ଢେଙ୍କାନାଳ କାଲବୁଦ୍ଧିଆ କ୍ରିକେଟ ଖେଳ ପଡିଆରେ ଚାଲିଥିବା ନବମ ବାର୍ଷିକ ତୁର୍ଣ୍ଣାମେଂଟ ଉଦଯାପିତ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଢେଙ୍କାନାଳ: କାଲବୁଦ୍ଧିଆ କ୍ରିକେଟ ଖେଳ ପଡିଆରେ ଚାଲିଥିବା ନବମ ବାର୍ଷିକ ତୁର୍ଣ୍ଣାମେଂଟ ୮ ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି ।ଏହି ତୁର୍ଣ୍ଣାମେଂଟ ରେ ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ।

 

ଆଜିର ରୋମାଞ୍ଚକ ଫାଇନାଲ ମ୍ୟାଚରେ କୁସୁମୁଣ୍ଡିଆ ଏବଂ କନ୍ଧରା ଭେଟା ଭେଟି ହୋଇଥିଲେ। ଏହି ଫାଇନାଲ ମ୍ୟାଚରେ କୁସୁମୁଣ୍ଡିଆ କନ୍ଧରା କୁ ଦୁଇ ରନରେ ହରାଇ ଚାମ୍ପିଅନ ହୋଇଛି। କୁସୁମୁଣ୍ଡିଆ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ କରିଥିଲା । ୮୩ ରନର ବିଜୟ ଲକ୍ଷକୁ ପିଛା କରି କନ୍ଧରା ନିର୍ଧାରିତ ୧୫ ଓଭର ୬ ଉଇକେଟ ହରାଇ ୮୧ ରନ କରିପାରିଥିଲା। ଖେଳକୁ ପରିଚାଳନା କରିଥିଲେ ୨ ଅମ୍ପେଆର ବେଣୁଧର ମହାନ୍ତ ଏବଂ ଗୁରୁଚରଣ ଗାଗରାଇ। ସ୍କୋରର ଥିଲେ ହିମାଂଶୁ ମହାନ୍ତ ଏବଂ ସିଲୁ ମହାନ୍ତ। ଧାରବିବରିଣୀ ପ୍ରଦାନ କରିଥିଲେ ବିଶ୍ବମ୍ବର ମହାନ୍ତ।ସଗାଯୋଗ କରିଥିଲେ ଚୁଇଙ୍ଗମ ମହାନ୍ତ ଏବଂ ଗୋଲେଖ ମହାନ୍ତ, ସୌଭାଗ୍ୟ ମହାନ୍ତ, ନରେଶ ମହାନ୍ତ। ମୁଖ୍ୟ ଅତିଥି ବ୍ଲକ ଚେୟାରମ୍ୟାନ କାର୍ତ୍ତିକ ସାହୁ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

 

 

powered by social2s