ନାଟକ "ପାପ ପୃଥିବୀ" ର ଉନ୍ମୋଚନ ଉତ୍ସବ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନାଟକ ସାମାଜିକ ଚେତନାର ସଂକଳ୍ପ ପତ୍ର , ଅନ୍ୟାୟ ଅତ୍ୟାଚାର , ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏକ ସ୍ୱର ଲିପି , ନାଟକ ହିଁ ସମାଜ କୁ, ବ୍ୟକ୍ତିକୁ ଓ ଜୀବନ କୁ ବଦଳାଇ ଦେଇ ପାରେ ବୋଲି ପ୍ରକାଶ କରିଛନ୍ତି ଖୋର୍ଦ୍ଧା ର ଜିଲ୍ଲାପାଳ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର । ହୋଟେଲ ଜୁ ଗାର୍ଡେନ ରଘୁନାଥପୁର ରେ ଆୟୋଜିତ, ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଶ୍ରୀ ପ୍ରଭାତ ମହାନ୍ତି ଙ୍କ ନାଟକ "ପାପ ପୃଥିବୀ" ର ଉନ୍ମୋଚନ ଉତ୍ସବ ରେ ଯୋଗ ଦେଇ ଶ୍ରୀ ମହାପାତ୍ର ଶ୍ରୀ ମହାନ୍ତିଙ୍କ ମଞ୍ଚ ନାଟକ ର ସ୍ବତନ୍ତ୍ରତା , ସାବଲୀଳ ଭାଷା ଓ ଗ୍ରାମ୍ୟ ଚରିତ୍ର ଗୁଡିକର ସଜଳ ଚିତ୍ର ର ଆଲେଖ୍ୟ ଅନ୍ୟ ନାଟକ ଗୁଡିକ ରେ ବିରଳ ବୋଲି ପ୍ରକାଶ କରିଥିଲେ । ଶ୍ରୀ ମହାନ୍ତିଙ୍କ ପାପ ପୃଥିବୀ ପ୍ରକାଶନ ପୂର୍ବରୁ ଅନ୍ୟତମ ନାଟକ" ଜୀବନ ଏମିତି ଗୀତଟିଏ" ଓ "ଫେରିବା ରାସ୍ତାର ଠିକଣା" ଯଥେଷ୍ଟ ପାଠକୀୟ ଆଦୃତି ଲାଭ କରିଛି । ଏହି ଉତ୍ସବ ରେ ନାଟ୍ୟକାର ଶ୍ରୀ ମହାନ୍ତି ଙ୍କ ସହ ଏହାର ପ୍ରକାଶିକା ଇଂ ଶ୍ରଦ୍ଧାଞ୍ଜଳି ପଟନାୟକ , ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ତଥା ଓଡିଶା ହାଉସିଂବୋର୍ଡ କର୍ପୋରେସନ ଚେୟାରମ୍ୟାନ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଅକ୍ଷୟ ପଟନୟକ, ପଞ୍ଚାୟତରାଜ ନିର୍ଦ୍ଦେଶକ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର , ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ କିଶୋର ମହାପାତ୍ର, ପ୍ରଫେସର ମନ ମୋହନ ପଟନାୟକ,ପ୍ରଫେସର ପ୍ରିୟବ୍ରତ ପଟନାୟକ, ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟିକ ଶ୍ରୀ ଅପୂର୍ବ ମହାନ୍ତି ,ଆଡଭୋକେଟ ବିରଞ୍ଚି ଦାସ, କର୍ମଚାରୀ ନେତା ମଧୁ ମଲ୍ଲିକ , ମିହିର ଜେନା , ସୁଧାଂଶୁ ପାତ୍ର , ଚୁକ୍ତି ଭିତ୍ତିକ କର୍ମଚାରୀ ନେତା ଶ୍ରୀ ବିଜୟ ମଲ୍ଲ , ଇଫତିକାର ଅହମ୍ମଦ , ଅନନ୍ତ ପ୍ରଧାନ , ସୁବ୍ରତ ମହାନ୍ତି , ସମରେଶ ମହାନ୍ତି, ରଶ୍ମୀ ପାଢ଼ୀ , ଶିକ୍ଷକ ନେତା ଶୁଭ୍ରଜିତ ପ୍ରତିହାରୀ , ବିଶ୍ୱଜିତ ବିଶ୍ୱାଳ, ଶିଶିର ମିଶ୍ର ,ପ୍ରଶାନ୍ତ ପଟନାୟକ , ଅଶୋକ ଦାଶ, ଆମ୍ବୁଜ ଦାସ, ଡଃ ଦିଲ୍ଲୀପ ମୁଦୁଲି ଭୁବନ ମହାପାତ୍ର , ଶ୍ରୀକାନ୍ତ ମିଶ୍ର ,ଶ୍ରୀନିବାସ ସେଠି ଓ ପ୍ରାୟ 400 ରୁ ଉର୍ଦ୍ଧ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ । ଏହି ଅବସର ରେ ଶ୍ରୀ ମହାନ୍ତିଙ୍କ ଏକ ମାତ୍ର ନାତୁଣୀ ତଥା ଶ୍ରଦ୍ଧା ଏବଂ ସମ୍ବିତ ମହାନ୍ତିଙ୍କ କନ୍ୟା ଇଣ୍ଡିଆ କ୍ୟୁଟ ବେବି ପ୍ରତିଯୋଗିତାର ଶ୍ରେଷ୍ଟ ପ୍ରତିଯୋଗୀ ଶାୟେଶା ନିମନ୍ତେ ଏକ ଆଶ୍ରିବାଦ ତଥା ଶୁଭେଛା ମିଳନ ଅନୁଷ୍ଠିତ ହୋଇଥିଲା ।

powered by social2s