![]()
ଭୁବନେଶ୍ୱର: ଭୁବନେଶ୍ୱର ଶହୀଦନଗର ସରକାରୀ ହାଇସ୍କୁଲ ପଡିଆ ଠାରେ ଗେମ କିଲର, ଫୟାର ଇଲେଭେନ, ଓ ଲାୟନ ପାୱାର ଭଳି ୩ଟି ଦଳ ମଧ୍ୟରେ ଏକ ଟେନିସ ବଲ କ୍ରିକେଟ ଟୁରନାମେଣ୍ଟ ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଉମାନାଥ ମିଶ୍ର, ଶ୍ରୀମତୀ ଶାଶ୍ଵତୀ ମିଶ୍ର ଓ ଲାଲା ରଞ୍ଜିତ ରାୟ ଅତିଥି ଭାବେ ଯୋଗ ଦେଇଥିଲେ |
ଆଜିର ଏହି ଆକର୍ଷଣୀୟ ଖେଳରେ ଗେମ କିଲର ଦଳ କ୍ୟାପଟେନ ସୁଧାଂଶୁ ଦାସ ଙ୍କ ନେତୃତ୍ଵରେ ଚମ୍ପିୟାନ ହୋଇଥିଲେ ଓ ଫାୟାର ଇଲେଭେନ ଦଳ କ୍ୟାପଟେନ ସୁନିଲ କୁମାର ତାଡ଼ ନେତୃତ୍ଵରେ ରନର୍ସ ଅପ ହୋଇଥିଲେ |
ମ୍ୟାଚ ଗୁଡ଼ିକ ଅତି ଆକର୍ଷଣୀୟ ହୋଇଥିଲା | ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ କାଳିଆ ବେହେରା, ବେଷ୍ଟ ବୋଲର ସୋନୁ ସାହୁ, ବେଷ୍ଟ ବ୍ୟାଟ୍ସମ୍ୟାନ ନିରଞ୍ଜନ ପ୍ରଧାନ ଓ ମ୍ୟାନ ଅଫ ଦି ସିରିଜ ସୁବ୍ରତ ମହାକୁଡ ହୋଇଥିଲେ |
ପ୍ରଶାନ୍ତ, ରାହୁଲ ଓ ଅରୁଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |
powered by social2s

