କଟକ: ଲାଇଟ୍....କ୍ୟାମେରା... ଆକ୍ସନ୍...ହଠାତ୍ କଟକ ସିଡିଏ ୯ ନମ୍ବରସ୍ଥିତ ଜୀ-ସାର୍ଥକର ସୁଟିଂ ସେଟରେ ପଶୁ ପଶୁ ଶୁଭୁଥିଲା ଡାଏଲଗ୍-ଡାଇଲଗ ସରୁସରୁ ଓକେକଟ୍..ଇଟ୍... । ସୁଟିଂ ସେଟ୍ ରେ ଥିଲେ ଲୋକପ୍ରିୟ ମେଗା ଧାରାବାହିକ ‘ବିଜୟିନୀ’ର କଳାକାର ଦୁର୍ଗା ଚରିତ୍ରରେ ଅଭିନେତ୍ରୀ ଦେବସ୍ମିତାଓ ଅବିନାଶ ଚରିତ୍ରରେ ଅଭିନେତା ସାଗର ମହାନ୍ତି ।ଏମାନଙ୍କ ଛଡ଼ା ସୁଟିଂ ସେଟ ଥିଲା ଭରପୁର । ଧାରାବାହିକର ସ୍ତୁତି ଚରିତ୍ରରେଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ମହାନ୍ତି ଓ ସମ୍ଭବଚରିତ୍ରରେ ଅଭିନୟ କରୁଥିବା ବିଶ୍ବଙ୍କ ସମେତ ନିର୍ଦ୍ଦେଶକ ଦିଲୀପ କୁମାର ଦାସ ବିସୁଟିଂ ସେଟରେ ଉପସ୍ଥିତ ଥିଲେ । ଦମଦାର ଷ୍ଟାରକାଷ୍ଟ ସାଙ୍ଗକୁ ଦମଦାର କାହାଣୀକୁ ନେଇ ‘ବିଜୟିନୀ’ଗତିଶୀଳ । ପ୍ରତାପଗଡ଼ରପରମ୍ପରାଅନୁସାରେ, ପ୍ରତିବର୍ଷ ରଥଯାତ୍ରା ବେଳେ ଗାଁର ଜମିଦାର ଛେରାପହଁରା କରନ୍ତି । ତେବେ ବାହୁବଳୀ ବିଧାୟକ ଇନ୍ଦ୍ରଜିତ ମହାରଥୀ ତାଙ୍କୁ ଏଥିରୁବାରଣ କରିବା ପରେ ଏଥିରେ ବିଧାୟକଙ୍କୁ ପ୍ରତିବାଦ କରନ୍ତି ସ୍ଥାନୀୟ ପ୍ରଧାନଶିକ୍ଷକଙ୍କ ଦୁଇ ଝିଅ ସ୍ତୁତି ଓ ଦୁର୍ଗା । ଏହି ଦୁଇ ଭଉଣୀ ସମୟକ୍ରମେ ବିଧାୟକଙ୍କ ଦୁଇ ବୋହୂ ହେଉଛନ୍ତି । ଏହିଭଳି ଭାବରେ ଧାରାବାହିକର କାହାଣୀ ଭିନ୍ନ ଭିନ୍ନମୋଡ଼ ନେଉଛି । ଦମଦାର କାହାଣୀ ଏହାରଯେମିତି ବିଶେଷତ୍ବ, ଗମ୍ଭୀର ବାତାବରଣ ଓ ଷ୍ଟାର୍ କାଷ୍ଟ୍ ସହ ଦମ୍ ଦାର ସଂଳାପ ଏହାର ଅନ୍ୟ ଏକ ଆକର୍ଷଣ । ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୬ଟା ୩୦ରେଓଡ଼ିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ଜୀ-ସାର୍ଥକରେ ଏହି ମେଗା ଧାରାବାହିକ ‘ବିଜୟିନୀ’ ପ୍ରସାରିତ ହୋଇ ଧୀରେ ଧୀରେ ବେଶ୍ଲୋକପ୍ରିୟତା ସାଉଁଟିବାରେ ଲାଗିଛି । କାହାଣୀ ଗତିଶୀଳ ହେବା ସହ ଏହାର ଉତ୍କଣ୍ଠା ବଢ଼ିବାରେ ଲାଗିଛି ଓ ଅଧିକରୁ ଅଧିକ ଦର୍ଶକ ଏହାକୁଆପଣେଇବାରେ ଲାଗିଛନ୍ତି । ନିଚ୍ଛକ କାହାଣୀ, ଅଭିନୟ ଓ ମନୋରମ ସେଟ୍ ଏହାର ଅନ୍ୟ ଏକ ଆକର୍ଷଣ । ଓଡ଼ିଆ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରଖି ଜୀ-ସାର୍ଥକ ଏହି ମେଗା ଧାରାବାହିକର ପ୍ରସାରଣ କରି ତାର ଲୋକପ୍ରିୟତା ଆହୁରି ବିସ୍ତୃତ କରିଛି ।
powered by social2s

