• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
23
Mon, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

Details
Odia Ray Admin
ଓଡିଶା
01 August 2026

ଭୁବନେଶ୍ୱର : ଚଳିତ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।

powered by social2s

କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର, ଦିଲ୍ଲୀ-କୋଲକାତାରେ ୨୦୦ ଟଙ୍କାରୁ ଅଧିକ ହ୍ରାସ

Details
Odia Ray Admin
ଓଡିଶା
01 August 2026

ଭୁବନେଶ୍ୱର: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ହ୍ରାସ ହୋଇଛି। କୋଲକାତାରେ ୧୯ କେଜି ସିଲିଣ୍ଡର ଦର ୨୦୯ ଟଙ୍କା କମି ୨୮୭୨ ଟଙ୍କା ୫୦ ପଇସା ହୋଇଛି। ସେହିପରି ଦିଲ୍ଲୀରେ ୨୦୨ ଟଙ୍କା ହ୍ରାସ ପରେ ନୂଆ ଦର ୨୭୨୮ ଟଙ୍କା ରହିଛି। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

powered by social2s

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

Details
Odia Ray Admin
ଓଡିଶା
31 July 2026

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଜିପି ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ଯାଞ୍ଚ ସହ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବ ଏବଂ ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଉଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ ପୋଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂ, ପୂର୍ବତଟ ରେଳବାଇର ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନର (PCSC) ଶ୍ରୀ ଆଲୋକ ଭୋରା, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ୍ ନାଏକ ଏବଂ ଏସପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

powered by social2s

ଅଂଶୁପାରେ ପଶିଲା ବନ୍ୟାଜଳ

Details
Odia Ray Admin
ଓଡିଶା
31 July 2026

ଆଠଗଡ଼: କଟକ ଜିଲ୍ଲା ଅଂଶୁପା ହ୍ରଦ ଭିତରେ ପଶିଲା ମହାନଦୀ ବନ୍ୟାଜଳ। ଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ତିଗିରିଆର ବଡ଼ନାଉପୂଟ, ସୋମପଡ଼ା, ହାଟ୍ଟମାଳ ଓ ଗଦାଧରପୁର ପ୍ରଭାବିତ ହୋଇଥିବା ସୂଚନା। ବାଙ୍କୀର ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ପଞ୍ଚାୟତର ୧୫ ଗାଁ ପ୍ରଭାବିତ ହୋଇଛନ୍ତି।

