ଭୁବନେଶ୍ବର: ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ୍। ହର୍ମନପ୍ରୀତ ସିଂ ଙ୍କ ନେତୃତ୍ୱରେ ଭାରତୀୟ ଦଳ ଭୁବନେଶ୍ବର ରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସନ୍ଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ। ବିର୍ସା ମୁଣ୍ଡା ଷ୍ଟାଡିଅମରେ ନବ ନିର୍ମିତ ହୋଟେଲରେ ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ବିଶ୍ୱକପ ହକି ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧୀନାୟକ ଦାଇତ୍ଵ ଦିଆଯାଇଛି।
powered by social2s