ଦ୍ୱିତୀୟ ଓଡ଼ିଶା ନାଭାଲ ଟାଟା ହକି ପ୍ରତିଯୋଗିତା ଉଦଘାଟିତ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଆଜି ଦ୍ୱିତୀୟ ଓଡ଼ିଶା ନାଭାଲ ଟାଟା ହକି ପ୍ରତିଯୋଗିତା ଢେଙ୍କାନାଳ ସଦର ମହକୁମା ଷ୍ଟାଡିଅମରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଟାଟା ନଭାଲ ଏକାଡେମୀ ରାଜୀବ କୁମାର ସେଠ ଏହି ପ୍ରତିଯୋଗିତା ବିଷୟରେ ବର୍ଣ୍ଣନା କରିବା ସହ ଓ ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଶ୍ଵ ମହିଳା ଦିବସ ଉପଲକ୍ଷେ ବାଳକ ଓ ବାଳିକାଙ୍କ ଆଜି ଦିନର ତାତ୍ପର୍ଯ୍ୟ ବିଷୟ ଅବଗତ କରାଇଥିଲା। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟରେ ହକିକୁ ଏକ ନମ୍ବର ଖେଳ ଭାବେ ପରିଚିତ କରାଇବାରେ ମୁଖ୍ୟମନ୍ତ୍ରୀଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ହାତ ବଢ଼ାଇବାକୁ ପ୍ରେରଣା ଦେଇଥିଲେ। ମୁଖ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୁବପିଢ଼ିକୁ ହକି ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କ କୋଚ୍ ପୁରସ୍କାର ପ୍ରାପ୍ତ ଖେଳ ପ୍ରଶିକ୍ଷକ ନନ୍ଦ ବିହାରୀ, ପୁରାତନ ଖେଳାଳି ପ୍ରଦୀପ କୁମାର ଦାସ ଓ ପର୍ଶୁରାମ ମିଶ୍ର ଙ୍କ ସହ ଖେଳର ସଙ୍ଗଠକ ପ୍ରେମାନନ୍ଦ ବିହାରୀ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

powered by social2s