powered by social2s

ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
31 July 2026

ଭୁବନେଶ୍ୱର: କୃଷକମାନଙ୍କ ଜୀବିକାର ସୁରକ୍ଷାକୁ ଅଗ୍ରାଧିକାର ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଜୁଲାଇ ୨୦୨୬ ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓୟୁଏଟି କୁଳପତି ଡ. ପ୍ରଭାତ ରାଉଳ, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଆପିକଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତି ରଂଜନ ସେନ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀ ଭାଇଭଉଣୀମାନଙ୍କୁ ଆଶ୍ୱାସନା ଦେଇ ଉପମୁଖ୍ୟମନ୍ତ୍ରୀ ଆପୋଷ ବ୍ୟକ୍ତ କରିଛନ୍ତି ଯେ ରାଜ୍ୟ ସରକାର "ପ୍ରଥମେ ଚାଷୀ" (Farmers First) ନୀତିକୁ କଡ଼ାକଡ଼ି ଭାବେ ଆପଣାଉଛନ୍ତି ଏବଂ ପ୍ରଭାବିତ ଅଞ୍ଚଳର କୃଷକମାନଙ୍କୁ କ୍ଷୟକ୍ଷତି ନେଇ ଭୟଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୮ଟି ଜିଲ୍ଲାର ଚାଷ ଜମି ପ୍ରଭାବିତ ହୋଇଛି—ଏଥିପାଇଁ ତୁରନ୍ତ ଆବଶ୍ୟକୀୟ ଜରୁରୀକାଳୀନ ପଦକ୍ଷେପ ଏବଂ ସହାୟତା ବ୍ୟବସ୍ଥା ସକ୍ରିୟ କରାଯାଇଛି। ତୁରନ୍ତ ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ନିଶ୍ଚିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆକଳନ କମିଟି ଗଠନ କରିଛନ୍ତି, ଯାହା ଶୀଘ୍ର ବିସ୍ତୃତ ଫସଲ କ୍ଷତିପୂରଣ ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଆଧାରରେ ଏକ ବ୍ୟାପକ କୃଷି ସହାୟତା ପ୍ୟାକେଜ୍ ଘୋଷଣା କରାଯିବ, ଯେଉଁଥିରେ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ପ୍ରାରମ୍ଭିକ କ୍ଷୟକ୍ଷତି ସମୟରେ ଚାଷୀଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ବିହନ ଉପଲବ୍ଧତା ସମ୍ପର୍କିତ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସହାୟତା ପଦକ୍ଷେପ ସହିତ, ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଓୟୁଏଟି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ମାଧ୍ୟମରେ ଦୈନନ୍ଦିନ ଫସଲ ପରାମର୍ଶ (Crop Advisory) ଜାରି କରାଯାଉଛି। କୃଷକମାନଙ୍କୁ ବିଦ୍ୟମାନ ଧାନ ତଳିଘରର ଯତ୍ନ ନେବା, ସ୍ୱଳ୍ପ ଅବଧି ବିଶିଷ୍ଟ ବିହନ ବ୍ୟବହାର କରିବା ଏବଂ ଗୁରୁତର ଭାବେ କ୍ଷତିଗ୍ରସ୍ତ ଜମିରେ ଅଣ-ଧାନ ଫସଲ ଆପଣେଇବା ପାଇଁ ପରାମର୍ଶ ଦିଆଯାଇଛି। ଖରିଫ ଫସଲର କ୍ଷତିପୂରଣ ପାଇଁ ଆଗାମୀ ରବିଋତୁ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବେ। କ୍ଷେତ୍ରସ୍ତରୀୟ ସମସ୍ୟା ଏବଂ ଅଭିଯୋଗର ସମାଧାନ ପାଇଁ ମୁଖ୍ୟାଳୟରେ ଜଣେ ନୋଡାଲ ଅଫିସର ଏବଂ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀଙ୍କୁ ନେଇ ଏକ ତ୍ରିସ୍ତରୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଚାଷୀମାନେ ପରାମର୍ଶ ଏବଂ ସହାୟତା ପାଇଁ ସକାଳ ୮:୦୦ ରୁ ସନ୍ଧ୍ୟା ୮:୦୦ ପର୍ଯ୍ୟନ୍ତ ଟୋଲ୍-ଫ୍ରି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର ୧୫୫୩୩୩ ରେ ଯୋଗାଯୋଗ କରିପାରିବେ। ଏହି ବୈଠକରେ କୃଷି ନିର୍ଦ୍ଦେଶାଳୟ, ଜଳସମ୍ପଦ ବିଭାଗ ଏବଂ ଏସଆରସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ, 'ପିଏମ୍-କିଷାନ' (PM-KISAN) ଯୋଜନାକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବା ଏବଂ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (ଶକ୍ତି ସଂରକ୍ଷଣ ପ୍ରଣାଳୀ) ସହିତ ଭାସମାନ ସୌର ଫୋଟୋଭୋଲ୍ଟାଇକ୍ ପ୍ରକଳ୍ପର ବିକାଶ ପାଇଁ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା (PM-SSY)' କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଏବଂ କୃଷକମାନଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

powered by social2s

କାଲି ଖୋଲିବ ଭିତରକନିକା

Details
Odia Ray Admin
ଓଡିଶା
31 July 2026

ପଟ୍ଟାମୁଣ୍ଡାଇ: ଆସନ୍ତାକାଲି ଖୋଲିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। ଅଗଷ୍ଟ ୧ରୁ ଭିତରକନିକା ପରିଭ୍ରମଣ କରିପାରିବେ ପର୍ଯ୍ୟଟକ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା ଭିତରକନିକା।

powered by social2s

ଓଡିଶା ପ୍ରଶାସନିକ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ପାଟଣା ଓ ଘଟଗାଁ ଅଞ୍ଚଳ ଗସ୍ତ

