ବ୍ୟବସ୍ଥାକୁ ସୁଦୃଢ଼ ​​ରଖିବା ପାଇଁ ବିଭିନ୍ନ ଉଦ୍ଭିଦ, ପ୍ରାଣୀ ଏବଂ ଜେନେଟିକ୍ ପ୍ରକାରକୁ ସଂରକ୍ଷଣ କରିବା। ପରିସଂସ୍ଥା ସେବା: ସ୍ୱଚ୍ଛ ବାୟୁ, ମଧୁର ଜଳ ଏବଂ ପ୍ରାକୃତିକ ଜଳବାୟୁ ନିୟନ୍ତ୍ରଣକୁ ସକ୍ରିୟ ରଖିବା। ସମ୍ପଦ ସନ୍ତୁଳନ: ମାନବ କାର୍ଯ୍ୟକଳାପ ଦ୍ୱାରା ମୃତ୍ତିକା, ଜଙ୍ଗଲ ଏବଂ ଜଳ ଉତ୍ସର ଦ୍ରୁତ ଅବକ୍ଷୟକୁ ବନ୍ଦ କରିବା। ସାଧାରଣ ପଦ୍ଧତି ସୁରକ୍ଷିତ କ୍ଷେତ୍ର: ପାର୍କ ଏବଂ ସାମୁଦ୍ରିକ ସଂରକ୍ଷଣ ସ୍ଥାନକୁ ଅଲଗା ରଖିବା ଯେଉଁଠାରେ ମାନବ ବିନାଶକୁ ଅନୁମତି ଦିଆଯାଇ ନାହିଁ। ବାସସ୍ଥାନ ପୁନରୁଦ୍ଧାର: ଗଛ ଲଗାଇବା, ଆର୍ଦ୍ର ଭୂମି ସଫା କରିବା ଏବଂ ଦେଶୀୟ ପ୍ରଜାତିକୁ ଫେରାଇ ଆଣିବା। ସ୍ଥାୟୀ ବ୍ୟବହାର: ମାଛ ଧରିବା, ଚାଷ କରିବା ଏବଂ କାଠ କାଟିବା ପରିଚାଳନା କରିବା ଯାହା ଦ୍ୱାରା ପ୍ରକୃତି ଆମେ ବ୍ୟବହାର କରୁଥିବା ଜିନିଷକୁ ବଦଳାଇପାରିବ। 'ପ୍ରକୃତିର ଅଧିକାର' ଧାରଣା ଏହି ଯୁକ୍ତି ଉପରେ ଆଧାରିତ ଯେ ଉଦ୍ଭିଦ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନ ଯେପରିକି ବାୟୁ, ଜଳ ଏବଂ ମାଟି ଏବଂ ପ୍ରାଣୀ ଏବଂ ମଣିଷ ସେମାନଙ୍କର ଅସ୍ତିତ୍ୱର ପ୍ରାକୃତିକ ଅନ୍ତର୍ନିହିତ ଅଧିକାର ସହିତ ପରିବେଶର ସମାନ ସଦସ୍ୟ। ପାଞ୍ଚଟି ପ୍ରାକୃତିକ ଅଧିକାର ହେଉଛି ଧର୍ମ, ଭାଷଣ, ସଭା, ଗୋପନୀୟତା ଏବଂ ଆଇନ ଅନୁଯାୟୀ ସମାନତାର ସ୍ୱାଧୀନତା। ପ୍ରାକୃତିକ ଅଧିକାର ଏହି ଧାରଣା ଉପରେ ଆଧାରିତ ଯେ ପ୍ରକୃତିର ଗୁଣ ଦ୍ୱାରା କିଛି ଅଧିକାର ଅବିଚ୍ଛେଦ୍ୟ କିମ୍ବା ଅବିଚ୍ଛେଦ୍ୟ, ଏବଂ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ କିମ୍ବା ଛଡ଼ାଇ ନିଆଯାଇପାରିବ ନାହିଁ। ସୌଜନ୍ୟ: B-School Forum SDAR. ଶ୍ରୀ ଗୌତମ ମହାନ୍ତି, ସମାଜସେବୀ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ସମାଧାନ

Details
Odia Ray Admin
ଓଡିଶା
27 July 2026

ଭୁବନେଶ୍ୱର: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୯ତମ ପାଳି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିଟି ଅଭିଯୋଗର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ତଦାରଖ କରାଯାଉଛି। ତେଣୁ, ସମାଧାନର ହାର ବୃଦ୍ଧି ପାଉଛି । ଏହାଦ୍ୱାରା ଏହି ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୮ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୪,୯୪୧ ଅଭିଯୋଗ ମଧ୍ୟରୁ ୧୪,୩୩୧ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି। ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁନ୍ ମାସ ଶେଷ ସୁଦ୍ଧା ୨,୫୯,୨୧୩ ଅଭିଯୋଗ ଶୁଣାଣି ହୋଇ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଏହା ଦ୍ୱାରା ସାଧାରଣ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଆଉ ପୂର୍ବ ଭଳି ବିଶେଷ ହଇରାଣ ହରକତ ହେଉନାହାନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଭିତରେ ଏକ ବଡ ପ୍ରଭାବ ପକାଇଛି ଓ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି। ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ପ୍ରାୟ ୧୨ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୬.୧୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି। ଆଜି ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ୭୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ପ୍ରଥମରୁ ହିଁ ସାଧାରଣ ଲୋକଙ୍କ ସହିତ ଯୋଡି ହୋଇରହିଛି। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଆମେ ସର୍ବାଧିକ ଗୁରୁତ୍ୱ ଦେଇ କାମ କରୁଛୁ। ଆମ ସରକାର ପ୍ରକୃତ ଅର୍ଥରେ ହେଉଛି ସାଧାରଣ ଲୋକଙ୍କ ସରକାର ବୋଲି ସେ ଉଲ୍ଲେଖ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

powered by social2s

ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଷ ଦର୍ଶନ ବନ୍ଦ

Details
Odia Ray Admin
ଓଡିଶା
27 July 2026

ନୀଳଗିରି: ବନ୍ଦ ହେଲା ବାଲେଶ୍ୱର ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଷ ଦର୍ଶନ। ଝରଣା ଜଳସ୍ତର ବଢୁଥିବାରୁ ଗେଟ୍‌ରେ ଟ୍ରଷ୍ଟ ବୋର୍ଡ ତାଲା ପକାଇବା ପରେ ନିରାଶ ହୋଇ ଫେରିଲେ ହଜାର ହଜାର କାଉଡ଼ିଆ ଭକ୍ତ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ କରାଯାଇଛି।

powered by social2s

More Articles ...

  1. ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ
  2. ଢେଙ୍କାନାଳରେ ବଜ୍ରାଘାତରେ ବାପାପୁଅ ମୃତ
  3. ଧ୍ୟାନ ପରିପ୍ରେକ୍ଷୀରେ ଅଷ୍ଟବକ୍ର ଦର୍ଶନ
Page 97 of 2251
  • Start
  • Prev
  • 92
  • 93
  • 94
  • 95
  • 96
  • 97
  • 98
  • 99
  • 100
  • 101
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.