ଭୁବନେଶ୍ୱର: ହେଲ୍ପମେଟ୍ ଅନୁଷ୍ଠାନ ତରଫରୁ କୋଭିଡ ନିୟମ ଅନୁପାଳନ ପୂର୍ବକ କୁନି କୁନି ପିଲାମାନଙ୍କ ପାଇଁ ରାଜ୍ୟ ସ୍ତରରେ "ରଜପରୀ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁସ୍ଥ ମନ ହିଁ ସୁସ୍ଥ ଶରୀରର ପରିଚାୟକ ।ସୁସ୍ଥ ସବଳ ବ୍ୟକ୍ତି ହିଁ ସୁସ୍ଥ ସମାଜ ଗଠନ କରିପାରନ୍ତି । ତେଣୁ,ପର୍ବ ପର୍ବାଣୀ ପାଳନ କରିବାର ଯଥାର୍ଥତା ରହିଛି । ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଜନ ସମାଜ ଅତ୍ୟନ୍ତ ମର୍ମାହତ ।ତେଣୁ,କରୋନା ସମୟରେ ସମସ୍ତେ ଲକ ଡାଉନ,ସଟ ଡାଉନରେ ଗୃହବନ୍ଦୀ ଭାବରେ ବ୍ୟସ୍ତ, ବିବ୍ରତ ଜୀବନ ବିତାଉ ଥିବାବେଳେ ସମସ୍ତଙ୍କ ଜୀବନକୁ ସରସ,ସୁନ୍ଦର,ରସମୟ,ମଧୁମୟ,ହସମୟ କରିବା ପାଇଁ "ହେଲ୍ପମେଟ୍" ଅନୁଷ୍ଠାନ ତରଫରୁ କୁନି କୁନି ପିଲାମାନଙ୍କ ପାଇଁ ରାଜ୍ୟସ୍ତରରେ ଅଭାସୀ ମାଧ୍ୟମରେ ବର୍ଣ୍ଣାଢ୍ୟ "ରଜପରୀ" କାର୍ଯ୍ୟକ୍ରମ ରଖାଯାଇଥିଲା ।ଏହା ତିନୋଟି ରାଉଣ୍ଡରେ କରାଯାଇ ରଜପରୀ ଭାବରେ ଅନନ୍ୟା ମହାନ୍ତି ଏବଂ ରଜ ରନସ୍ ଭାବେ ସମିଧା ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ଯଥା ଟ୍ରଫି, ସାର୍ଟିଫିକେଟ,ନୂତନ ପୋଷାକ,ଅଳଙ୍କାର ଏବଂ ଇନ୍ ଫିନିଟି ବିଉଟି ପାର୍ଲର ତରଫରୁ କେଶ ସ୍ପା ଚିକିତ୍ସା ସେବା ଦିଆଯାଇଛି ।ସମ୍ପାଦିକା,ନିବେଦିତା ଭଞ୍ଜ ପ୍ରତିବର୍ଷ ପିଲାମାନଙ୍କର ଖୁସି ପାଇଁ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ।ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର,ସମାଜ ସେବୀ, ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ଆଧୁନିକତାକୁ ଆପଣେଇ ମଧ୍ୟ ପରମ୍ପରାଭିତ୍ତିକ ବର୍ଣ୍ଣାଢ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସଭିଙ୍କ ମଧ୍ୟରେ ଆନନ୍ଦ ଭରିଦେବାକୁ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ହେଲ୍ପମେଟ ପକ୍ଷରୁ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ,ରସଭରା ରଙ୍ଗାରଙ୍ଗ ଅଭାସୀ "ରଜପରୀ" କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

