ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କୋଭିଡ ସଚେତନତା ନେଇ ଓଡ଼଼ିଶା ସରକାର ଆରମ୍ଭ କରିଥିଲେ କୋଭିଡ ସଚେତନତା ରଥ। ଏ ଭିତରେ ତୃତୀୟ ପର୍ଯ୍ୟାୟ କୋଭିଡ ସଚେତନତା ଅଭିଯାନ ଶେଷ ହୋଇଥିବାବେଳେ, ଏବେ ଚତୁର୍ଥ ପର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସଂସ୍କୃତି ବିଭାଗ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କହିଛନ୍ତି। ସେ କହିଛନ୍ତି, ଏହି ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 13ଟି ଜିଲାରେ ସଚେତନତା ଅଭିଯାନ ଚାଲିବ। ଅନୁଗୁଳ, ବଲାଙ୍ଗୀର, ବରଗଡ, ବୌଦ୍ଧ, ଭଦ୍ରକ, ଦେବେଗଡ, ଝାରସୁଗୁଡା, କନ୍ଧମାଳ, ନୟାଗଡ, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁରକୁ ଯିବା କୋଭିଡ ସଚେତନତା ରଥ। ଏହି ଅବସରରେ କିଛି ସ୍ଥାନରେ stage on wheel କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ। ଯାହା ଫଳରେ ଲୋକ କଳାକାରଙ୍କୁ କଲା ପରିବେଷଣ ସହ ଆର୍ଥିକ ସହାୟତା ମିଳି ପାରିବ। ତା ସହିତ ସ୍ଥାନୀୟ ଭାଷା ଯଥା ସମ୍ବଲପୁରୀ ଓ ଦେଶିଆ ଭାଷା ରେ ସଚେତନ କରାଯିବ। ଏ ନେଇ ଗୀତ ପ୍ରସ୍ତୁତି ଚାଲିଛି। ରାଜ୍ୟ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ୟୁନିସେଫ ର ସହାୟତାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୋଭିଡ ସଂକ୍ରମଙ୍କୁ ଦୃଷ୍ଟିରେ ରାଝି stage on wheel ବଦଳରେ stage ଓଂ audio visual ମାଧ୍ୟମ ଗ୍ରହଣ କରାଯାଇଥିଲା। ଏଥିରେ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ, ଓ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କ 5ଟି ସଚେତନତା ଗୀତ ଓ 3ଟି କ୍ଷୁଦ୍ର ଚଳଚିତ୍ର ପ୍ରଦଶନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ କୋଭିଡ ସଚେତନତା ଅଭିଯାନ ଶେଷ ସୁଦ୍ଧା ରାଜ୍ୟର 12ଟି ଜିଲା, 2ଟି ସହରାଞ୍ଚଳ, 165 ୱାର୍ଡ, 147 ବ୍ଲକ ଓ 1169 ଗାଁରେ ରଥ ପହଂଚି ସଚେତନତା ବାଣ୍ଟିଛି।
ଓଡ଼ିଶାର ୧୩ ଜିଲ୍ଲାରେ ଗଡ଼ିବ କୋଭିଡ ସଚେତନତା ରଥ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s