ଅଷ୍ଟାଦଶ କୁମାର ଉତ୍ସବ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ସହଦେବ ପାଢୀଙ୍କ ଦ୍ଵାରା ପ୍ରତିଷ୍ଠିତ ' ଉତ୍କଳ ଡାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ '(ଉଡ୍ର),ଭୁବନେଶ୍ୱର ପାଳନ କରିଛି ଅଷ୍ଟାଦଶ କୁମାର ଉତ୍ସବ । ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ଦୁଇଦିନିଆ ଉତ୍ସବକୁ ଆଜି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ସାଂସଦ ତଥା ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ ।ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ଉଦ୍ର ର ଅଧକ୍ଷ ପୂର୍ବତନ ପୋଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ।

ଓଡ଼ିଶାର କଳା, ସଂସ୍କୃତି ତଥା ଶାସ୍ତ୍ରୀୟ ଓଡ଼ିଶା ନୃତ୍ୟକୁ ଲୋକାଭିମୁଖୀ କରିବା ପାଇଁ ଉଡ୍ର ର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସମସ୍ତ ସହଯୋଗ ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ ଅତିଥିବୃନ୍ଦ । ଏହି ଅବସରରେ ପ୍ରଥିତଜଶା ବୀଣା ବାଦନ ଗୁରୁ ତଥା ବିଶିଷ୍ଟ ସଂଗୀତଜ୍ଞ ପଣ୍ଡିତ କେ. ରାମାରାଓ ପାତ୍ରଙ୍କୁ ୨୦୨୧ ବର୍ଷର ସମ୍ମାନଜନକ ଗୁରୁ ସହଦେବ ପାଢ଼ୀ ସ୍ମାରକୀ ସମ୍ମାନ ପ୍ରଧାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ଅର୍ଥରାଶି ଶହ ମାନପତ୍ର, ଉପୟାନ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ପଣ୍ଡିତ ପାତ୍ରଙ୍କୁ ଅତିଥିବୃନ୍ଦ ସମ୍ମାନିତ କରିଥିଲେ ।

ପ୍ରାରମ୍ଭିକ ସଭା ଓ ପୁରସ୍କାର ପ୍ରଦାନ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଡ୍ର ଅନୁଷ୍ଠାନର ଶିଳ୍ପି ଗଣ ଆରତୀ କରଙ୍କ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା ଦଳଗତ ନୃତ୍ୟ ' କୁଆଁର ପୁନେଇ ଜହ୍ନ ଗୋ'। ଦ୍ଵିତ ଓଡ଼ିଶାରେ ପ୍ରସ୍ତୁତ ହୋଇଥିଲା 'ବସନ୍ତ ପଲ୍ଲବୀ' । ଉଡ୍ର ର ପ୍ରଶିକ୍ଷିତ ଶିଳ୍ପିଗଣ ଗୁରୁ ବିଜୟ ଜେନାଙ୍କ ସଂଯୋଜନା ରେ ପ୍ରସ୍ତୁତ କରିଥିଲେ ବୃନ୍ଦ ତବଲା ବାଦନ । ଏହାପରେ 'ଆରବ ପଲ୍ଲବୀ' ଶୁଦ୍ଧ ନୃତ୍ୟକୁ ପରିବେଷଣ କରିଥିଲେ ଶିଳ୍ପୀ । ସଙ୍ଗୀତ ଗୁରୁ ଉମେଶ ଚନ୍ଦ୍ର ଦାଶ ଙ୍କ ପରିଚାଳନାରେ ଦଳଗତ ପରିବେଷଣ ' ଗୀତ ଗୋବିନ୍ଦ ' ଅଷ୍ଟପଦୀ ବେଶ ମନଛୁଆଁ ହୋଇଥିଲା । ପରିଶେଷରେ ପ୍ରସ୍ତୁତ ହୋଇଥିଲା ଦଳଗତ ଉପସ୍ଥାପନା ' ଦେବୀ' । ଡ଼.ମୃତୁଞ୍ଜୟ ରଥଙ୍କ ସଂଯୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ପାଢ଼ୀ ଓ ଉଡ୍ର ପରିବାରର ସଭ୍ୟଗଣ ପରିଚାଳନାରେ ସହଯୋଗ କରିଥିଲେ ।

powered by social2s