ଜୁନ ୧୪ ରେ ଭର୍ଚୁଆଲ୍ ଭାବେ ପାଳିତ ହେବ ତୃତୀୟ ରାଜ୍ୟସ୍ତରୀୟ ଲୋକକଳା ଦିବସ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଜୁନ ୧୪ ତାରିଖରେ ପାଳିତ ହେବ ତୃତୀୟ ରାଜ୍ୟସ୍ତରୀୟ ଲୋକକଳା ଦିବସ। ଏଥିପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। 

 

ମହାମାରୀ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଭାବେ ପାଳନ କରାଯିବ। ରାଜ୍ୟସ୍ତରୀୟ ଉସ୍ତବ ସାଙ୍ଗକୁ ବିଭିନ ବ୍ଲକ ଓ ଜିଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ। ଆସନ୍ତା ୧୪ ତାରିଖ ଦିନ ୧୧: ୩୦ ରେ କାର୍ଯ୍ୟକ୍ରମ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ଶାସନ ସଚିବ ବିଷ୍ଣୁପଦ ସେଠି, ନିର୍ଦେଶକ ରଞ୍ଜନ କୁମାର ଦାଶ, ୟୁନିସେଫ ଯୋଗାଯୋଗ ବିଶେଷଜ୍ଞ ଲୋପମୁଦ୍ରା ତ୍ରିପାଠୀ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗଦେବେ। ଏଥିସହିତ ବୁକ କଲା ସଂସ୍କୃତି ସଂଘ, ଜିଲା କଳା ସଂସ୍କୃତି ସଂଘ, ନଗର କଳ ସଂସ୍କୃତି ସଂଘ ଓ ରାଜ୍ୟ କଲା ସଂସ୍କୃତି ସଂଘ ଅଧୀନରେ ଥିବା ୧ ହଜାର କଳାକାର, ସଂଘର ଉପସଭାପତିମାନେ କାର୍ଯ୍ୟକ୍ରମରେ ଅନ୍ଲାଇନେରେ ଯୋଡ଼ିହେବେ। 

 

ଏହି ଅବସରରେ ଲୋକକ ସମ୍ପର୍କରେ  ଆଲୋଚନା ହେବା ସହ ଓଡ଼ିଶାର 3ଟି ଲୋକକଳାର ଲାଇଭ ପ୍ରଦର୍ଶିତ ହେବ। ଖୋର୍ଦ୍ଧାର ମା ବାସେଳି ଚୈତଳି ଅନୁଷ୍ଠାନ ପକ୍ଷରୁ ଗୁରୁ ଗୋପାଳ ଚନ୍ଦ୍ର ବେହେରା ଓ ସାଥି ଘୋଡାନାଚ ପରିବେଷଣ କରିବେ। ପରେ ବଲାଙ୍ଗୀର କୃଷ୍ଣପ୍ରିୟା କଳା ପରିଷଦ ଗୁରୁ ପୂର୍ଣ୍ଣଚନ୍ଦ୍ର ଛତ୍ରୀଆ ଓ ସାଥି ପରିବେଷଣ କରିବେ ଘୁଡୁକା ନାଚ ଓ ଶେଷରେ କୋରାପୁଟର କୁଳମଣି ଜେନା ଓ ସାଥି ଢେମସା ନୃତ୍ୟ ପରିବେଷଣ କରିବେ।

 

ସମସ୍ତ କାର୍ଯ୍ୟକ୍ରମର ଲାଇଭ ବିଭାଗୀୟ ସୋସିଆଲ ମେଡିଆ ପ୍ଲାଟଫୋର୍ମ ଫସବୂକ ଓ ୟୁଟୁବରେ ପ୍ରସାରିତ ହେବ। ଏଥିସହ ୩ ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ବିଭାଗ ପକ୍ଷରୁ ଲୋକକଳାକୁ ନେଇ ୧ ଘଣ୍ଟାର ଆଲୋଚନା ଓ ଲୋକକଳା ପରିବେଷଣ କରାଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳର ବଛା ବଛା ଲୋକକଳାକୁ ଏହା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଯିବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି।

 

powered by social2s