ଭୁବନେଶ୍ୱର: ଆଜି ଶହୀଦ ନଗର ଦୁର୍ଗା ପୂଜା ସମିତି ତରଫରୁ ଶହିଦ ନଗର ପୂଜାର ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ବ୍ୟାଡମିନଟନ ଟୁର୍ଣ୍ଣାମେଣ୍ଟରେ ଖେଳ ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଯାଇଛି।ଆଜିର ଖେଳରେ ସରୋଜ ପାତ୍ର ଓ କେଶବ ପ୍ରଧାନ ଚମ୍ପିୟାନ ହୋଇଥିଲେ।ମୋହନ ସେଠୀ ଓ ସୁନିଲ ସାହୁ ରୁନରସ ଅପ ହୋଇଥିଲେ।ଆଜି ର କାର୍ଯ୍ୟକ୍ରମ ରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର,ଉପ ସଭାପତି ଉମନଥ ମିଶ୍ର, ମନ୍ଦିର କମିଟି ର ସମ୍ପାଦକ ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ସହ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ମହାନ୍ତି, ଯୁଗ୍ମ ସମ୍ପାଦକ ମଳୟ ରଞ୍ଜନ ମହାପାତ୍ର, ଦେବାଶିଷ ଦାସ, ଶ୍ରୀନିବାସ ରାଓ, ଆତିସ ପଣ୍ଡା, ରୋହନ ମହାପାତ୍ର, ଆଦର୍ଶ ପଟନାୟକ, ମନୋଜ ରାଉଳ, ଶରତ କୁମାର ବେହେରା, ସିଦ୍ଧେଶ୍ୱର ମହାରଣା ଓ ରାହୁଲ ପଲେଇ ପ୍ରମୁଖ ଯୋଗଦାନ କରି ପରିଚାଳନା କରିଥିଲେ।
powered by social2s