Details
Odia Ray Admin
ଓଡିଶା
30 July 2026

ପାଟଣା : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ଡିଆର-୨୦୨୩ ବ୍ୟାଚ୍ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ୍ କଲଚରାଲ୍ ସେଣ୍ଟର ପିକକ୍ ର କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମର ଅଧ୍ୟୟନ ପରିଦର୍ଶନ କରିଥିଲେ। ଗୋପବନ୍ଧୁ ପ୍ରଶାସନ ଏକାଡେମୀରୁ ତାଲିମ ନେଉଥିବା ୬ ଜଣ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରଶିକ୍ଷାର୍ଥୀ ଗତ ଜୁଲାଇ ୨୭ ତାରିଖରୁ ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ପାଟଣା ଓ ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ । ଏହି ଅଧ୍ୟୟନ ପରିଦର୍ଶନର ଉଦ୍ଦେଶ୍ୟ ଥିଲା ଅଧିକାରୀମାନଙ୍କୁ ତୃଣମୂଳ ସ୍ତରର ବିକାଶ ପ୍ରକ୍ରିୟା, ସମୁଦାୟର ବାସ୍ତବ ପରିସ୍ଥିତି ଏବଂ ସରକାରୀ ବ୍ୟବସ୍ଥା ସହ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ସହଯୋଗାତ୍ମକ ଭୂମିକା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଦୀର୍ଘ ୩୭ ବର୍ଷଧରି କାର୍ଯ୍ୟ କରିଆସୁଥିବା ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର ପିକକ୍ ର କାର୍ଯ୍ୟକ୍ଷେତ୍ର କୁ ପରିଦର୍ଶନ କରି ପିକକ୍ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟ ଗୁଡିକୁ ସେମାନେ ପରିଦର୍ଶନ କରିଥିଲେ । ଏହି ପ୍ରଶିକ୍ଷାର୍ଥୀ ଅଧିକାରୀ ମାନେ ହେଲେ ମିର୍ଜା ଫଏଜ ଅହମଦ କ୍ୟୁୟାଦ୍ରି ଓଏଏସ (ପି) , ପ୍ରିୟଙ୍କା ପ୍ରିୟଦର୍ଶିନୀ ଓଏଏସ (ପି), ମିଲନ ମହାପତ୍ର ଓଏଏସ (ପି), ସ୍ନେହା ଦାସ ମହାପାତ୍ର ଓଏଏସ (ପି), ଦିପ୍ତିରାଣୀ ନାୟକ ଓଏଏସ (ପି), ଚିନ୍ମୟ ସାହ ଓଏଏସ (ପି) । ଏହି ଗସ୍ତ ଅବସରରେ ସେମାନେ ୨୭ ତାରିଖ ଦିନ ପିକକ୍ ର ପାଟଣା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଜଣାଇ ପିକକ୍ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଓ ଏଭଳି ଅଧ୍ୟୟନ ପରିଦର୍ଶନ ଭବିଷ୍ୟତର ପ୍ରଶାସକମାନଙ୍କୁ ଜନକୈନ୍ଦ୍ରିକ ଶାସନ ଓ ସମନ୍ୱିତ ବିକାଶ ଦିଗରେ ଅଧିକ ସମ୍ବେଦନଶୀଳ ଓ ଦାୟିତ୍ୱବାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଶିଶୁଶ୍ରମ ନିରାକରଣ ଓ ଏଥିପାଇଁ ପିକକ୍ ର ବିଭିନ୍ନ କୌଶଳ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷାର୍ଥୀ ମାନେ ପିକକ୍ ର ବିଭିନ୍ନ ତଥ୍ୟମୂଳକ ପ୍ରାମାଣିକଚିତ୍ର ମଧ୍ୟ ଦେଖିଥିଲେ । ବଡପାଟଣା ପଞ୍ଚାୟତ ର ସରପଞ୍ଚ ବିନତି ବାନରା ପଞ୍ଚାୟତ, ସ୍ଥାନୀୟ ପ୍ରଶାସନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କ ମିଳିତ ସହଯୋଗ ରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ରୂପାୟିତ ହେଉଛି ବୋଲି ବର୍ଣ୍ଣନା