ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି.ଗୋପିଚାନ୍ଦ ଭୁବନେଶ୍ୱର ର ସହିଦନଗର ସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ର ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ ଏକାଡେମୀର ଭିତ୍ତିଭୂମି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଗୋପିଚାନ୍ଦ ସହ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ଏକାଡେମୀ ର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚ ମାନଙ୍କ ସହ ସେ ଆଲୋଚନା କରିଥିଲେ। ଶେଷରେ ସେ ଏଠାକାର ଜିମ୍ ଓ ହଷ୍ଟେଲ ବୁଲିଦେଖିବା ସହ ପିଲାମାନଙ୍କୁ ନିଜ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। ପରେ ଗୋପିଚାନ୍ଦ ବ୍ୟାଡମିଣ୍ଟନ ର ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା ତଥା ବିଚାର ବିମର୍ସ କରିଥିଲେ।

powered by social2s