ନୀଳଗିରି: ବାଲେଶ୍ୱର ନୀଳଗିରି ବାବନ୍ଧର ଚର୍ଚ୍ଚିତ ଆନ୍ତର୍ଜାତିକ ପୁରଷ୍କାର ପ୍ରାପ୍ତ ଆଦିବାସୀ ଝିଅ କୁନି ଖପରାଶିଳ୍ପୀ ସସ୍ମିତା ବେହେରା ଓରଫ ଶିଲୀଙ୍କୁ ତାଙ୍କ ଗାଁ ମାଟିରେ ଗ୍ରାମବାସୀ ତଥା ଗଣ୍ୟମାନ୍ୟ ଅତିଥି ଗହଣରେ ପୁରଷ୍କାର, ସମ୍ବର୍ଦ୍ଧନା ଓ ଉପହାର ପ୍ରଦାନ କରାଗଲା ।
ଭୁବନେଶ୍ୱରର ଜେବିଏସ୍ ଓ ଓରିଫାର୍ମିଙ୍ଗ ଦ୍ବାରା ଆୟୋଜିତ *କୋଭିଡ ୧୯ ଆନ୍ତର୍ଜାତିକ ଆଦିବାସୀ ଫିଲ୍ମ ଫେଷ୍ଟିଭାଲ ୨୦୨୧ ପୁରଷ୍କାର ବିତରଣ ଗତ ୧୩/୯/୨୧ ରେ ମୁଖ୍ୟ ଅତିଥି ଇଂଲଣ୍ଡର ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ମାର୍କ ନରଫକ୍ ପୁରଷ୍କାର ଘୋଷଣା କରି ପ୍ରଦାନ କରିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ମଦିଆ ଆଦିବାସୀଙ୍କ କରମ ପୂଜା ଅବସରରେ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ସତ୍ୟବ୍ରତ ଜେନା ବାବନ୍ଧ ଉପସ୍ଥିତ ହୋଇ ଶ୍ରେଷ୍ଠ ଭାବରେ ଫିଲ୍ମ 'କୋରନା କାଳରେ ଜଣେ କୁନି ଖପରାଶିଳ୍ପୀ', ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଶିଳ୍ପୀ କେଶୁଦାସ, ଶ୍ରେଷ୍ଠ କୁନି କଳାକାର ଭାବରେ ସସ୍ମିତା ବେହେରା ଓ ଆଲୋଚକ ଭାବରେ ବିଜୟ କୁମାର ଆଚାର୍ଯ୍ୟଙ୍କୁ ପ୍ରମାଣ ପତ୍ର, ଟ୍ରଷ୍ଟୀ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପୁରଷ୍କୃତ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ନୀଳଗିରି ରାଜପରିବାରର ରାଣୀ ମନୋଜା ମଞ୍ଜୁରୀ ଦେବୀ ଶିଲୀକୁ ଉତ୍ସାହିତ କରିବା ସହ ତାକୁ ତାର ଭବିଷ୍ୟତର ଉନ୍ନତି ପାଇଁ ନିଜ ଝିଅ ଭାବରେ ଗ୍ରହଣ କଲେ ।
ଏଥିସହ ହାଇଦ୍ରାବାଦରେ ଅବସ୍ଥିତ ବାଲେଶ୍ଵରର ଗଙ୍ଗାନାରାୟଣ ରଥ, ପ୍ରାକ୍ତନ ଗରିଷ୍ଠ ସାଧାରଣ ପ୍ରବନ୍ଧକ, ଭାରତୀୟ ରିଜର୍ଭ ଦ୍ଵାରା ପ୍ରଦତ୍ତ ଉପହାର ସ୍ମାର୍ଟ ଫୋନକୁ ବିଶିଷ୍ଟ ଓଡ଼ିଆ କଥାଶିଳ୍ପୀ ଉଦୟ ନାରାୟଣ ଦାସ ପ୍ରଦାନ କରି ଉତ୍ସାହିତ କରିବା ସହ ଆଗମୀ ଦିନରେ ପ୍ରଚାର ପ୍ରସାର କରିବା ପାଇଁ ଫିଲ୍ମ, ଗପ ଓ କବିତା ଲେଖିବେ ବୋଲି ପ୍ରତିଶ୍ରୁତି ଦେଲେ । କୋଶମ୍ବ ମେଳା କମିଟିର ଅଧ୍ୟକ୍ଷ ଭଗବାନଦାସ ଖଣ୍ଡେଲୱ ଉପସ୍ଥିତ ହୋଇ ୫ ହଜାର ଟଙ୍କାର ଆର୍ଥିକ ସହାୟତା କରିବା ସହ ଗାଁରେ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା କରିବେ ବୋଲି ଘୋଷଣା କଲେ ।
ମୁଖ୍ୟ ବ୍ୟକ୍ତା ଭାବରେ ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ବାଲେଶ୍ବର ଡିଭାନଂ ଲାଇଫ୍ ସୋସାଇଟିର ସଭାପତି ଦେବେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ କୁନି ଖପରାଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା କରିବା ସହ ଅନ୍ୟ ବଣମଲ୍ଲୀ କୁନି କୁନି କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।
ବାଲେଶ୍ଵରର ଅଖଣ୍ଡ ଭାରତ ଫିଲ୍ମ ଫେଷ୍ଟିଭାଲର ଅଧ୍ୟକ୍ଷ ରଶ୍ମୀରଞ୍ଜନ ଦାସ ଯୋଗ ଦେଇ ଉକ୍ତ ଗାଁର ଆତ୍ମନିର୍ଭରଶୀଳ ଓ ଉନ୍ନତି ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ ।
ଏହି ସଭା କାର୍ଯ୍ୟକ୍ରମକୁ ସ୍ଥାନୀୟ ବୈଦ୍ୟନାଥ ବେହେରି ସଭାପତିତ୍ବ କରିଥିବା ବେଳେ ଯୁବ ସଂଗଠନ କୁଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲା ।
କରମ ପୂଜା ପାଇଁ ଗ୍ରାମର ପୁରୁଷ ମହିଳା ଓ ପିଲାମାନେ ମାଦଲର ତାଳେ ତାଳେ ନାଚଗୀତ କରୁଥିଲେ ।
ଆନ୍ତର୍ଜାତିକ ଫିଲ୍ମ ପୁରସ୍କାର ପ୍ରାପ୍ତ ଶିଳ୍ପୀକୁ ପୁରଷ୍କାର ପ୍ରଦାନ କରାଗଲା ତାଙ୍କ ଗାଁରେ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

