ଢେଙ୍କାନାଳ: ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟୁର୍ଣାମେଣ୍ଟ। ଏହି ଟୁର୍ଣାମେଣ୍ଟ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ରେ ମେ ୪ ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ। ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିବେ। ଏହି ଖେଳ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଢେଙ୍କାନାଳ କ୍ରୀଡ଼ା ସଂଘକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସଂଘର ସମ୍ପାଦକ ନଳିନୀ ଦାସ, ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ଜର୍ସି ଗୌରାଙ୍ଗ ଚରଣ ସେଠୀ, ମନୋରଞ୍ଜନ ପଟ୍ଟନାୟକ, ସଦସ୍ୟ ସନ୍ତୋଷ କାନୁନଗୋ, ସୁଶାନ୍ତ କୁମାର ଜେନା, ଆଶୁତୋଷ ମିଶ୍ର ଓ ପ୍ରତାପ ମହାନ୍ତି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
powered by social2s

