ଢେଙ୍କାନାଳ: ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟର୍ଣାମେଣ୍ଟ। ଏହି ଟୁର୍ଣାମେଣ୍ଟ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ରେ ୧୦ ତାରିଖ ଯାଏଁ ଚାଲିବ। ଆଜି ପ୍ରଥମ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ (କଟକ) ଓ ଜାଗା ୟୁନାଇଟେଡ କ୍ଳବ୍, ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିଲା। ସ୍ଥାନୀୟ ବ୍ରହ୍ମୁଣି ଦେବୀ ମନ୍ଦିର ରୁ ଏକ ମଶାଲ ବାହାରି ଷ୍ଟାଡିୟମ୍ ରେ ପହଞ୍ଚି ଥିଲା। ଏହି ଖେଳ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଢେଙ୍କାନାଳ କ୍ରୀଡ଼ା ସଂଘକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ, ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ସଂଘର ସମ୍ପାଦକ ନଳିନୀ ଦାସ, ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ଜର୍ସି ଗୌରାଙ୍ଗ ଚରଣ ସେଠୀ, ମନୋରଞ୍ଜନ ପଟ୍ଟନାୟକ, ସଦସ୍ୟ ସନ୍ତୋଷ କାନୁନଗୋ, ସୁଶାନ୍ତ କୁମାର ଜେନା, ଆଶୁତୋଷ ମିଶ୍ର ଓ ପ୍ରତାପ ମହାନ୍ତି ଉପସ୍ଥିତି ଥିଲେ।
powered by social2s

