ସମ୍ବଲପୁର (୦୯/୧୨) : ଇକୋ ରିଟ୍ରିଟ ର ଦ୍ୱିତୀୟ ସଂସ୍କରଣ ଓଡିଶାର ପାଞ୍ଚଟି ସ୍ଥାନରେ ଆରମ୍ଭ |
ହୀରାକୁଦ ଠାରେ ଉଦଘାଟିତ ହୋଇଯାଇଛି ଇକୋ ରିଟ୍ରିଟ - ୨୦୨୦ । ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ପ୍ରଥମଥର ପାଇଁ ଏହା ଆୟୋଜିତ ହେଉଛି । ଏହି ଇକୋ ରିଟ୍ରିଟ ହିରାକୁଦରେ ଆସନ୍ତା ପେବୄୟାରୀ ୨୮ ତାରିଖ ଯାଏ ଚାଲିବ ।
ଆଜି ଦିନ ପ୍ରାୟ ସାଢେ ୧୧ଟାରେ ରାଜ୍ୟ ପର୍ଯ୍ୟଟନ ନିଗମର (OTDC) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଉପସ୍ଥିତରେ ଫିତାକାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢାଖୋଲ ବିଧାୟକ ରୋହିତ ପୁଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ରେଙ୍ଗାଲୀ ବିଧାୟକ ନାଉରି ନାଏକ, ଆରଡିସି ନିରଞ୍ଜନ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭିଡ଼ିଓ ବାର୍ତ୍ତା ଦେଇ ହୀରାକୁଦ ଇକୋ ରିଟ୍ରିଟର ସଫଳତା କାମନା କରିବା ସହ ହୀରାକୁଦ ଇକୋ ରିଟ୍ରିଟ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଆକୄଷ୍ଠ କରିବାରେ ବଡ ଭୂମିକା ରହିବ ବୋଲି କହିଥିଲେ ।