ଭୁବନେଶ୍ୱର: ଭୁବନେଶ୍ୱର ରେ ଶହୀଦନଗର ରେ ଅବସ୍ଥିତ ସିଟିଜୀମ ର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଟେନିସ କ୍ରିକେଟ ମ୍ୟାଚ "ବାଇସେପ ବ୍ଲୁଉ" ଓ "ସୋଲଡର ଫାଇଟର' ପରି ଦୁଇଟି ଦଳ ଗଠନ କରାଯାଇ ଖେଳା ଯାଇଥିଲା।।"ସୋଲଡର ଫାଇଟର" ଦଳ ପ୍ରଥମେ ବ୍ୟାଟିଙ୍ଗ କର ୬ ଓଭର ରେ ୫୫ ରନ କରିଥିଲେ,ବାଇସେପ ବ୍ଲୁଉ ନିର୍ଦ୍ଧାରିତ ସମୟରେ ୫୬ ରନ କରି ଚମ୍ପିୟାନ ହୋଇଥିଲେ। ସୋଲଡର ଫାଇଟର ଦଳ ରନରସ ଅପ ହୋଇଥିଲେ। ପୁରୁଷ ଖେଳାଳି ମଧ୍ୟରୁ ବେଷ୍ଟ ବ୍ୟାଟ୍ସମ୍ୟାନ ସୁନିଲ ତାଡ (ମୁନା), ବେଷ୍ଟ ବୋଲର ସୁଜିତ ହୋଇଥିଲେ, ମହିଳା ଖେଳାଳି ମଧ୍ୟ ରୁ ପୂଜାରାନି ସାମଲ ବେଷ୍ଟ ବୋଲର ଓ ନିତୁମାମ ବେଷ୍ଟ ବ୍ୟାଟ୍ସମ୍ୟାନ ହୋଇଥିଲେ, ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନାରାୟଣ ମହାପାତ୍ର, ସମ୍ମାନୀୟ ଅତିଥି ଭାବେ, ଉମାନାଥ ମିଶ୍ର ଓ ଶାଶ୍ଵତୀ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ, ସିଟିଜୀମ ସହିଦନଗର ପକ୍ଷରୁ ଟେନିସ କ୍ରିକେଟ ମ୍ୟାଚ ରେ ସମସ୍ତଙ୍କ ସହଯୋାଗ ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଥିଲା।
powered by social2s