କରିଥିଲେ । ପ୍ରଶିକ୍ଷାର୍ଥୀ ମାନେ ଶିଶୁଶ୍ରମରୁ ମୁକ୍ତ ହୋଇ ପୁନର୍ବାର ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିବା ପିଲାମାନେ ଓ ସେମାନଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହି ଗସ୍ତ ଅବସରରେ ସେମାନେ ପିକକ୍ ଉଦ୍ୟମରେ ଶିଶୁଶ୍ରମ ମୁକ୍ତ ହୋଇଥିବା ଏକ ଗ୍ରାମ ଓ ସେଠାର ଏକ ବିଦ୍ୟାଳୟକୁ ପରିଦର୍ଶନ କରି ସେଠାକାର ଗ୍ରାମବାସୀ, ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ,ୱାର୍ଡ ସଭ୍ୟ ମାନଙ୍କ ସହିତ କଥା ହୋଇଥିଲେ । ପ୍ରଶିକ୍ଷାର୍ଥୀମାନେ ଶରଧାପୁର ପ୍ରାଥମିକ ବିଦ୍ୟାଳୟ କୁ ଭ୍ରମଣ କରି ଶିଶୁ ସଭାର ସଦସ୍ୟ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଓ ଲର୍ନିଙ୍ଗ କର୍ନର ପରିଦର୍ଶନ କରିଥିଲେ । ସେମାନେ ମଧ୍ୟ ପିକକ୍ ସହାୟତାରେ ସୃଷ୍ଟି ହୋଇଥିବା ଯୁବ ସବୁଜ ଉଦ୍ୟୋଗୀ ମାନଙ୍କ ସହିତ କଥା ହୋଇଥିଲେ । ପିକକ୍ ଦ୍ଵାରା ପ୍ରୋତ୍ସାହିତ ଇକୋସେଭର୍ସ ୟୁଥ୍ ନେଟୱାର୍କର ସଦସ୍ୟ ମାନଙ୍କୁ ଭେଟିଥିଲେ। ସେମାନେ ପରିବେଶର ସୁରକ୍ଷା ପାଇଁ କରିଥିବା ବିଭିନ୍ନ କାର୍ଯ୍ୟ ଯଥା ସ୍ଥାନୀୟ ବିହନ ସରଂକ୍ଷଣ, ପକ୍ଷୀବସା, ବୃକ୍ଷରୋପଣ, ଜୈବିକଖତ ପ୍ରସ୍ତୁତି ଇତ୍ୟାଦିକୁ ପରିଦର୍ଶନ କରିଥିଲେ । ସେମାନେ ମହିଳା ଚାଷୀ ମାନଙ୍କୁ ଭେଟି ସେମାନଙ୍କ ସହିତ କଥା ମଧ୍ୟ ହୋଇଥିଲେ । ସେମାନେ ପିକକ୍ ର ପାଟଣାସ୍ଥିତ ରାଜ୍ୟସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ପ୍ରତିଷ୍ଠିତ ବୌଦ୍ଧିକ ଭିନ୍ନକ୍ଷମମାନଙ୍କ ପାଇଁ ଚିକିତ୍ସା ଓ ପୁନଃବାର୍ସ ସେବା କେନ୍ଦ୍ରକୁ ଯାଇ ସେଠାରେ ପିଲାମାନଙ୍କୁ ଭେଟିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷାର୍ଥୀମାନେ ଆଜି ପାଟଣା ବ୍ଲକ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି, ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ଦ୍ରୌପଦୀ ବେଜ, ମିଲିୟନ ମାର୍ଶାଲ ଟିୟୁ, ନୀରାସ ମୁଣ୍ଡା, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ ପ୍ରମୁଖ ଏହି ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

powered by social2s

More Articles ...

  1. ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
  2. ନିଖିଳ ଓଡିଶା ସରକାରୀ ହୋମିଓପ୍ୟାଥୀ ସେବା ସଂଘ ର ଦ୍ବି ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
  3. ମାନବ ଚାଲାଣର ମୁକାବିଲା; ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ
Page 94 of 2251
  • Start
  • Prev
  • 89
  • 90
  • 91
  • 92
  • 93
  • 94
  • 95
  • 96
  • 97
  • 98
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.