ମୋ ସ୍କୁଲ ର ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 
ଭୁବନେଶ୍ୱର: ଆଜି ମୋ ସ୍କୁଲ ର ଏକ ବୈଠକ ଭୁବନେଶ୍ୱର ସହିଦ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
 
ପ୍ରଥମ ସ୍କୁଲ ର 1975 ବ୍ୟାଚ ର ପୁରାତନ ଛାତ୍ର ଶ୍ରୀ ପ୍ରକାଶ ପଣ୍ଡା, ସହିଦନଗର ର ବାସିନ୍ଦା ଙ୍କ ବିୟୋଗ ନିମନ୍ତେ ୧ ମିନିଟ୍ ର ନିରବ ପ୍ରାର୍ଥନା କରାଯାଇଥିଲା। ତତ୍ ପରେ ସ୍କୁଲ ବିଜ୍ଞାନ ଗାରା କାମ ର ସମୀକ୍ଷା କରାଯିବା ସହିତ ଓ କିଛି ନୂଆ ଫର୍ଣିଚର କିଣି ବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସ୍କୁଲ ରେ ଜଣେ କମ୍ପ୍ୟୁଟର ଟିଚର ନ ଥିବାରୁ ପିଲାମାନେ ବହୁ ଆସୁ ବିଧା ସମ୍ମୁଖୀନ ହେଉଛନ୍ତି ବୋଲି ଆଲୋଚନାରେ ପ୍ରକାଶ ପାଇଥିଲା, କମ୍ପ୍ୟୁଟର ଟିଚର କିପରି ରହିପାରିବେ ସେ ବିଷୟରେ ସରକାରଙ୍କ ସହିତ ଆଲୋଚନା କରାଯାଇ ସ୍ଥିର କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦିଆଗଲା।
 
ଆଜିର କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ନାରାୟଣ ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସଂଯୁକ୍ତା କର, ଶ୍ରୀମତି ମନୀଷା ସ୍ୱାଇଁ, ଡ୍ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀ ନାରାୟଣ ସେଠୀ ଶ୍ରୀ ନବକିଶୋର ମହଲିକ ଶ୍ରୀନିବାସ ରାଓ ଶ୍ରୀ ଶରତ ବେହେରା, ଶ୍ରୀ ଭବାନି ଜେନା, ଶ୍ରୀ ଦୀପକ ମହାପାତ୍ର, ଶ୍ରୀ ପ୍ରକାଶ ନାୟକ, ଶ୍ରୀ ରାହୁଲ ପଲେଇ ପ୍ରମୁଖ ଯୋଗଦେଇ ଥିଲେ।
 
ଆମ ସ୍କୁଲ ର ୧୦ ମ କ୍ଲାସ ର ଛାତ୍ର ଶ୍ରୀ ସୌଭାଗ୍ୟ ବେହେରା ଙ୍କ ଏକ ପେଣ୍ଟିଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଯାଇଥିବାରୁ ଛାତ୍ରଙ୍କୁ ସମ୍ମାନିତ କରିବାକୁ ପ୍ରସ୍ତାବ ନିଆ ଯାଇଥିଲା।
 
ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା।
 
 
 
powered by social2s