ସୁନ୍ଦରଗଡ: ଏବେକାର ସୁନ୍ଦରଗଡ଼ ଜିଲ୍ଲା ତଥା ପୂର୍ବର ଗାଙ୍ଗପୁର ଷ୍ଟେଟ୍ କୁ ନେଇ ହିନ୍ଦୀ ଚଳଚ୍ଚିତ୍ର 'ଏକ ଥା ରାଜା' ନିର୍ମାଣ ହେବାକୁ ଯାଉଛି। ଯାହାର ବିଷୟ ବସ୍ତୁ ସଂପୂର୍ଣ୍ଣ ଭାବରେ ସୁନ୍ଦରଗଡ଼ର ଆଦିବାସୀ ଅଞ୍ଚଳ ତଥା ଏହାର ରାଜ ପରିବାର ଉପରେ ପର୍ଯ୍ୟବେଶିତ ହେବ।
ଫିଲ୍ମଟିର କାହାଣୀ ସତ୍ୟବ୍ରତ ଜେନା, ଦୁର୍ଗା ମାଧବ ପଣ୍ଡା ଓ ମନୋରଞ୍ଜନ ସୁନାନୀ ରଚନା କରିଛନ୍ତି।
ଏହାର ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ।
ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ୍ ଦିଲ୍ଲୀପ ପଣ୍ଡା।
ଚଳଚ୍ଚିତ୍ର ରେ ଗୀତ ରଚନା କରୁଛନ୍ତି ଦୁର୍ଗା ମାଧବ ପଣ୍ଡା, ନିର୍ମଳ ନାୟକ, ଗଣେଶ ମହାପାତ୍ର ଓ ବିଜୟ ମଲ୍ଲ।
ଏହି ଗୀତ ଗୁଡିକୁ ସଂଗୀତରେ ସଜାଇବେ ଅଭିଜିତ ମଜୁମଦାର।
ତେବେ ଗୀତ ଗୁଡିକୁ ସ୍ୱର ଦେବେ ବଲିଉଡ କଣ୍ଠଶିଳ୍ପୀ ସାନ୍ ଓ ଶ୍ରେୟା ଘୋଷଲେଙ୍କ ଭଳି ନାମି ଦାମୀ କଳାକାର।
ସେହିଭଳି କ୍ୟାମେରା ଦାୟିତ୍ୱରେ ଅଛନ୍ତି ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ କ୍ୟାମେରାମ୍ୟାନ ପ୍ରଶାନ୍ତ।
ସତ୍ୟବ୍ରତ ଜେନା ଓ ମନୋରଞ୍ଜନ ସୁନାନୀ ସିନେମାଟିକୁ ପ୍ରଯୋଜନା କରୁଛନ୍ତି।
ଏହି ଫିଲ୍ମଟି ହିନ୍ଦୀ ଭାଷା ସହିତ ଓଡିଆ, ସମ୍ବଲପୁରି, ବଙ୍ଗଳା ଓ ସାଦାରି ଭଳି ୫ ଟି ଭାଷାରେ ମୁକ୍ତିଲାଭ କରିବ।
ତେବେ ଖୁବ ଶୀଘ୍ର ଏହି ଫିଲ୍ମଟି ନିର୍ମାଣ ହୋଇ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼ ତଥା ଗାଙ୍ଗପୁର ଷ୍ଟେଟ୍ କୁ ନେଇ ହିନ୍ଦୀ ଚଳଚ୍ଚିତ୍ର 'ଏକ ଥା ରାଜା'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

