ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ, ଫାଇନାଲରେ ଗୁମ୍ମା

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଦଳା :କୋଦଳା ଡାକ ବଙ୍ଗଳା ପଡିଆରେ ଦୀର୍ଘ ପାଞ୍ଚ ଦିନ ଧରି ଅତି ସୌହାର୍ଦ୍ଧ ପୁର୍ଣ ବାତାବରଣ ମଧ୍ୟରେ ଜାରୀ ରହିଥିବା ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟର ଶନିବାର ଥିଲା ପ୍ରଥମ ସେମି ଫାଇନାଲ ମ୍ୟାଚ | ଖେଳ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଚିତ୍ରସେନ ପରିଡା ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ | ଜଣେ ଖେଳୁଆଡ଼ ମନୋଭାବ ନେଇ ଦୀର୍ଘ ସମୟ ଧରି ନିଜେ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ଖେଳକୁ ଉପଭୋଗ କରିଥିଲେ ଶ୍ରୀଯୁକ୍ତ ପରିଡା | ସନମାନିତ ଅତିଥି ଭାବେ କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ,ସମାଜସେବୀ ମିଟୁ ଗୌଡ଼,ରଞ୍ଜିତ କୁମାର ପଳତା ଓ ବରିଷ୍ଠ ଖେଳାଳୀ ଦନାର୍ଦନ ଆଚାରୀ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ | ଏହି ସେମି ଫାଇନାଲ ମ୍ୟାଚଟି ଗୁମ୍ମା ସିକ୍ସ ସହ ପାଣିଗଣ୍ଡା ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା | ଅତି ଦମଦାର ଖେଳ ପ୍ରଦର୍ଶନ କରି ଗୁମ୍ମା ସିକ୍ସ ତିନି ଶୂନ ସେଟ ରେ ବିଜୟୀ ଲାଭ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି | ଏହି ମ୍ୟାଚକୁ ଗୋବିନ୍ଦ ନାୟକ ପରିଚାଳନା କରିଥିବା ବେଳେ ଦୀର୍ଘ ପାଞ୍ଚ ଦିନ ଧରି ନିଜ ଭାଷ୍ୟ କଳା ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣି ପାରିଥିବା ଭାଷ୍ୟକାର ବଳରାମ ପଲେଇ ନିଜର ଭାଷ୍ୟ କଳା ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ | ଏହି ଖେଳର ମୁଖ୍ୟ ଆୟୋଜକ ତଥା କୋଦଳା ଅଞ୍ଚଳର ଯୁବ ଖେଳାଳୀ ମିଥୁନ ପ୍ରଧାନ ଏବଂ ବିଶ୍ୱଜିତ ପ୍ରଧାନ, ଜଗନ ସେଠି,ଉମା ମହାରଣା,ଅମର ବେହେରା ଙ୍କ ସମେତ ବହୁ ଖେଳପ୍ରେମୀ ସହଯୋଗ କରିଥିଲେ । ରିପୋର୍ଟ :ଦେବାଶିଷ ମହାରଣା

powered by social2s