ଭୁବନେଶ୍ୱର: ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅଷ୍ଟମ ବିଜୟିନୀ ସ୍ମୃତି ସଭା ଓ ପତ୍ରିକା ବିଜୟିନୀ ଉନ୍ମୋଚିତ ହୋଇଯାଇଛି। ଚଳିତବର୍ଷ ପତ୍ରିକାର ପ୍ରସଙ୍ଗ ରହିଛି 'ବିପଦ ହିଁ ବିବର୍ତନର ଜନନୀ'। ମହାମାରୀ କାରଣକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗ ନିଆଯାଇଛି। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପିକା ଡ଼. ସଂଘମିତ୍ରା ଭଞ୍ଜଙ୍କୁ ପ୍ର. ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସଂମାନିତ ଅତୀଥି ଭାବେ ଡ଼ ଆଦିକାଣ୍ଡ ସାହୁ ଯୋଗଦେଇ କହିଲେ ବିଇଜୟିନୀ ଥିଲେ ଏକାଧାରରେ ଜଣେ ସୁଲେଖିକ, କଣ୍ଠଶିଳ୍ପୀ, ସଙ୍ଗଠିକା। ସେ ନିଜେ ଏକ ଅନୁଷ୍ଠାନ ଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବିଶ୍ୱରଂଜନ ଯୋଗଦେଇ କହିଲେ, ବିଜୟିନୀ ସମସ୍ତଙ୍କୁ ଭଲପାଇବା ଦେଇ ମୃତ୍ୟୁକୁ ଜୟ କରି ଯାଇଛନ୍ତି। ବିପଦ ଆସେ, ମାତ୍ର ଏହା ଯେ ପରିବର୍ତନ ଆଣିପାରେ ତାହାହିଁ ପୁସ୍ତକରେ ପ୍ରତିଫଳନ ହୋଇଛି। ସମସ୍ୟାକୁ ସମ୍ଭାବନରେ ରୂପାନ୍ତରଣ କରିବା ହିଁ ପ୍ରକୃତ ଜୀବନ। ଟ୍ରଷ୍ଟର ସଭାପତି ଇନ୍ଦ୍ରମଣି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ସଂଘମିତ୍ରା ଭଞ୍ଜଙ୍କୁ ପ୍ର. ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

