ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି ।ଚାଳିତ ମାସ ୨୧ ରୁ ୩୧ ତାରିଖ ପଯ୍ୟନ୍ତ ଉତ୍ତରପ୍ରଦେଶର ଝାନସୀ ଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗୀତା ଓ ଚାଳିତ ମାସ ୨୦ ରୁ ୨୯ ତାରିଖ ପଯ୍ୟନ୍ତ ଝାଡ଼ଖଣ୍ଡ ର ସିମ୍ ଡେଗା ଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଭୟ ପ୍ରତିଯୋଗିତା ରେ ପ୍ରତିନିଧତ୍ଵ କରିବା ପାଇଁ ୧୮ ଜଣିଆ ଦଳ ସମ୍ପୂର୍ଣ୍ଣ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡହକ୍ କମିଟି ର ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼. ଦିଲ୍ଲୀପ ତିର୍କୀ କହିଛନ୍ତି ।ବରିଷ୍ଠ ମହିଳା ହକି ଦଳ ର ଅଧିନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ଦଳ ର ଅଧିନାୟିକା ଭାବେ ଜ୍ୟୋତି ଛତ୍ରି ଦଳ ର ନେତୃତ୍ଵ ନେବେ ।୧୮ ଇଣ୍ଡିଆ ବରିଷ୍ଠ ମହିଳା ହକି ଦଳ ସହ ଅନ୍ତର୍ଜାତୀୟ ଖ୍ୟାତିସମ୍ପ୍ନନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ ଦଳ ପ୍ରବନ୍ଧକ ଓ ଆଲମ୍ଫିଆନ ଶ୍ରୀ ଲାଜରୁସ ବାର୍ଲା ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିବେ । କଳିଙ୍ଗ ଷ୍ଟାଡିୟମ୍ ର ଉତ୍କଳ ପ୍ରଦର୍ଶନ କେନ୍ଦ୍ର ର ଡ଼ାକ୍ଟର ସୋଭିନ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ବ ନିର୍ବାହ କରିବେ ।
ସେହିପରି କନିଷ୍ଠ ମହିଳା ଦଳ ସହିତ ଲଲିବଲ୍ ପ୍ରଶିକ୍ଷକ ଶ୍ରୀମତୀ ସୁଷମା ନନ୍ଦ ଏବଂ ବରିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ କାହ୍ନୁ ଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିବେ । ଏହି ଦଳ ସହିତ ଫିଜିଓ ଭାବରେ ସୁଶ୍ରୀ ସୁଭସ୍ମିତା ମହାନ୍ତି ଓ ଫିଟନେସ ଟ୍ରେନର ଭାବେ ଶ୍ରୀମତୀ ସରିତା ରୋଶନ ହନୁମାନ ଓ ଉପାସନା ଯାଦବ ଯୋଗ ଦେବେ ।କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମଡେଗା ନିମନ୍ତେ ଯାତ୍ରା କରିବେ ।
ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍ ର ହକି ଗ୍ରାଉଣ୍ଡ ରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳ ମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼. ଦିଲ୍ଲୀପ ତିର୍କୀ ଓ କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଆଜି ପୂର୍ବାହ୍ନରେ ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ଦଳ ଚୁଡାନ୍ତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

